ବିଷାକ୍ତ ଖାଦ୍ୟଖାଇ ଦମ୍ପତିଙ୍କ ମୃତ୍ୟୁ ଘଟଣା: ଖାଦ୍ୟରେ ବିଷ ଦେଇଥିଲେ ସାନ ଭାଇଙ୍କ ସ୍ତ୍ରୀ

ଖଣ୍ଡପଡ଼ା,୨୧ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ବୋଦସା ପଞ୍ଚାୟତ ଗୋଲା ସାହିରେ ଗତ ୧୫ ତାରିଖରେ ବିଷାକ୍ତ ଖାଦ୍ୟ ଖାଇ ଦମ୍ପତି ଭାଗୀରଥି ସ୍ବାଇଁ(୬୦) ଓ ତାଙ୍କ ସ୍ତ୍ରୀ କୌଶଲ୍ୟା(୫୪)ଙ୍କ ହୋଇଥିବା ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ଜାଗା ବିବାଦକୁ ନେଇ ଦମ୍ପତିଙ୍କୁ ଖାଦ୍ୟରେ ବିଷ ଦିଆଯାଇ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଭାଗୀରଥିଙ୍କ ସାନଭାଇ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ନର୍ମଦା ଏହି କାଣ୍ଡ ଘଟାଇଛନ୍ତି। ସେ ତାଙ୍କ ଭଉଣୀଭିଣୋଇଙ୍କ କଥାରେ ଏପରି କରିଥିବା ସ୍ବୀକାର କରିଛନ୍ତି। ଏନେଇ ଥାନାରେ ମୃତ ଦମ୍ପତିଙ୍କ ବଡ଼ପୁଅ ସୁବାସ ଅଭିଯୋଗ କରିଛନ୍ତି। ପୋଲିସ ମାମଲା (ନଂ-୧୬୨/୨୦) ରୁଜୁ କରିବା ସହ ଘଟଣାରେ ସମ୍ପୃକ୍ତ ନର୍ମଦା ଓ ତାଙ୍କ ଭଉଣୀଭିଣୋଇଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଦମ୍ପତିଙ୍କ ଏପରି ମୃତ୍ୟୁ ପରେ ଗ୍ରାମସଭାରେ ସବୁକଥା ଆଲୋଚନା ହୋଇଥିଲା। ଫଳରେ ଗ୍ରାମବାସୀଙ୍କ ଚାପରେ ଭାଗୀରଥିଙ୍କ ଭାଇବୋହୂ ନର୍ମଦା ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ନର୍ମଦାଙ୍କ କହିବା ଅନୁସାରେ, ତାଙ୍କ ଭଉଣୀ ସୁକାନ୍ତି ପ୍ରଧାନ ଓ ଭିଣୋଇ ହରିହର ପ୍ରଧାନ ସେହି ଗ୍ରାମର ବାସିନ୍ଦା। ତେଣୁ ହରିହରଙ୍କ ଘର ନିକଟରେ ଭାଗୀରଥିଙ୍କ ଏକ ଖାଲି ଜାଗା ଥିବାରୁ ଏହାକୁ କେନ୍ଦ୍ରକରି ସବୁବେଳେ ହରିହରଙ୍କ ସହ ଭଗୀରଥିଙ୍କ ପାଟିତୁଣ୍ଡ ହୋଇ ଆସୁଥିଲା। ତେଣୁ ନର୍ମଦାଙ୍କ ଜରିଆରେ ଭାଗୀରଥି ଓ ତାଙ୍କ ସ୍ତ୍ରୀ କୌଶଲ୍ୟାଙ୍କୁ ବିଷଦେଇ ମାରି ଦେବା ପାଇଁ ହରିହର ଏବଂ ତାଙ୍କ ସ୍ତ୍ରୀ ସୁକାନ୍ତି ଚକ୍ରାନ୍ତ କରିଥିଲେ। ତେଣୁ ନର୍ମଦା ଖାଦ୍ୟରେ ଦମ୍ପତିଙ୍କୁ କୀଟନାଶକ ଦେଇଥିବା ନେଇ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କରିଥିଲେ। ଗ୍ରାମବାସୀ ହରିହର ଓ ସୁକାନ୍ତିଙ୍କୁ ଅଟକରଖି ଶନିବାର ରାତିରେ ଖଣ୍ଡପଡା ପୋଲିସକୁ ଖବର ଦେଇଥିଲେ। ଖଣ୍ଡପଡା ଥାନା ଆଇଆଇସି ବିମଳ କୁମାର ମଲ୍ଲିକ ସଦଳବଳ ଗ୍ରାମରେ ପହଞ୍ଚତ୍ ହରିହର, ତାଙ୍କ ସ୍ତ୍ରୀ ସୁକାନ୍ତି ଓ ନର୍ମଦାଙ୍କୁ ଥାନାକୁ ଆଣିଥିଲେ। ଅନ୍ୟପକ୍ଷରେ ସୁରଟରେ ରହୁଥିବା ହରିହରଙ୍କ ସାନଭାଇ ଯୋଗୀନାଥ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। କାରଣ ଯୋଗୀନାଥ ମଝିରେମଝିରେ ଗ୍ରାମକୁ ଆସି ଭାଇ ଭାଉଜଙ୍କୁ କୁମନ୍ତ୍ରଣା ଦେଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ଦମ୍ପତି ବିଷାକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ବିଷକ୍ରିୟା ଯୋଗୁ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ ପହଞ୍ଚିବା ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସାରିଥିଲେ ତାଙ୍କ ବାପା, ବିଶ୍ୱର ପ୍ରମୁଖ ବ୍ୟବସାୟୀଙ୍କଠାରୁ ଶୁଣିଲେ ପୁଅର ପ୍ରଶଂସା

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟକୁ ଝଡ଼ରେ ପରିଣତ କରିଥିବା ବିହାରର ସମସ୍ତିପୁରର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଖବର ଶିରୋନାମାରେ ଅଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ଯିବା…

ନିଜ ବଡିଗାର୍ଡଙ୍କୁ ଧକ୍କା ଦେଲେ ରୋହିତ ଶର୍ମା: କାରଣ ଜାଣିଲେ ପ୍ରଶଂସକ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୩।୬: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ସାଧାରଣତଃ ତାଙ୍କର ମଜାଳିଆ ଏବଂ ଶାନ୍ତ ଆଚରଣ ପାଇଁ ଜଣାଶୁଣା। ପଡ଼ିଆ ଭିତରେ ହେଉ କିମ୍ବା ବାହାରେ,…

ହଠାତ୍‌ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ: ମୋଦି ସରକାରରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ ଇସ୍ତଫା ଦେଇଛନ୍ତି। ସେ ମୋଦି ସରକାରରେ ମତ୍ସ୍ୟପାଳନ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଶାହରୁଖଙ୍କୁ ନେଇ ପଙ୍କଜ କପୁର କଲେ ବଡ଼ ଖୁଲାସା: ଦର୍ଶକ ସ୍ତବ୍ଧ

ବଲିଉଡ୍‌ କିଙ୍ଗ କହିଲେ ଶାହରୁଖ ଖାନ୍‌ଙ୍କୁ ବୁଝାଏ। ଥିଏଟରରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର କାରଣ ପାଲଟିଛି। ସେ ଅନେକ ବ୍ଲକବଷ୍ଟର…

ହର୍ମୁଜରେ ସ୍ଥାପନ ହେବ ହଟଲାଇନ; ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକାକୁ ଇରାନର ସ୍ପଷ୍ଟ ବାର୍ତ୍ତା

ତେହରାନ,୨୩।୬: ଯଦିଓ ଆମେରିକା ଏବଂ ଇରାନ ସ୍ବିଜରଲ୍ୟାଣ୍ଡରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସମୟରେ ଅନେକ ପ୍ରସଙ୍ଗରେ ଏକ ସହମତିରେ ପହଞ୍ଚିଥିଲେ, ତଥାପି ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର…

ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ: ମଲ୍ଲିପଶି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ, ନବୀନଙ୍କ ହସ୍ତକ୍ଷେପ ପରେ…

ପାଟଣା,୨୩।୬(ବୀର କିଶୋର ଦାଶ): କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କେସ୍‌ରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ ହୋଇଛନ୍ତି। କେନ୍ଦୁଝର ଜିଲା ମଲ୍ଲୀପଶି ସ୍ଥିତ ଓଡ଼ିଶା…

ପାକିସ୍ତାନକୁ କଡ଼ା ଟାର୍ଗେଟ କଲେ ୟୁକେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ନାଇଜେଲ ଫାରେଜ, ଜାଣନ୍ତୁ ଭାରତ ପ୍ରତି ତାଙ୍କର ମତ କ’ଣ

ଲଣ୍ଡନ,୨୩।୬: କିର ଷ୍ଟାର୍ମରଙ୍କ ଇସ୍ତଫା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ନାଇଜେଲ ଫାରେଜ ଜଣେ ଦୃଢ଼ ଦାବିଦାର ଭାବରେ ଉଭା ହୋଇଛନ୍ତି। ରିଫର୍ମ ୟୁକେର…

ସ୍କୁଲରୁ ଲଗାତର ଚୋରି, ଦୁର୍ବୃତ୍ତମାନଙ୍କୁ ଧରିବାରେ ପୋଲିସ ବିଫଳ

ଅମରପାଲି,୨୩ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ବହଳପଦର କ୍ଲଷ୍ଟରର ଭାଲୁଡୁଙ୍ଗୁରୀ ସରକାରୀ ୟୁପି ସ୍କୁଲରେ ବାରମ୍ବାର ଚୋରି ହେଉଥିବାବେଳେ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri