ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା: ଡ୍ରୋନ୍‌, ସିସିଟିଭି କ୍ୟାମେରା ଲେନ୍‌ସରେ ରହିବ ପୁରୀ ଷ୍ଟେଶନ

ଜଟଣୀ,୨୭ା୬(ଡି.ଏନ.ଏ.) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରେଳଯାତ୍ରୀଙ୍କ ପାଇଁ ରେଳପଥ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ଅଧିକ ସଂଖ୍ୟାରେ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହ ଅନ୍ୟାନ୍ୟ ସୁବିଧା ସହ ଯାତ୍ରୀଙ୍କ ସୁରକ୍ଷା ଉପରେ ରେଳପଥ ଅଧିକ ଗୁରୁତ୍ୱ ଦେଇଥିବା ନେଇ ଖୋର୍ଦ୍ଧାରୋଡ଼ ରେଳଡିଭିଜନର ଡିଆର୍‌ଏମ୍‌ ଶଶୀକାନ୍ତ ସିଂ ବୁଧବାର ଏଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜୁଲାଇ ୪ ତାରିଖ ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ସୁବିଧା ଉପଲବ୍ଧ ହେବ।
ସୁରକ୍ଷା ବ୍ୟବସ୍ଥା
ଆକାଶମାର୍ଗରୁ ଡ୍ରୋନ୍‌ ଓ ସ୍ଥଳଭାଗରେ ସିସିଟିଭି କ୍ୟାମେରାର ତୀକ୍ଷ୍ଣ ନଜରରେ ପୁରୀ ଷ୍ଟେଶନ ଓ ନିକଟବର୍ତ୍ତୀ ରେଳପଥ ଅଞ୍ଚଳ ରହିବ। ଏହା ସନ୍ଦିଗ୍ଧ ଓ ଅସାମାଜିକ ବ୍ୟକ୍ତିଙ୍କ ଉପରେ ରଖିବ ନଜର। ପୁରୀ ଷ୍ଟେଶନରେ ୭୩, ଭୁବନେଶ୍ୱରରେ ୩୮ ଓ କଟକ ଷ୍ଟେଶନରେ ୩୧ଟି ସିସିଟିଭି କ୍ୟାମେରା ଲାଗିବ। ସେହିପରି ୫ଟି ସ୍ନିପର ଡଗ୍‌ ସ୍କ୍ବାଡ ମୁତୟନ ସହ ଲଗେଜ ସ୍କାନର, ମେଟାଲ ଡିଟେକ୍ଟର ପୁରୀ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା ରହିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ଷ୍ଟେଶନ, ଟ୍ରେନ୍‌ ଓ ନିକଟବର୍ତ୍ତୀ ରେଳ ଅଞ୍ଚଳରେ ଆରପିଏଫ୍‌ ଯବାନ ମୁତୟନ ରହିବେ। ଏଥିପାଇଁ ଅଧିକ ୫୫୦ ଆର୍‌ପିଏଫ୍‌, ଗୋଟିଏ କମ୍ପାନୀ ଆର୍‌ପିଏଫ୍‌ର ସ୍ବତନ୍ତ୍ର ଫୋର୍ସ ମୁତୟନ କରାଯିବ। ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ଗଠିତ ସୁଭଦ୍ରା ବାହିନୀର ମହିଳା ଯବାନମାନେ ପୁରୀ ଷ୍ଟେଶନ ଓ ଟ୍ରେନ୍‌ରେ ସତର୍କ ଦୃଷ୍ଟି ରଖିବେ। ନିଶା ଦିଆ ଲୁଟେରା କବଳରୁ ବଞ୍ଚତ୍ବା ପାଇଁ ଅଜଣା ବ୍ୟକ୍ତିଙ୍କଠାରୁ ଖାଦ୍ୟ ଗ୍ରହଣ ନ କରିବା, ନିଜ ଲଗେଜ ପ୍ରତି ଧ୍ୟାନ ଦେବା, ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଟିକେଟ ଗ୍ରହଣ ନ କରି କାଉଣ୍ଟରରୁ କ୍ରୟ କରିବା, ପିନ୍ଧିଥିବା ଅଳଙ୍କାର ପ୍ରତି ସତର୍କ ରହିବା ଆଦି ଉପରେ ଆର୍‌ପିଏଫ୍‌ ପକ୍ଷରୁ ଯାତ୍ରୀଙ୍କୁ ସଚେତନତା କରିବା ଉପରେ ଗୁରୁତ୍ୱ ଦିଆଯିବ।
ଅଧିକ ଟିକେଟ୍‌ କାଉଣ୍ଟର
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଟ୍ରେନ୍‌ ଯୋଗେ ଶ୍ରୀକ୍ଷେତ୍ରକୁ ଆଗମନ ହେବା ଦୃଷ୍ଟିରେ ରଖି ପୁରୀ ସମେତ ଅନ୍ୟ ଷ୍ଟେଶନରେ ଅତିରିକ୍ତ ୬୦ଟି ଟିକେଟ କାଉଣ୍ଟର ଖୋଲାଯିବ। ପୁରୀ ଷ୍ଟେଶନରେ ୩୬ଟି ଓ ଭୁବନେଶ୍ୱର, କଟକ, ଖୋର୍ଦ୍ଧାରୋଡ଼, ବ୍ରହ୍ମପୁର, ବାଲୁଗଁା, ଖଲ୍ଲିକୋଟ, ପାରାଦୀପ, ଭଦ୍ରକ, ଯାଜପୁର ଷ୍ଟେଶନରେ ଏହିପରି ଅତିରିକ୍ତ ୨୪ଟି କାଉଣ୍ଟର କରାଯିବ। ଯାତ୍ରୀଙ୍କ ଗହଳିକୁ ସୁପରିଚାଳନା ପାଇଁ ପୁରୀ ଷ୍ଟେଶନରେ ୩ଟି ଅଟୋମେଟିକ୍‌ ଟିକେଟ୍‌ ଭେଣ୍ଡିଂ ମେଶିନ କାର୍ଯ୍ୟ କରିବ।
ସୂଚନା କେନ୍ଦ୍ର
ଟ୍ରେନ୍‌ ଚଳାଚଳ ଉପରେ ଯାତ୍ରୀଙ୍କୁ ବିଭିନ୍ନ ସୂଚନା ଓ ସହାୟତା ପାଇଁ ୪ଟି ଅତିରିକ୍ତ ସୂଚନା ଓ ଅନୁସନ୍ଧାନ କାଉଣ୍ଟର ଖୋଲାଯିବ। ଏଥିସହ ୪ଟି ମେ ଆଇ ହେଲ୍‌ପ ୟୁ ବୁଥ୍‌ ବ୍ୟବସ୍ଥା ୨୪ ଘଣ୍ଟିଆ କାର୍ଯ୍ୟ କରିବ। ଏହା ପୁରୀ ଷ୍ଟେଶନ ଭିତରେ ବିଭିନ୍ନ ସ୍ଥାନରେ ଖୋଲାଯିବ। ଯାତ୍ରୀଙ୍କୁ ସଚେତନ କରିବା ପାଇଁ ଟାଇମ୍‌ ଟେବୁଲ୍‌, ଇଣ୍ଡିକେଶନ୍‌ ବୋର୍ଡ ଆଦି ବିଭିନ୍ନ ସ୍ଥାନରେ ଲଗାଯିବ।
ଟୁରିଷ୍ଟ କମ୍ପ୍ଲ୍ଲେକ୍ସ
ଯାତ୍ରୀଙ୍କ ବିଶ୍ରାମ ପାଇଁ ପୁରୀ ଷ୍ଟେଶନ ବାହାରେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ଅସ୍ଥାୟୀ ମେଳା ଶେଡର ବ୍ୟବସ୍ଥା କରାଯିବ। ବିଶ୍ରାମ ନେବା ସହ ସ୍ନାନ, ପରିସ୍ରାଗାର, କ୍ୟାଟରିଙ୍ଗ୍‌ ଷ୍ଟଲ, ଚିକିତ୍ସା ସୁବିଧା ଆଦି ଏଠାରେ ଉପଲବ୍ଧ ରହିବ। ଟୁରିଷ୍ଟ କମ୍ପ୍ଲେକ୍ସରେ ୫ ହଜାର ଓ ମେଳା ସେଡରେ ୧ ହଜାର ଶ୍ରଦ୍ଧାଳୁ ଏକ ସଙ୍ଗେ ରହିବା ଭଳି ବ୍ୟବସ୍ଥା କରାଯିବ।
ସ୍ବତନ୍ତ୍ର ଟ୍ରେନ୍‌ ସୁବିଧା
ଗୁଣ୍ଡିଚା ଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ନିୟମିତ ଟ୍ରେନ୍‌ ସମେତ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍‌ ପୁରୀକୁ ଚଳାଚଳ କରିବ। ଗତବର୍ଷ ୧୮୪ଟି ଅଧିକ ଟ୍ରେନ୍‌ ବ୍ୟବସ୍ଥା ହୋଇଥିବା ବେଳେ ଚଳିତବର୍ଷ ୧୦ଟି ଅଧିକ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଖୋର୍ଦ୍ଧାରୋଡ ଓ ନୟାଗଡ଼ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା ହୋଇଛି।
ସ୍ବାସ୍ଥ୍ୟସେବା
୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିପାଇଁ ଷ୍ଟେଶନ, ଟୁରିଷ୍ଟ କମ୍ପ୍ଲେକ୍ସ ମଧ୍ୟରେ ୨ଟି ଫାଷ୍ଟଏଡ୍‌ ବୁଥ୍‌ର ବ୍ୟବସ୍ଥା ରହିବ। ଯେଉଁଥିରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌, ଆମ୍ବୁଲାନ୍ସର ସୁବିଧା ହେବ।
ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା
ପୁରୀ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନରେ ଖାଦ୍ୟ ଓ ପାନୀୟ ଜଳର ସୁବିଧା ଉପଲବ୍ଧ ରହିବ। ଚା, ସ୍ନାକ୍ସ, ଜନତା ମିଲ୍‌, ପାଣି ବଟଲ୍‌ ଆଦି ବ୍ୟବସ୍ଥା ଥିବା ଫୁଡ୍‌ପ୍ଲାଜା ପୁରୀ ଷ୍ଟେଶନ ସମେତ ଅନ୍ୟ ଷ୍ଟେଶନରେ ମଧ୍ୟ ସୁବିଧା ପ୍ରଦାନ କରାଯିବ। ଏଥିସହ ବିଭିନ୍ନ ଷ୍ଟେଶନରେ ଭେଣ୍ଡିଂ ମେଶିନ ମାଧ୍ୟମରେ ସ୍ବଳ୍ପ ଅର୍ଥରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପଲବ୍ଧ ହେବ।
ରଥଯାତ୍ରା ଆପ୍‌
ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ସ୍ବତନ୍ତ୍ର ରଥଯାତ୍ରା ଆପ୍‌ (ECoR Yatra) ପ୍ରସ୍ତୁତ କରିଛି। ଏଥିରେ ନିୟମିତ ଏବଂ ସ୍ବତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ ସମେତ ଟିକେଟ୍‌ କାଉଣ୍ଟର ମେଳା କମ୍ପ୍ଲେକ୍ସ, ଲଜ୍‌, ଗାଇଡ୍‌ମ୍ୟାପ୍‌, ସଡ଼କପଥ ପାଇଁ ଅଟୋ, କ୍ୟାବ ଆଦିର ସୂଚନା ଏଥିରେ ଉପଲବ୍ଧ ହେବ।
ପରିମଳ ବ୍ୟବସ୍ଥା
ଷ୍ଟେଶନ ପରିସର, ମେଳା ଶେଡ ଓ ରେଳପଥ ଅଞ୍ଚଳ ସଫାସୁତୁରା ରଖିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଥିପାଇଁ ରେଳପଥ କର୍ମଚାରୀ ୨୪ ଘଣ୍ଟିଆ କାର୍ଯ୍ୟରତ ରହିବେ।
ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ :
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରା ପାଇଁ ପୁରୀ ଷ୍ଟେଶନକୁ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ କରାଯିବ। ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି।
ସ୍କାଉଟ୍ସଗାଇଡ୍ସ, ସିଭିଲ୍‌ ଡିଫେନ୍ସ
ରେଳପଥ ପକ୍ଷରୁ ହେଉଥିବା ବ୍ୟାପକ ବ୍ୟବସ୍ଥାର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗର ଅନେକ ଅଧିକାରୀ ଓ କର୍ମଚାରୀ ନିୟୋଜିତ ରହିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ସ୍କାଉଟ୍‌, ଗାଇଡ୍ସ ଓ ସିଭିଲ୍‌ ଡିଫେନ୍ସର ସ୍ବେଚ୍ଛାସେବୀମାନେ ଯାତ୍ରୀଙ୍କୁ ସେବା ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri