Posted inଖେଳ

ବିସିସିଆଇ ଏଜିଏମ୍‌ ଡିସେମ୍ବର ୧ରେ

ନୂଆଦିଲ୍ଲୀ,୧୦ା୧୧ (ପି.ଟି.)- ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଡିସେମ୍ବର ୧ରେ ହେବ। ଗତ ଅକ୍ଟୋବର ୨୩ରେ ମୁମ୍ବାଇରେ ବିସିସିଆଇର ନୂଆ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଏଜିଏମ୍‌ ମୁମ୍ବାଇରେ ଅନୁଷ୍ଠିତ ହେବ। ଏନେଇ ଚିଠି ହସ୍ତଗତ ହୋଇଥିବା ଏକ ରାଜ୍ୟ ଆଶୋସିଏଶନର ଜଣେ ପ୍ରଭାବଶାଳୀ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ଲାଗି ସର୍ତ୍ତରଖି ସୂଚନା ଦେଇଛନ୍ତି। ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ।
ଲୋଧା ସଂସ୍କାର ତାଲିକାରେ ସ୍ଥାନ ପାଇଥିବା ୭୦ବର୍ଷ ବୟସ ସୀମା, ୬ ବର୍ଷ କାର୍ଯ୍ୟକାଳ ପରେ ୩ବର୍ଷ କୁଲିଂ ଅଫ୍‌ ପିରିୟଡ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ କାର୍ଯ୍ୟନିର୍ବାହୀମାନଙ୍କ କ୍ଷମତା ହ୍ରାସ ଆଦି ବିଷୟ ସଦସ୍ୟମାନେ ବୈଠକରେ ଉଠାଇ ପାରନ୍ତି। ତେବେ ୨୦୧୮ ଅଗଷ୍ଟ ୯ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ରେଜିଷ୍ଟ୍ରି ହୋଇଥିବା ସମ୍ବିଧାନରେ କୌଣସି ସଂଶୋଧନ ଆଣିବାକୁ ହେଲେ ପରିବର୍ତ୍ତନ ପାଇଁ ବିସିସିଆଇକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ପଡ଼ିବ। ଯାହା ଜଣାପଡୁଛି ବିସିସିଆଇର ପୂର୍ବତନ କର୍ମକର୍ତ୍ତାମାନେ କ୍ଷମତାକୁ ଫେରିବା ଲାଗି ଚାହୁଁଛନ୍ତି। ଲୋଧା ସଂସ୍କରର ପ୍ରତିଟି ପ୍ରମୁଖ ପ୍ରସ୍ତାବର ସମୀକ୍ଷା ହେବ। ଏହି ନିୟମଗୁଡ଼ିକର ପ୍ରତ୍ୟାହାର ପାଇଁ ବିସିସିଆଇ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିପାରେ ବୋଲି ଏକ ରାଜ୍ୟ ଆସୋସିଏଶନର ଜଣେ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ସର୍ତ୍ତରଖି ଏ ବିଷୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଲମ୍ବୋ ଯାତ୍ରା ପୂର୍ବରୁ ପାକିସ୍ତାନ ଅଧିନାୟକଙ୍କ ବଡ଼ ବୟାନ: ନିଷ୍ପତ୍ତି ଯାହା…

କରାଚୀ,୨ା୨- ସରକାର ଏବଂ କ୍ରିକେଟ ବୋର୍ଡ ଯାହା ନିଷ୍ପତ୍ତି ନେବ, ଆମେ ତାହା ପାଳନ କରିବୁ। ପାକିସ୍ତାନ ଦଳର ଅଧିନାୟକ ସଲମାନ ଅଲୀ ଆଘା ସୋମବାର ଦଳର…

ବିବିସି ସ୍ପୋଟର୍‌ସ ଆଓ୍ବାର୍ଡ ଦୌଡ଼ରେ ରହିଛନ୍ତି ଭାରତର ଏହି ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨ା୨: ବିବିସି ଇଣ୍ଡିଆନ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ୨୦୨୫ ପାଇଁ ଦୌଡ଼ରେ ଯେଉଁ ଖେଳାଳିମାନେ ଅଛନ୍ତି, ସେମାନଙ୍କ ମଧ୍ୟରେ ଭାରତର ଐତିହାସିକ ୨୦୨୫…

ଯଦି ପାକିସ୍ତାନ ଫାଇନାଲକୁ ଯାଏ, ତେବେ ଭାରତ ସହ ଖେଳିବ ନା ନାହିଁ: ହୋଇଗଲା ବଡ଼ ନିଷ୍ପତ୍ତି

ଇସଲାମାବାଦ୍‌,୨।୨: ପାକିସ୍ତାନ ୨୦୨୬ ଟି-୨୦ ବିଶ୍ୱକପରେ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ…

ଇତିହାସ ରଚିଲେ ଜୋସ୍ ବଟଲର୍, ଇଂଲଣ୍ଡ ପାଇଁ ଏପରି ସଫଳତା ହାସଲ…

ନୂଆଦିଲ୍ଲୀ,୨।୨: ଟି-୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧…

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ, ପ୍ରତି ୧୦ ସେକେଣ୍ଡରେ ହେବ ଏତେ କ୍ଷତି , ଜାଣିଲେ…

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ…

ଗୁମର ଖୋଲିଲେ ଶାହିଦ ଆଫ୍ରିଦି: କହୁ କହୁ କହିଦେଲେ ପାକିସ୍ତାନ ନ ଖେଳିବା…

ଇସଲାମାବାଦ୍‌,୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବା ପାଇଁ ପାକିସ୍ତାନର ନିଷ୍ପତ୍ତି ଉପରେ ଅନେକ ପ୍ରମୁଖ ବ୍ୟକ୍ତି ପ୍ରତିକ୍ରିୟା ଦେଉଛନ୍ତି। ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ରିକି ପଣ୍ଟିଂ: ଅଷ୍ଟ୍ରେଲିଆ ନୁହେଁ, ଏହି ଦଳ ହେବ ଚାମ୍ପିୟନ୍‌

ସିଡନୀ,୨।୨:ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଏବଂ କିମ୍ବଦନ୍ତୀ କ୍ରିକେଟ ବିଶେଷଜ୍ଞ ରିକି ପଣ୍ଟିଂ ICC ପୁରୁଷ T20 ବିଶ୍ୱକପ 2026 ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂ…

ଡବ୍ଲ୍ୟୁପିଏଲ୍‌ ଏଲିମିନେଟର ମ୍ୟାଚ୍‌ : ପରସ୍ପରକୁ ଭେଟିବେ ଦିଲ୍ଲୀ-ଗୁଜରାଟ

ଭଦୋଦରା,୨ା୨- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ୟୁପି ଓ୍ବାରିଅର୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଜେମିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri