ବିଶ୍ୱବ୍ୟାଙ୍କର ପ୍ରଥମ ମହିଳା ଏମ୍‌ଡି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଭାବେ ବିଶ୍ୱ ବ୍ୟାଙ୍କ ଗରିବ ରାଷ୍ଟ୍ରଗୁଡ଼ିକୁ ସୁଧମୁକ୍ତ ଋଣ ଓ ଅନୁଦାନ ଦେଇ ବିକାଶମୂଳକ ପ୍ରକଳ୍ପ ତ୍ୱରାନ୍ବିତ କରୁଛି। ଇଣ୍ଟରନ୍ୟାଶନାଲ ବ୍ୟାଙ୍କ ଫର୍‌ ରିକନ୍‌ଷ୍ଟ୍ରକଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ (ଆଇବିଆର୍‌ଡି) ଏବଂ ଇଣ୍ଟରନ୍ୟାଶନାଲ ଡେଭଲପ୍‌ମେଣ୍ଟ ଆସୋସିଏଶନ (ଆଇଡିଏ)କୁ ନେଇ ବିଶ୍ୱ ବ୍ୟାଙ୍କ ଗଠିତ। ଏବେ ଏହାର ମୁଖ୍ୟ ଲକ୍ଷ୍ୟ ଦାରିଦ୍ର୍ୟ ଦୂରୀକରଣ। ଏଭଳି ଅନ୍ତର୍ଜାତୀୟ ସଂସ୍ଥାରେ ଅନ୍ୟତମ ପ୍ରମୁଖ ପଦବୀରେ ଆସୀନ ହେବାରେ ବର୍ତ୍ତମାନ ଜଣେ ଭାରତୀୟ ମହିଳାଙ୍କୁ ସୁଯୋଗ ମିଳିଛି। ସେ ହେଲେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏମ୍‌ଡି ଅଂଶୁଲା କାନ୍ତ। ଅଂଶୁଲାଙ୍କୁ ବିଶ୍ୱ ବ୍ୟାଙ୍କର ଏମ୍‌ଡି ତଥା ଚିଫ୍‌ ଫାଇନାନ୍‌ସିଆଲ୍‌ ଅଫିସର (ସିଏଫ୍‌ଓ) ଭାବେ ୧୨ ଜୁଲାଇରେ ନିଯୁକ୍ତ କରାଯାଇଥିବା ବିଶ୍ୱ ବ୍ୟାଙ୍କ ପ୍ରେସିଡେଣ୍ଟ ଡେଭିଡ୍‌ ମାଲପସ୍‌ ଘୋଷଣା କରିଛନ୍ତି। ସେ ଅନ୍ତର୍ଜାତୀୟ ବ୍ୟାଙ୍କର ଫାଇନାନ୍‌ସିିଆଲ୍‌ ଏବଂ ରିସ୍କ ମ୍ୟାନେଜମେଣ୍ଟ ଦାୟିତ୍ୱ ସମ୍ଭାଳିବେ। ଅଂଶୁଲା ବିଶ୍ୱବ୍ୟାଙ୍କର ପ୍ରଥମ ମହିଳା ଏମ୍‌ଡି ତଥା ସିଏଫ୍‌ଓ ହେବାର ଗୌରବ ଅର୍ଜନ କରିଛନ୍ତି।
ଅଂଶୁଲା ବିହାରର ଜାମ୍‌ସେଦପୁର (ଏବେ ଝାଡ଼ଖଣ୍ଡ)ରେ ୭ ସେପ୍ଟେମ୍ବର ୧୯୬୦ରେ ଜନ୍ମଗ୍ରହଣ କରିଥିଲେ। ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ଦିଲ୍ଲୀ ସ୍କୁଲ ଅଫ୍‌ ଇକନମିକ୍ସରୁ ସେହି ବିଷୟରେ ସ୍ନାତକୋତ୍ତର କରିଥିଲେ। ଭାରତୀୟ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନରୁ ସାର୍ଟିଫାଏଡ୍‌ ଆସୋସିଏଟ୍‌ ହୋଇଥିବା ଅଂଶୁଲାଙ୍କ କର୍ମମୟ ଜୀବନ ୧୯୮୩ରେ ଏସ୍‌ବିଆଇର ପ୍ରୋବେଶନାରି ଅଫିସର ଚାକିରି ପାଇବାଠାରୁ ଆରମ୍ଭ ହୋଇଥିଲା। କାର୍ଯ୍ୟ ପ୍ରତି ନିଷ୍ଠା ତାଙ୍କୁ ଉଚ୍ଚକୁ ଯିବା ପାଇଁ ରାସ୍ତା ଦେଖାଇଥିଲା। ମହାରାଷ୍ଟ୍ର ଓ ଗୋଆର ଏସ୍‌ବିଆଇ ଚିଫ୍‌ ଜେନେରାଲ ମ୍ୟାନେଜର, ଅପରେଶନ୍ସ ଫର୍‌ ନ୍ୟାଶନାଲ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌ର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଙ୍ଗାପୁରଠାରେ ଏସ୍‌ବିଆଇର ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର ରହିବା ପରେ ଅଂଶୁଲାଙ୍କୁ ଏହି ସର୍ବବୃହତ୍‌ ବାଣିଜି୍ୟକ ବ୍ୟାଙ୍କ ଦୁଇ ବର୍ଷ ପାଇଁ ଏମ୍‌ଡି ଆସନରେ ବସାଇବା ସହ ବ୍ୟାଙ୍କ ବୋର୍ଡରେ ସଦସ୍ୟ ଭାବେ ନେଇଥିଲା। ରିଟେଲ୍‌ ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍‌ କ୍ରେଡିଟ୍‌, କ୍ରସ୍‌-ବର୍ଡର ଟ୍ରେଡ୍‌ ଏବଂ ବ୍ୟାଙ୍କିଙ୍ଗ୍‌ ଇନ୍‌ ଡେଭଲପ୍‌ମେଣ୍ଟ (ଉଭୟ ପାଇକାରି ଓ ଖୁଚୁରା) ଆଦି ଜଟିଳ ଆର୍ଥିକ ଦିଗ ଉପରେ ଦୀର୍ଘବର୍ଷର ଅଭିଜ୍ଞତା ବର୍ତ୍ତମାନ ତାଙ୍କୁ ବିଶ୍ୱ ବ୍ୟାଙ୍କ ଭଳି ସଂସ୍ଥାରେ କାର୍ଯ୍ୟ କରିବା ଲାଗି ସୁଯୋଗ ଦେଇଛି ବୋଲି ଖେଦ୍‌ ଡେଭିଡ୍‌ ମାଲପସ୍‌ କହିଛନ୍ତି। ଜଣେ ଭାରତୀୟ ମହିଳାଙ୍କ କାର୍ଯ୍ୟଦକ୍ଷତା ଉପରେ ବିଶ୍ୱ ବ୍ୟାଙ୍କ ସଭାପତିଙ୍କ ଏଭଳି ମନ୍ତବ୍ୟ ନିଶ୍ଚିତ ଭାବେ ସମ୍ମାନଜନକ।
କର୍ମମୟ ଜୀବନର ଆରମ୍ଭ ବେଳର କଥାକୁ ମନେପକାଇ ଅଂଶୁଲା କହନ୍ତି, ଯେତେବେଳେ ସେ ଏସ୍‌ବିଆଇରେ ଯୋଗ ଦେଇଥିଲେ ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ବ୍ୟାଙ୍କିଙ୍ଗ୍‌ ପରୀକ୍ଷାରେ ପାର୍ଟ ୧, ପାର୍ଟ ୨ ଛଡ଼ା ଆଉ ପାର୍ଟ ୩ ରହିଛି। ଏହି ପାର୍ଟ ୩ରେ ବ୍ୟାଙ୍କ ସଂଘ ସହ ଉତ୍ତମ ସମ୍ପର୍କ ଏବଂ ପଦୋନ୍ନତି ଓ ବଦଳି ଲାଗି ବରିଷ୍ଠ ଅଧିକାରୀଙ୍କୁ ଖୁସି କରିବା ବିଷୟ ସନ୍ନିବେସିତ ବୋଲି କୁହାଯାଇଥିଲା। କିନ୍ତୁ ଚାକିରି ଅଭିଜ୍ଞତା ଭିତରେ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ନ ଥିଲେ ଓ ଏସବୁ ମନଗଢ଼ା ଥିଲା ବୋଲି ଅଂଶୁଲା କହିଛନ୍ତି। ପରନ୍ତୁ ଏସ୍‌ବିଆଇର ଆବାସିକ କଲୋନୀ ତାଙ୍କୁ ଉପରକୁ ଉଠିବା ସହ ପାରିବାରିକ ଜୀବନ ସୁଖକର କରିବାରେ ସହାୟକ ହୋଇଥିଲା ବୋଲି କହିଛନ୍ତି। ସ୍ବାମୀ, ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ସ୍ବାମୀ ସଞ୍ଜୟ ବାରାଣସୀଠାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ। ଝିଅ ନୂପୁର ତାଙ୍କ ସ୍ବାମୀଙ୍କ ସହ ସିଙ୍ଗାପୁରରେ ରହୁଥିବା ବେଳେ ପୁଅ ସିଦ୍ଧାର୍ଥ ନ୍ୟୁୟର୍କରେ ବସବାସ କରୁଛନ୍ତି। ସଂସାର ଓ ବ୍ୟାଙ୍ଗିଙ୍ଗ୍‌ ଭଳି ଆର୍ଥିକ ଜଟିଳ ଦୁନିଆକୁ ପରିଚାଳନା କରି ଯିଏ ଅନ୍ତର୍ଜାତୀୟ ସଂସ୍ଥାରେ ଅବସ୍ଥାପିତ ହୋଇପାରିଛନ୍ତି, ବିଶ୍ୱବାସୀ ନିଶ୍ଚିତ ଭାବେ ତାଙ୍କଠାରୁ ଆହୁରି ଅଧିକ ଆଶା ରଖିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri