ବିଶ୍ୱରେ ସର୍ବାଧିକ ପ୍ରବାସୀ ଭାରତୀୟ

ଜାତିସଂଘ,୧୯ା୯(ପି.ଟି.): ଚଳିତ ବର୍ଷର ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଜାତିସଂଘର ନୂଆ ଆକଳନ ଅନୁଯାୟୀ ସାରା ବିଶ୍ୱରେ ୨୭ କୋଟି ୨୦ ଲକ୍ଷ ପ୍ରବାସୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ୧ କୋଟି ୭୫ ଲକ୍ଷ, ଯାହା କି ସର୍ବାଧିକ।
ଜାତିସଂଘର ଆର୍ଥତ୍କ ଓ ସାମାଜିକ ବ୍ୟାପର ବିଭାଗର ଜନସଂଖ୍ୟା ଶାଖା ପକ୍ଷରୁ ଅନ୍ତର୍ଜାତୀୟ ପ୍ରବାସୀ ତଥ୍ୟ ୨୦୧୯ ବୁଧବାର ପ୍ରକାଶ ପାଇଛି। ଏଥିରେ ଥିତ୍ବା ପ୍ରଥମ ୧୦ଟି ଦେଶର ପ୍ରବାସୀଙ୍କ ସଂଖ୍ୟା ମୋଟ ଅନ୍ତର୍ଜାତୀୟ ପ୍ରବାସୀର ଏକ-ତୃତୀୟାଂଶ। ୧୭.୫ ନିୟୁତ ପ୍ରବାସୀଙ୍କ ସହ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ମେକ୍ସିକୋ (୧୧.୮ ନିୟୁତ) ଓ ତୃତୀୟରେ ଚାଇନା (୧୦.୭ ନିୟୁତ) ରହିଛି। ଅନ୍ୟମାନଙ୍କ ମଧ୍ୟରେ ରୁଷିଆ, ସିରିଆ, ବାଂଲାଦେଶ, ପାକିସ୍ତାନ, ୟୁକ୍ରେନ୍‌, ଫିଲିପାଇନ୍ସ ଓ ଆଫଗାନିସ୍ତାନ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଛନ୍ତି।
ଅନ୍ୟପକ୍ଷରେ ଭାରତ ଚଳିତ ବର୍ଷ ୫୧ଲକ୍ଷ ଅନ୍ତର୍ଜାତୀୟ ପ୍ରବାସୀଙ୍କୁ ନିଜ ଦେଶରେ ସ୍ଥାନ ଦେଇଛି। ୨୦୧୦ରୁ ଭାରତରେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୦.୪ ପ୍ରତିଶତ ରହିଆସିଛି। ସେମାନଙ୍କ ମଧ୍ୟରେ ମହିଳା ପ୍ରବାସୀଙ୍କ ସଂଖ୍ୟା ୪୮.୮ ପ୍ରତିଶତ। ଭାରତରେ ରହିଥିବା ପ୍ରବାସୀଙ୍କ ମଧ୍ୟରୁ ୨ ଲକ୍ଷ ୭ ହଜାର ଶରଣାର୍ଥୀ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଭାରତକୁ ସର୍ବାଧିକ ପ୍ରବାସୀ ବାଂଲାଦେଶ, ପାକିସ୍ତାନ ଓ ନେପାଳରୁ ଆସିଥାନ୍ତି।
ଚଳିତ ବର୍ଷ ୟୁରୋପ ମହାଦେଶ ସର୍ବାଧିକ ୮୨ ନିୟୁତ ପ୍ରବାସୀଙ୍କୁ ସ୍ଥାନ ଦେଇଥିବା ବେଳେ ଏହା ପଛକୁ ଉତ୍ତର ଆମେରିକା (୫୯ ନିୟୁତ) ଏବଂ ଉତ୍ତର ଆଫ୍ରିକା ଓ ପଶ୍ଚିମ ଏସିଆ (୪୯ ନିୟୁତ) ରହିଛି। ସର୍ବାଧିକ ପ୍ରବାସୀ ରହିଥିବା ଦେଶ ମଧ୍ୟରେ ଆମେରିକା ପ୍ରଥମ ।
ଏହା ପଛକୁ ଜର୍ମାନୀ ଓ ସୌଦି ଆରବ ରହିଛନ୍ତି। ଆମେରିକା ସର୍ବାଧିକ ୫୧ ନିୟୁତ ପ୍ରବାସୀ ବସବାସ କରୁଛନ୍ତି। ଜର୍ମାନୀ ଓ ସୌଦି ଆରବରେ ୧୩ ନିୟୁତ ଲେଖାଏ ପ୍ରବାସୀ ରହୁଥିବାବେଳେ ରୁଷିଆରେ ୧୨ ନିୟୁତ, ବ୍ରିଟେନରେ ୧୦ ନିୟୁତ ଏବଂ ୟୁଏଇରେ ୯ ନିୟୁତ ପ୍ରବାସୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri