ବୁଧବାରିଆ କମିଟି ବାଟବଣା

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ଅନେକ ନିଷ୍ପତ୍ତି ନିଆଯାଉଛି। ପରବର୍ତ୍ତୀ ସମୟରେ ଏହା କେତେଦୂର କାର୍ଯ୍ୟକାରୀ କରୁଛି ତାହା ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଏକାଧିକ ନିଷ୍ପତ୍ତି ବାଟବଣା ହୋଇଯାଉଛି। ଏମିତି ଏକ ନିଷ୍ପତ୍ତି ହେଉଛି ବୁଧବାରିଆ କମିଟି। ମହାପ୍ରଭୁଙ୍କ ନୀତିକାନ୍ତିର ସୁପରିଚାଳନା, ତଦାରଖ ଏବଂ ଶୃଙ୍ଖଳିତ କରିବା ଲାଗି ବୁଧବାରିଆ କମିଟିର ପରିପଳ୍ପନା କରାଯାଇଥିଲା। ପାଖପାଖି ୨ବର୍ଷ କମିଟି ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେଲା। ଏହାପରେ ଏହି କମିଟି ନିଷ୍କ୍ରିୟ ହୋଇପଡ଼ିଲା। ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଦେଖାଦେଲା ବିଭ୍ରାଟ। ବୁଧବାରିଆ କମିଟିକୁ ପୁନଶ୍ଚ କାର୍ଯ୍ୟକାରୀ କରିବା ଲାଗି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବୁଧବାରିଆ କମିଟି ବାଟବଣା ହୋଇଥିବାବେଳେ ଏବେ ସୋମବାରିଆ କମିଟି ଗଠନ ହୋଇଛି। ତେବେ କେତେଦୂର ଏହି କମିଟି ଠିକ୍‌ ଭାବେ କାର୍ଯ୍ୟକ୍ଷମ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଗଠନ କରାଯାଇଛି ସୋମବାରିଆ କମିଟି। ମହାପ୍ରଭୁଙ୍କର ଦୈନନ୍ଦିନ ପର୍ବପର୍ବାଣି ନୀତିର ସୁପରିଚାଳନା, ତଦାରଖ ତଥା ସମୟାନୁବର୍ତ୍ତିତାର ସହ ନୀତି ସମ୍ପାଦନ କରିବା ଲାଗି ୨୫ ଜଣ ଅଧିକାରୀ ଏବଂ ସେବାୟତଙ୍କୁ ନେଇ ଏହି କମିଟି ଗଢାଯାଇଛି। ନୀତି ପ୍ରଶାସକ ଏହାର ଅଧ୍ୟକ୍ଷ ରହିଛନ୍ତି। ପ୍ରତି ସୋମବାର ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ କମିଟି ବୈଠକ ବସିବ ବୋଲି ସ୍ଥିର କରାଯାଇଛି। ନୀତି ପ୍ରଶାସକଙ୍କ ବ୍ୟତୀତ ବାବା ସଚ୍ଚିଦାନନ୍ଦ ଦାସମହାରାଜ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ କୁମାର ତିଆଡ଼ି, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର, ତଳୁଚ୍ଛ ବାସୁଦେବ ମହାପାତ୍ର, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ, ତଢଉକରଣ ସୁଧାଂଶୁ ଶେଖର ପଟ୍ଟନାୟକ, ହରେକୃଷ୍ଣ ପୁଷ୍ପାଳକ, ନାରାୟଣ ମହାସୁଆର, ଦାମୋଦର ପଣ୍ଡା, ହରିନାରାୟଣ ଖୁଣ୍ଟିଆ, ଜମ୍ବେଶ୍ୱର ପଣ୍ଡା, ଗଣେଶ ଦାସମହାପାତ୍ର, ରାଜଗୋପାଳ ଖୁଣ୍ଟିଆ, ନାରାୟଣ ମେକାପ, ସନ୍ଦୀପ ମୁଦଲି, ଦାମୋଦର ମହାନ୍ତି, ବିଶ୍ୱନାଥ ସାମନ୍ତରା, ନୀତି ଭାରପ୍ରାପ୍ତ ଅଧିକାରୀ, ଶ୍ରୀମନ୍ଦିର କମାଣ୍ଡର ରବିନାରାୟଣ ମିଶ୍ର ଏବଂ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ସଦସ୍ୟ ରହିଛନ୍ତି।
ସୂଚନାଥାଉ କି, ମହାପ୍ରଭୁଙ୍କ ନୀତିକାନ୍ତିର ସୁପରିଚାଳନା ପାଇଁ ୨୦୧୩ରେ ବୁଧବାରିଆ କମିଟି ଗଠନ କରାଯାଇଥିଲା। ପ୍ରାୟ ୨୨ଜଣ ଯୁବ ସେବକ ଏହାର ସଦସ୍ୟ ଥିଲେ। ପରବର୍ତ୍ତୀ ସମୟରେ ଏହାର ସଦସ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ନୀତି କିପରି ଠିକ୍‌ ଭାବେ ଚାଲିବ ସେ ନେଇ ପ୍ରତି ବୁଧବାର କମିଟି ବୈଠକ ବସି ଆଲୋଚନା ହେଉଥିଲା। କାହିଁକି ନୀତି ବିଳମ୍ବ ହେଲା, କାହାର ତ୍ରୁଟି ରହିଲା ସେ ସବୁ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଉଥିଲା। ସଦସ୍ୟମାନେ ବିଭିନ୍ନ ପର୍ଯ୍ୟାୟରେ ମନ୍ଦିରରେ ଉପସ୍ଥିତ ରହି ନୀତି ତ୍ୱରାନ୍ବିତ କରୁଥିଲେ। କିନ୍ତୁ ୨୦୧୫ ବେଳକୁ ଏହି କମିଟି ଧୀରେ ଧୀରେ ନିଷ୍କ୍ରିୟ ହୋଇପଡ଼ିିଥିଲା। ଏହାପରେ ଶ୍ରୀମନ୍ଦିରରେ ଅନେକଥର ନୀତିରେ ବିଭ୍ରାଟ ଦେଖାଦେଇଛି। କେତେବେଳେ ଠାକୁର ଅଖିଆ ଅପିଆ ରହିଛନ୍ତି ତ ପୁଣି କେତେବେଳେ ଦର୍ଶନରେ ବିଶୃଙ୍ଖଳା ଘଟିଛି। କେତେଜଣ ସେବାୟତ ଏବଂ କର୍ମଚାରୀଙ୍କ ଭୁଲ୍‌ ପାଇଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି। କିନ୍ତୁ ଏ ଦିଗରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ବିଶୃଙ୍ଖଳା ଏବଂ ବିଭ୍ରାଟ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲାଗିପାରୁ ନ ଥିଲା। ତେଣୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ଗତବର୍ଷ ଜାନୁୟାରୀ ୧୮ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏଥିଲାଗି ତିନିଥାକିଆ ତଦାରଖ ବ୍ୟବସ୍ଥା କରାଯିବ। ଦ୍ୱାରଫିଟାଠାରୁ ସକାଳ ଧୂପ ପର୍ଯ୍ୟନ୍ତ ନୀତିକୁ ତଡାଉକରଣ ଏବଂ ଭିତରଚ୍ଛ ତଦାରଖ କରିବେ। ସେହିପରି ସକାଳ ଧୂପଠାରୁ ସନ୍ଧ୍ୟା ଆଳତି ପର୍ଯ୍ୟନ୍ତ ଦେଉଳକରଣ ଏବଂ ପାଟ୍ଟଯୋଶୀ ମହାପାତ୍ର, ସନ୍ଧ୍ୟା ଆଳତିଠାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ନୀତିକୁ ଶ୍ରୀମନ୍ଦିର କମାଣ୍ଡର ଏବଂ ତଳୁଛ ତଦାରଖ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ପରିଚାଳନା କମିଟି ବୈଠକ ପରେ ତତ୍କାଳୀନ ମୁଖ୍ୟ ପ୍ରଶାସକ କହିଥିଲେ, ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ପୂର୍ବରୁ କାର୍ଯ୍ୟକ୍ଷମ କରୁଥିବା ବୁଧବାରିଆ କମିଟି ବନ୍ଦ ରହିଛି। ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯିବ। ୫/୭ ଦିନ ମଧ୍ୟରେ ଏହି କମିଟି କାମ ଆରମ୍ଭ କରିବ। ଇତିମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ବୁଧବାରିଆ କମିଟି ଗଠନ ହୋଇପାରି ନ ଥିଲା। ଅନ୍ୟପକ୍ଷରେ ଏବେ ସୋମବାରିଆ କମିଟି ଗଠନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri