ବିସ୍ଫୋରକ ଜବତ, ମାଓବାଦୀ ଗିରଫ : ଠିକାସଂସ୍ଥା ଗାଡ଼ି ପୋଡିଲେ ମାଓବାଦୀ

ମାଲକାନଗିରି, ୪।୬(ଡି.ଏନ୍‌.ଏ.)
ମାଓବାଦୀ ନିରୋଧ ଅଭିଯାନରେ ଛତିଶଗଡ଼ ପୋଲିସ ମଙ୍ଗଳବାର ଉଲ୍ଲେଖନୀୟ ସଫଳତା ପାଇଛି। ବିଭିନ୍ନ ସ୍ଥାନରେ କୋମ୍ବିଂ କରି ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ଜଣେ ଇନାମୀ ମାଓବାଦୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି।
ସୂଚନା ଅନୁଯାୟୀ, ଛତିଶଗଡ଼ର କାଙ୍କେର ଜିଲା ଆମ୍ବାବେଡା ଅଞ୍ଚଳରେ ସ୍ଥାନୀୟ ପୋଲିସ କୋମ୍ବିଂ ଅପରେଶନ ଚଳାଇଥିବା ବେଳେ ଏକ ମାଓବାଦୀ କ୍ୟାମ୍ପ ଠାବ କରିଥିଲା। ସେଠାରୁ ବିପୁଳ ପରିମାଣର ବିସ୍ଫୋରକ, ଟ୍ରାନ୍ସମିଟର, ବୋମା, ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ପୋଷାକ ଆଦି ଜବତ କରାଯାଇଛି। ସେହିପରି ଦାନ୍ତଓ୍ବୋଡା ଓ ବିଜାପୁର ପୋଲିସର ଯୁଗ୍ମ ଅପରେଶନ ସମୟରେ ଗାଙ୍ଗୁଲୁର ଅଞ୍ଚଳରୁ ବିସ୍ଫୋରକ ସାମଗ୍ରୀ, ଅଫୁଟା ବୋମା, ଓ୍ବାକିଟକି ସହିତ ମାଓବାଦୀ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ସେଠାରୁ ପୋଲିସ ଇନାମୀ ମାଓବାଦୀ ବାମନ ବେକାଙ୍କୁ ଗିରଫ କରିଛି। ବାମନ ବହୁ ମାଓବାଦୀ ହିଂସାକାଣ୍ଡରେ ଜଡିତ ଥିଲେ। ତାଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଅନ୍ୟପକ୍ଷରେ ମାଓବାଦୀମାନେ ମଧ୍ୟ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ବିଜାପୁର ଜିଲାରେ ଠିକା କାର୍ଯ୍ୟରେ ନିୟୋଜିତ ତିନୋଟି ଗାଡିକୁ ସେମାନେ ପୋଡି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri