ବୀମାରାଶି ଫେରାଇବାକୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

ସିମୁଳିଆ, ୭।୬(ଡି.ଏନ.ଏ.)-ବିଭିନ୍ନ ବୀମାଧାରୀ କମ୍ପାନୀ ନାନା ପ୍ରକାର ପ୍ରଲୋଭନ ଦେଖାଇ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥାନ୍ତି। ଉପଭୋକ୍ତାମାନଙ୍କୁ ଟଙ୍କା ଫେରସ୍ତର ସମୟ ଆସିଲେ ନାନା ପ୍ରକାର ନୀତିନିୟମ ଦେଖାଇ ଥାଆନ୍ତି ା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସୁଙ୍ଗୁଡା ଅଞ୍ଚଳର ୪୫ ବର୍ଷୀୟା ରନତ୍ମଣି ନାୟକ ଏଭଳି ପରିସ୍ଥିତିର ଶିକାର ହେବା ପରେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ଏହାର ବିଚାର କରି ରତ୍ନମଣିଙ୍କୁ ବୀମାରାଶି ଫେରାଇବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁଙ୍ଗୁଡା ଅଞ୍ଚଳର ରନତ୍ମଣିଙ୍କ ସ୍ବାମୀ ସୁଦର୍ଶନ ଦିଲୀର ଏକ ହୋଟେଲରେ କାମ କରୁଥିଲେ ା ସେ ୨୦୦୯ରେ ନିଜ ଅଞ୍ଚଳର ଜଣେ ଇନ୍‌ସ୍ୟୁରାନ୍ସ କମ୍ପାନୀର ଏଜେଣ୍ଟଙ୍କ ଦ୍ୱାରା ପ୍ରଭାବିତ ହୋଇ ଏକ ପଲିସି କରିଥିଲେ ା କମ୍ପାନୀର ନିୟମ ଅନୁସାରେ ୩ଲକ୍ଷ ଟଙ୍କାର ମାଚ୍ୟୁରିଟି ସହିତ ବିଭିନ୍ନ ୧୦ଟି ରୋଗ ପାଇଁ ମେଡିକାଲରେ ଚିକିତ୍ସା ସୁବିଧା ଥିବା ନିୟମ ରହିଥିଲା ା ତେବେ ଗତ ୨୦୧୨ରେ ସୁଦର୍ଶନ କୀଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିଲେ ା ମେଡିକାଲ ଚିକିତ୍ସା ପାଇଁ ସେ ଏହି କମ୍ପାନୀ ନିକଟରେ ଆବେଦନ କରିଥିଲେ ହେଁ କମ୍ପାନୀ ପକ୍ଷରୁ କୌଣସି ସହାୟତା ତାଙ୍କୁ ମିଳି ନ ଥିଲା। ଚିକିତ୍ସା ଅଭାବରୁ ତାଙ୍କୁ ପାରାଲିସିସ୍‌ ହେବା ସହ ମୃତ୍ୟୁ ଘଟିଥିଲା ା କମ୍ପାନୀ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ କ୍ଷତିପୂରଣ ପାଇଁ ମନା କରିଦେବାରୁ ରନତ୍ମଣି ସ୍ଥାନୀୟ ଅଞ୍ଚଳର ପ୍ରାକ୍ତନ ଶିକ୍ଷକ, ଖାଉଟି ସଚେତକ ତଥା ଆଇନ ସଚେତକ ନୀଳାମ୍ବର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ଗତ ୨୦୧୮ରେ ଭଦ୍ରକ ଜିଲା ଖାଉଟି ଅଦାଲତରେ ଏକ ମାମଲା(ସିଡି କେସ୍‌ ନଂ. ୭୭) ରୁଜୁ କରାଯାଇଥିଲା ା ଗତ ୪ା୬ା୧୦ରେ ଅଦାଲତ ଏହାର ବିଚାର କରି ରନତ୍ମଣିଙ୍କୁ ମାଚ୍ୟୁରିଟି ବାବଦରେ ୩ଲକ୍ଷ, କ୍ଷତିପୂରଣ ବାବଦରେ ୫ ହଜାର ଓ କେସ୍‌ ପାଇଁ ଖର୍ଚ୍ଚ ବାବଦରେ ୧ହଜାର ଟଙ୍କା ମୋଟ ୩ଲକ୍ଷ ୬ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ସମ୍ପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ା ଏ ସମ୍ପର୍କରେ ଲିଖିତ ନିର୍ଦ୍ଦେଶ ମଧ୍ୟ ରନତ୍ମଣିଙ୍କୁ ପ୍ରଦାନ କରାଯାଇଛି ା ଏ ସମ୍ପର୍କରେ ଆଇନ ସଚେତକ ନୀଳାମ୍ବର ମିଶ୍ରଙ୍କୁ ପଚାରିବାରୁ ସବୁ ପ୍ରକାର ନିୟମ ଥିବା ସତ୍ତ୍ୱେ କମ୍ପାନୀ ସର୍ବଦା ଉପଭୋକ୍ତାମାନଙ୍କୁ ଠକିବାର ଉଦ୍ଦେଶ୍ୟ ରଖୁଥିବାରୁ ଉପଭୋକ୍ତାମାନଙ୍କର ପୂର୍ଣ୍ଣ ବିଶ୍ୱାସ ରହୁ ନ ଥିବା ସେ କହିଛନ୍ତି ା ତେବେ ୩ ଲକ୍ଷ ଟଙ୍କାରେ ରନତ୍ମଣି ନିଜ ଝିଅର ବିବାହ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri