ବିଷାକ୍ତ ବର୍ଜ୍ୟଜଳରେ ପ୍ରଦୂଷିତ ଶିଳ୍ପାଞ୍ଚଳ

ଯାଜପୁର ଅଫିସ,୧୪।୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଷାକ୍ତ ବର୍ଜ୍ୟପାଣି ଓ ଧୂଆଁ ଛାଡ଼ିବାରେ କାରଖାନାଗୁଡ଼ିକ କାହାକୁ ମାନୁ ନାହାନ୍ତି। ଫଳରେ କଳିଙ୍ଗନଗର ସାରା ରାଜ୍ୟରେ ଦ୍ୱିତୀୟ ପ୍ରଦୂଷଣ ଅଞ୍ଚଳ ଭାବେ ବଦନାମ ଆଣିଛି। ଏହିକ୍ରମରେ ମାନପୁର ରେଲୱେ ଓଭରବ୍ରିଜ ନିକଟରୁ ଭିସାଷ୍ଟିଲ ଛକ ପର୍ଯ୍ୟନ୍ତ ରେଳଲାଇନ ପାର୍ଶ୍ୱ ରାସ୍ତାରେ କୁଢ଼କୁଢ଼ କଳା ପାଉଁଶ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏହାସହ ଜିନ୍ଦଲ ଷ୍ଟେନ୍‌ଲେସ୍‌ଷ୍ଟିଲ ଓ କେଜେ ଇସ୍ପାତ କାରଖାନାର ବର୍ଜ୍ୟପାଣି ସଚରାଚରକୁ ଦୂଷିତ କରୁଛି। ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ସଦସ୍ୟ ସଚିବ ତାଙ୍କ ପତ୍ରସଂଖ୍ୟା ୧୩୧୩୪/୨ା୧୧ା୨୦୧୮ରେ ବିଷାକ୍ତ କ୍ରୋମିୟମ ପାଣିର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ସଂଶୋଧକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶର ୧୫ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିନ୍ଦଲ କର୍ତ୍ତୃପକ୍ଷ କୌଣସି ପ୍ରତିକାରମୂଳକ ବ୍ୟବସ୍ଥା କରି ନାହାନ୍ତି। ଯାହାଫଳରେ ମାନପୁର ରେଲୱେ ଓଭରବ୍ରିଜଠାରୁ ଭିସାଷ୍ଟିଲ ଛକ ପର୍ଯ୍ୟନ୍ତ ରାସ୍ତାକଡରେ ଅହରହ ବିଷାକ୍ତ ପାଣି ପ୍ରବାହିତ ହେଉଛି। ନିକଟରେ ଏସ୍‌ପିସିବି ପକ୍ଷରୁ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲକୁ କାରଣ ଦର୍ଶାଅ ନୋଟିସ ସହ ଜଳ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ପାଇଁ ଆବଶ୍ୟକ ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିବାକୁ ନିର୍ଦ୍ଦେଶ ହୋଇଛି ବୋଲି ସୂଚନା ମିଳିଛି।
ଏସ୍‌ପିସିବିର ମୁଖ୍ୟ ଓ କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀମାନେ ମିଳିତ ଭାବେ ୨୦୧୮ସେପ୍ଟେମ୍ବର ମାସରେ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ ପାଚେରୀ କଡ଼ରୁ ଜଳ ନମୁନା ସଂଗ୍ରହ କରିଥିଲେ। ଏହି ଜଳନମୁନା ପରୀକ୍ଷା କରିବା ପରେ ସେଥିରେ ବିଷାକ୍ତ କ୍ରୋମିୟମ ଅଧିକମାତ୍ରାରେ ରହିଥିବା ଜଣାପଡ଼ିଥିଲା। ଯାହାକି ଚାଷ ଜମି ସହ ପ୍ରାଣୀଜଗତ ପାଇଁ ବିପଦ ବୋଲି ଜଣାପଡ଼ିଛି। ଏହାପରେ ଏସ୍‌ପିସିବି ପକ୍ଷରୁ ଏକାଧିକ ଥର ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲକୁ ଚେତାବନୀ ଦିଆଯାଇଛି। କିନ୍ତୁ ଉପଯୁକ୍ତ ଉପଚାର ବ୍ୟବସ୍ଥା ଗ୍ରହଣ ହୋଇ ପାରିନାହିଁ। ଏପରିକି ଏସ୍‌ପିସିବି ପକ୍ଷରୁ ୫ ମାସ ତଳେ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏଥିରେ ଆବଶ୍ୟକ ପ୍ରଦୂଷଣ ଉପଚାର ବ୍ୟବସ୍ଥା ଗ୍ରହଣ ସହ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା। ହେଲେ ଏଯାବତ୍‌ ଉକ୍ତ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ ହୋଇ ନ ଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଉପରୋକ୍ତ ରାସ୍ତାର ୫ରୁ ଊର୍ଦ୍ଧ୍ୱ ସ୍ଥାନରେ ଥିବା ପୋଲଦେଇ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ ଓ କେଜେ ଇସ୍ପାତର ବିଷାକ୍ତ ବର୍ଜ୍ୟଜଳ ବାହାରୁଛି। ଏହି ବର୍ଜ୍ୟଜଳ ବିଜୁ ପଟ୍ଟନାୟକ ମାର୍ଗସ୍ଥିତ ପୋଲରେ ବାହାରି ଗଣ୍ଡନାଳାରେ ମିଶୁଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ୨୦୧୬ରୁ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ ଆଇନ ୧୯୮୧ର ଧାରା ୩୧ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ ଆଇନ ୧୯୭୪ର ଧାରା ୩୩ ଅନୁଯାୟୀ ଏସ୍‌ପିସିବି ପକ୍ଷରୁ କେବଳ କାରଣଦର୍ଶାଅ ନୋଟିସ ଜାରି ହେଉଛି। ବର୍ଜ୍ୟପାଣି ପ୍ରବାହ ବନ୍ଦ କରା ନ ଗଲେ ମିଳିଥିବା ଅନୁମତିକୁ ପ୍ରତ୍ୟାହାର କରି ଦିଆଯିବ ବୋଲି ବୋର୍ଡ ଚେତାବନୀ ଦେଇଆସୁଛି। କିନ୍ତୁ ମଣିଷ ଓ ଜୀବଜନ୍ତୁଙ୍କ ପାଇଁ ବିପଦ ହେଉଥିବା ବିଷାକ୍ତ ବର୍ଜ୍ୟପାଣି ନିର୍ଗତ ବନ୍ଦ ହେଉ ନାହିଁ। କେବଳ ଲୋକଦେଖାଣିଆ ଭାବେ ଏସ୍‌ପିସିବି କର୍ତ୍ତୃପକ୍ଷ ନୋଟିସ ଜାରି କରି ନିଜର ଦାୟିତ୍ୱ ସମ୍ପାଦନ କରୁଛି। ଏସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିନ୍ଦଲକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ନିର୍ଦ୍ଧାରିତ ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଆଇନ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ୍‌ର ଅଧିକାରୀ ବିଜୟାନନ୍ଦ ମହାରଣା କହିଛନ୍ତି ଯେ, ଜିନ୍ଦଲ କାରଖାନାରୁ କୌଣସି ବର୍ଜ୍ୟପାଣି ବାହାରକୁ ଯାଉନାହିଁ। ଆବଶ୍ୟକ ଟ୍ରିଟ୍‌ମେଣ୍ଟ କରାଯାଇ ବାହାରକୁ ଛଡ଼ା ଯାଉଛି। ତେବେ ଏସ୍‌ପିସିବି ପକ୍ଷରୁ ହୋଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri