ବୁରୁଧ୍‌ ଦମ୍ପତିର ହାତେ ନାତିର ଭବିଷତ୍‌

 

ପର୍ଲା, ୨୮।୧ (ଡି.ଏନ୍‌.ଏ.)-
ଦୁଇ ବଛର ଭିତରେ ମା’ବାପ୍‌କୁ ହେରେଇଛନ୍‌। ସାହାଭରସା କହେଲେ ବୁରୁଧ୍‌ ଅଜାଆଈ। ହେଲେ ଅଜାଆଈର ବଏସ୍‌ ବି ଅଧ୍‌କା ହେଲାନ। ଏନ୍‌ତାଥି ସେମାନେ ନାତିର ଭବିଷତ୍‌କେ ନେଇ ଚିନ୍‌ତାରେ ପଡ଼ିଯାଇଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଅଧୀନ ଚିଲିଚିଲା ଗଁାରେ।
ସୂଚନା ଅନ୍‌ସାରେ ଚିଲିଚିଲା ଗଁାର ବୁରୁଧ୍‌ ଦମ୍ପତି କପୁରଚନ ଘି(୬୦) ଆର କୁନ୍ତି ଘି (୫୦)। ବଛର କେତେଟା ତଲେ କପୁରଚନକଁର ପରବାର ପୁଓ ଦୁର୍ଦ୍ଧାନ୍ତ ଘି(୩୨), ବହ ହିମାଦ୍ରୀ(୩୦), ନାତି କମଲେସ(୧୦)କେ ନେଇ ହଁସଖୁସିରେ ଚଲିଯାଉଥିଲା। ହେଲେ ଆଏଜ୍‌କେ ଦୁଇବଛର ତଲେ କେହେନ୍‌ସି କାରନ୍‌ରୁ ପୁଓ ଦୁର୍ଦ୍ଧାନ୍ତ ନିଜର ଜୀବନ୍‌ ହାରିଦେଲେ। ଇ ଦୁଖ୍‌ରେ ଗୁଟା ପରିବାର ଭାଂଗି ପଡ଼ିଥିଲା। ହେଲେ ଇତାର ମାସକେତେ ଉତାରୁ ବହ ହିମାଦ୍ରୀ ପୁଓ କମଲେଶକେ ଶାଶ୍‌ଶଶୁର ପାସେ ଛାଡ଼ି ଉନିଅଁା ଲୁକ୍‌କର ହାତ୍‌ ଧଏଲେ। ଏନ୍‌ତାଥି କମଲେଶ ମା’ବାପ୍‌ ଛେଉଁଡ୍‌ ପାଲଟିଯାଇଛନ୍‌। ବୁରୁଧ୍‌ ଅଜାଆଈ ଏହେଦେ ତାକର ସାହାଭରସା। ଇ ବୁରୁଧ୍‌ ବଏସେ ବୁଢ଼ାବୁଢ଼ି ନିଜେ ସାହାରା ଖୁଜୁଥିଲାବେଲେ ଦଇବ ତାକର ଉପରେ ନାତିର ବୋଝ୍‌ ଲଦି ଦେଇଛେ। ଏନ୍‌ତାଥି ବୁରୁଧ୍‌ ଦମ୍ପତି ଇ ବଏସେ ପରହରର କାମ୍‌ବୁତା କରି ନାତିକେ ପାଲପୋଷ ସଂଗେ ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ୍‌ ମିଲୁଥିବାର ୧୫ କେ.ଜି. ଚାଉଲ ସାହାଭରସା। ଯେନ୍‌ଟା ତିନ୍‌ ପରାନୀ କୁଟୁମ୍‌କେ ମାସେ ଚଲବାରେ ନିଅଁଟ୍‌ ହେଉଛେ। ଇଆଡ଼େ କପୁରଚନ୍‌ ବୁଢ଼ାବୁଢ଼ି ଭତାର ଲାଗି ବାରବାର ପଁଚେତ୍‌ରେ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଏନ୍‌ତା ପରିସ୍ଥିତିରେ ନାତିର ଭବିଷତ୍‌ କାଣା ହେବା ବଲି ଚିନ୍‌ତାରେ ପଡ଼ିଯାଇଛନ୍‌ ବୁରୁଧ୍‌ ଦମ୍ପତି। ଇ ଘଟନା ବାବ୍‌ଦେ ସୂଚନା ପାଇ ଧର୍ମଗଡ଼ର ସ୍ବେଚ୍ଛାସେବୀ ସଂଗଠନ ମୂଲନିବାସୀ ଯୁବ ଫେଡେରେଶନର ସଦସିଅମାନେ ଇ ଦୁଖି, ଅସାହା ପାରିବାରକେ ସାହାଯ୍‌ର ହାତ୍‌ ବଢ଼େଇଥିବାର ଜନାଯାଇଛେ। ସଦସିଅମାନେ ଦିନାକେତେ ତଲେ କପୁରଚନକଁର ଘରକେ ଯାଇ ଥିତି ପରଖିବାର ସଂଗେ କମଲେଶକଁର ଥଇଥାନ ସଂଗେ ପାଠ୍‌ପଢ଼ାର ବେବସ୍‌ତା କରବାର ଲାଗି କଥା ଦେଇଛନ୍‌। ସେନ୍‌ତା ସେମାନେ କଳାହାଣ୍ଡି ଜିଲା ଶିଶୁ ମଙ୍ଗଳ ବିଭାଗ ସଂଗେ ଯୋଗାଯୋଗ କରି ବହୁତ୍‌ ଜଲଦି କମଲେଶକୁଁ ଭବାନୀପାଟଣାକେ ନିଆଯିବା ବଲି ସଂଗଠନର ସଦସିଅ ଢଗ ନାଏକ, ଶ୍ୟାମସୁନ୍ଦର ମାଝି, ଭକତରାମ ସୁନାନୀ ପରମୁଖ କହିଛନ୍‌। ଜିଲା ଶିଶୁ ମଙ୍ଗଲ ୟୁନିଟର ନିରଦେଶକ ହବିବୁଲ୍ଲା ଖଁାକଁର ଦେଖ୍‌ରେଖରେ ଗୁଟେ ଦଲ ଆସି କମଲେଶକୁଁ ନେବେ ବଲି ସଂଗଠନର ସଦସିଅମାନେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…

ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

ରାଜଧାନୀରେ ମୁଣ୍ଡବିହୀନ ମୃତଦେହ : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ଭୁବନେଶ୍ୱର, ୨୬।୭: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ ରବିବାର ଭୋର ସମୟରେ ଏକ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଅଞ୍ଚଳରେ…

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପୁରୀରେ ଆଜି ଅତି ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୨୬ା୭(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଶନିବାର ସକାଳ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବୟାନ, ରାଜ୍ୟ ରାଜନୀତିରେ ଚହଳ!

ଭୁବନେଶ୍ୱର,୨୬।୭ (ସୁନିତ୍‌ ମିଶ୍ର) ଏନ୍‌ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ…

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri