ବୁଡ଼ିବାକୁ ବସିଲାଣି ମାଟିଦୀପ ବେଉସା

ଯୋଡ଼ା, ୨୬।୧୦(ଡି.ଏନ.ଏ.)- ଆଲୋକର ପର୍ବ ଦୀପାବଳିରେ ଦୀପର ଚାହିଦା ନିଆରା। ଏହି ପର୍ବରେ ମାଟି ଦୀପ ଜାଳିବା ପରମ୍ପରା ସବୁଠି ରହିଛି। ହେଲେ ହାଟ ବଜାରକୁ ଚାଇନାରେ ତିଆରି ଲାଇଟ୍‌ ଆସିବା ପରଠାରୁ ସ୍ଥାନୀୟ ଅଞ୍ଚଳରେ ମାଟିରେ ଦୀପ ତିଆରି କରୁଥିବା କୁମ୍ଭକାରଙ୍କ ମାଟିଦୀପ ବେଉସା ବୁଡିବାରେ ଲାଗିଛି। ଲୋକେ ଚାଇନା ତିଆରି ରଙ୍ଗବେରଙ୍ଗ ଲାଇଟ୍‌ କିଣି ଏହାକୁ ଅଧିକ ଭାବେ ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ଦୀପାବଳିକୁ ଦୃଷ୍ଟିରେ ରଖି ମାଟିଦୀପ ତିଆରି କରୁଥିବା କୁମ୍ଭକାରମାନେ ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି ା
ଯୋଡା ସହରଠାରୁ ପ୍ରାୟ ୨୦ କିମି ଦୂରରେ ଅବସ୍ଥିତ ଅଁସେଇକଳା ଓ ସାନବଡବିଲ୍‌ ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ କୁମ୍ଭକାର ପରିବାର ରହିଛନ୍ତି। ସେମାନେ ପାରମ୍ପରିକ ବୃତ୍ତିକୁ ଆଦରି ମାଟି ହାଣ୍ଡି, ମାଟି ଦୀପ ସହିତ ବିଭିନ୍ନ ସାମଗ୍ରୀ ପ୍ରଭୃତି ତିଆରି କରି ଏହାକୁ ହାଟବଜାରରେ ବିକି ଜୀବିକା ନିର୍ବାହ କରୁଛନ୍ତି। ସେମାନେ ଏସବୁ ସାମଗ୍ରୀ ଯୋଡା, ବଡବିଲ୍‌, ଚମ୍ପୁଆ, ଜୟନ୍ତୀଗଡ ଆଦି ଅଞ୍ଚଳକୁ ନେଇ ବିକ୍ରି କରିଥାନ୍ତି। ମାତ୍ର ଚାଇନା ନିର୍ମିତ ପ୍ଲାଷ୍ଟିକ ବତି ବିକ୍ରି ବୃଦ୍ଧି ପାଉଥିବାରୁ ମାଟି ତିଆରି ବତିର ଚାହିଦା କ୍ରମେ ହ୍ରାସ ପାଇବାରେ ଲାଗିଛି। ଝାଡଖଣ୍ଡର ବ୍ୟବସାୟୀମାନେ ଏବେ ଆଧୁନିକ ବିଦ୍ୟୁତ୍‌ଚାଳିତ ଦୀପ, ବତି ଓ ଲାଇଟ୍‌ ଏ ଅଞ୍ଚଳରେ ବିକ୍ରି କରୁଥିବାରୁ ଲୋକେ ଏସବୁ ସାମଗ୍ରୀ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି। ଅଁସେଇକଳା ଗ୍ରାମର ମହିଳା କାରିଗର ଅର୍ପିତ ବେହେରା କହିଛନ୍ତି, ମାଟି ଦୀପ ତିଆରି ଆମ କୁଳ ବ୍ୟବସାୟ । ଏଥିଲାଗି ଆମେ ଆଗୁଆ ମାଟି ଦୀପ ଗଢି ଦୀପାବଳିରେ ବେପାର କରିଥାଉ । ଆଗରୁ ପୂଜା ପାର୍ବଣ, ଯାନିଯାତ୍ରା ଓ ବିବାହ ଉତ୍ସବ ସମୟରେ ମାଟିପାତ୍ରର ଭଲ ଚାହିଦା ରହୁଥିଲା। ବିଶେଷକରି ଦୀପାବଳି ଉପଲକ୍ଷେ ସେମାନେ ଅଧିକ ସଂଖ୍ୟାରେ ମାଟି ଦୀପ ତିଆରି କରି ଏହାକୁ ବିକି ପରିବାର ଚଳାଉଥିଲେ। ଏବେ ମାଟି ଦୀପ ବିକିଲେ ଉଚିତ ପ୍ରାପ୍ୟ ମିଳୁ ନ ଥିବାରୁ ଜୀବିକା ନିର୍ବାହ କରିବା କଷ୍ଟସାଧ୍ୟ ହୋଇପଡିଲାଣି। ଗ୍ରାମର ଅନ୍ୟଜଣେ ମହିଳା କାରିଗର ରୁକ୍ମିଣୀ ବେହେରା ଅନୁରୂପ ପ୍ରତିକ୍ରିୟା ବ୍ୟକ୍ତକରି କହିଛନ୍ତି, ଦୀପାବଳି ପର୍ବ ଆସିଲେ ଗ୍ରାମର ଆବାଳ ବୃଦ୍ଧବନିତା ମାଟି ଦୀପ ତିଆରି କାମରେ ଲାଗି ପଡିଥାନ୍ତି। ପାରମ୍ପରିକ ବୃତ୍ତିକୁ ଆପଣାଇ ସେମାନେ ଏବେ ଅବହେଳିତ, ନିଷ୍ପେଷିିତ । କୁମ୍ଭକାରମାନଙ୍କ ବୃତ୍ତିକୁ ବଞ୍ଚାଇବା ଲାଗି ସରକାରୀ ପ୍ରୋସତ୍ାହନ ନିହାତି ଆବଶ୍ୟକ ବୋଲି ଯୋଡା ବିଜୁ ଜନତା ଦଳ ସଭାପତି ମାନସ ଦାସ , ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ପ୍ରମୁଖ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?