Posted inଫୁରସତ

ବିଶ୍ୱର ସବୁଠାରୁ ଦାମୀ ପାଣି ବୋତଲ

କୁହାଯାଏ ଜଳ ବିନା ଜୀବନ ଅସମ୍ଭବ। ଗବେଷକଙ୍କ ମତରେ ଜଣେ ବ୍ୟକ୍ତି ଖାଦ୍ୟ ବିନା ପାଖାପାଖି ୪ ସପ୍ତାହ ବଞ୍ଚି ପାରିବ ହେଲେ ପାଣି ବିନା ୪ ଦିନ ବଞ୍ଚିବା କଷ୍ଟକର ପାଠ। ତେଣୁ ଜଳକୁ ଜୀବନ ବୋଲି କୁହାଯାଏ। ହେଲେ ଏମିତି ଏକ ପାଣି ବୋତଲ ଅଛି ଯାହାର ଦାମ୍‌ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ହେଲେ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥିବାରୁ କେତେଜଣ ଧନି ବ୍ୟକ୍ତି ଏହି ପାଣି ବୋତଲକୁ କ୍ରୟ କରନ୍ତି ବୋଲି କୁହାଯାଏ। ଏହି ପାଣି ବୋତଲର ଦାମ ୬୦ ହଜାର ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ଏହା ପାଖାପାଖି ୪୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଏ। ଏହା ଫ୍ରାନ୍ସ ଓ ଫିଜିର ଓ୍ବାଟର ସ୍ପ୍ରିଙ୍ଗରୁ ବାହାର କରାଯାଏ। ଏହି ପାଣି ବୋତଲକୁ ପାଉଲୋ ଡି ବିରାଜି ତିଆରି କରିଛନ୍ତି। ଏହି ପାଣିରେ ୨୫ ଗ୍ରାମ ସୁନାର ସ୍ବର୍ଣ୍ଣଭଷ୍ମ ମିଶ୍ରଣ କରାଯାଇଥାଏ। ବୋତଲକୁ ୨୪ କ୍ୟାରେଟ ସୁନାରେ ସଜା ଯାଇଥାଏ। ଏଥିରେ ଆହୁରି ମଧ୍ୟ ହୀରା, ପ୍ଲାଟିନମ ଓ ଚାନ୍ଦି ବ୍ୟବହାର କରାଯାଇଥାଏ। ଏହି ପାଣି ପ୍ରସ୍ତୁତ କରୁଥିବା କମ୍ପାନୀକୁ ବହୁ ଦୂର ଯାତ୍ରା କରିବାକୁ ପଡିଥାଏ ଓ ସବୁଠାରୁ ସୁଦ୍ଧ ଓ ସଫା ପାଣି ଦେବାକୁ ପଡିଥାଏ। ସେଥିପାଇଁ ଏହି ପାଣି ବୋତଲର ଦାମ୍‌ ଏତେ ଅଧିକ ବୋଲି କୁହାଯାଏ। ଏବେ ଅବଶ୍ୟ ଏହାକୁ ପ୍ରସ୍ତୁତ କରିବାକୁ କମ୍ପାନୀକୁ ଏତେ ଖର୍ଚ୍ଚ କରିବାକୁ ପଡୁନାହିଁ କାରଣ ଏହାସାଙ୍ଗେ କମ୍ପାନୀ ଅଧିକ ବୋତଲ ତିଆରି କରୁଥିବାରୁ ଖର୍ଚ୍ଚ କମ୍‌ ହେଉଛି। ତେବେ ଏହି ପାଣି ପିଇଲେ ଶରୀର ସୁସ୍ଥ ରହିବା ସହ ବ୍ୟକ୍ତି ଚାପମୁକ୍ତ ହୋଇଥାଏ। ଏହାଦ୍ୱାରା ଶାରୀରରେ ଜମା ହେଉଥିବା ଚର୍ବି ମଧ୍ୟ କମ୍‌ ହୋଇଥାଏ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri