Posted inଖେଳ

ବୁମ୍‌ରା ବାଦ୍‌, ଉମେଶ ବଦଳ ଖେଳାଳି

ନୂଆଦିଲ୍ଲୀ,୨୫।୯(ପି.ଟି.)- ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ବାଦ୍‌ ପଡିଛନ୍ତି। ଫଳରେ ଭାରତର ପ୍ରସ୍ତୁତିକୁ ଝଟ୍‌କା ଲାଗିଛି। ପିଠିର ନିମ୍ନ ଭାଗରେ ଷ୍ଟ୍ରେସ୍‌ ଫ୍ରାକଚର କାରଣରୁ ବୁମ୍‌ରା ଏହି ସିରିଜରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି। ଏହି ସିରିଜରେ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ।
ନିୟମିତ ଭାବେ କରାଯାଉଥିବା ରେଡିଓଲୋଜିକାଲ ସ୍କ୍ରିନିଂ ଅବସରରେ ବୁମ୍‌ରାଙ୍କ ଏହି ଇଞ୍ଜୁରି ଥିବା ଜଣାପଡିଥିଲା। ଏବେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସା କରାଇବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମେଡିକାଲ ଟିମ୍‌ ବୁମ୍‌ରାଙ୍କ ଇଞ୍ଜୁରିର ତଦାରଖ ବା ଯାଞ୍ଚ୍‌ କରିବ। ବୁମ୍‌ରାଙ୍କ ବଦଳ ଖେଳାଳିଭାବେ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ସିନିୟର ଚୟନ କମିଟି ସୂଚାନ ଦେଇଛି। ୨୦୧୮ ଡିସେମ୍ବରରେ ଯାଦବ ଶେଷଥର ପାଇଁ ଟେଷ୍ଟ ଖେଳିଥିଲେ। ସଦ୍ୟ ସମାପ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ମଧ୍ୟ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏହି ସିିରିଜ ୧-୧ରେ ଡ୍ର ରହିଥିଲା। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜରେ ବୁମ୍‌ରା ଶେଷ ଥର ପାଇଁ ଖେଳିଥିଲେ। ହ୍ୟାଟ୍ରିକ ନେବା ସହ ୨୫ ବର୍ଷୀୟ ବୁମ୍‌ରା ଦୁଇଟି ଟେଷ୍ଟରୁ ୧୩ଟି ଉଇକେଟ ଅକ୍ତିଆର କରିଥିଲେ। ଟେଷ୍ଟରେ ଦ୍ରୁତତମ ଭାରତୀୟ ବୋଲର ଭାବେ ବୁମ୍‌ରା ୫୦ ଉଇକେଟ ଅକ୍ତିଆର କରିଛନ୍ତି। ମାତ୍ର ୧୧ଟି ମ୍ୟାଚ୍‌ ଖେଳି ବୁମ୍‌ରା ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ତାଙ୍କ ପୂର୍ବରୁ ଭେଙ୍କଟେଶ ପ୍ରସାଦ ଓ ମହମ୍ମଦ ସାମି ୧୩ଟି ମ୍ୟାଚ୍‌ ଖେଳି ୫୦ ଉଇକେଟ ହାସଲ କରିଥିଲେ।
ଅପରପକ୍ଷରେ ୩୧ ବର୍ଷୀୟ ଯାଦବ ଏପର୍ଯ୍ୟନ୍ତ ୪୧ଟି ଟେଷ୍ଟ ଖେଳି ୩୩.୪୭ ରନ ହାରରେ ୧୧୯ଟି ଉଇକେଟ ହାସଲ କରିଛନ୍ତି। ବିଶାଖାପାଟନାରେ ପ୍ରଥମ ଟେଷ୍ଟ ଆସନ୍ତ ୨ ତାରିଖରୁ ଆରମ୍ଭ ହେବ। ସେହିପରି ପୁଣେରେ ଦ୍ୱିତୀୟ ଟେଷ୍ଟ ୧୦ରୁ ୧୪ ତାରିଖ ମଧ୍ୟରେ ଖେଳାଯିବ। ରାଞ୍ଚିରେ ତୃତୀୟ ଟେଷ୍ଟ ୧୯ରୁ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହେବ।
ପରିବର୍ତ୍ତିତ ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, କୁଲଦୀବ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମା ଓ ଶୁବମନ ଗିଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri