ବିଶ୍ୱକୁ ବାଟ ବତାଇଛନ୍ତି ଏମାନେ

ଆଇସଲାଣ୍ଡରୁ ତାଇଓ୍ବାନ ଓ ଜର୍ମାନୀରୁ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ମହିଳାମାନେ ବିଶ୍ୱକୁ ମହାମାରୀ କରୋନାରୁ ମୁକ୍ତିର ବାଟ ବତାଉଛନ୍ତି। ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ ଓ ଡେନ୍‌ମାର୍କ ସବୁଠି ଏହି ଘାତକ ଭୂତାଣୁ ଗୋଟିଏ ବିଷୟ ସାମ୍ନାକୁ ଆଣିଛି ଯେ ମହିଳାମାନେ ହିଁ ସେମାନଙ୍କ ପରାକାଷ୍ଠା ଦେଖାଇ ପାରିଛନ୍ତି। ଅନେକେ କହିପାରନ୍ତି ଯେ, ଏଗୁଡ଼ିକ ଛୋଟ ଦେଶ ବା ଦ୍ୱୀପ କିମ୍ବା ଅନ୍ୟ କିଛି ବ୍ୟତିକ୍ରମ। କିନ୍ତୁ ଜର୍ମାନୀ ହେଉଛି ଏହି କ୍ଷେତ୍ରରେ ନେତୃତ୍ୱ ନେଉଥିବା ଏକ ବଡ଼ ଦେଶ, ଯାହା ଭିନ୍ନ ପରିଣାମ ନେଇ ଆସିଛି । ଏହି ନାରୀନେତ୍ରୀମାନେ ଆମକୁ ଏକ ଶକ୍ତି ପ୍ରଦାନକାରୀ ଆକର୍ଷଣୀୟ ବିକଳ୍ପର ଉପାୟ ବତାଉଛନ୍ତି। ଆସନ୍ତୁ ଜାଣିବା ସେମାନେ ଆମକୁ କି ଶିକ୍ଷା ଦେଉଛନ୍ତି…

ସତ:
ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଆଗୁଆ ଛିଡ଼ାହୋଇ ଶାନ୍ତଭାବେ ଦେଶବାସୀଙ୍କୁ କହିଥିଲେ ଯେ, ଏହା ଏକ ମାରାମତ୍କ କୀଟ। ଏହି ଭୂତାଣୁ ଦେଶର ୭୦% ଜନସଂଖ୍ୟାକୁ ସଂକ୍ରମିତ କରିବ। ତେଣୁ ଏହାକୁ ଗମ୍ଭୀରତାର ସହ ନିଅ। ଦେଶବାସୀ ତାଙ୍କ ପରାମର୍ଶକୁ ମାନି କରୋନା ଭାଇରସ୍‌କୁ ହାଲୁକା ଭାବେ ଗ୍ରହଣ କରି ନ ଥିଲେ। ଦେଶରେ ସଂକ୍ରମଣ ଆରମ୍ଭ ହେବା ମାତ୍ରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଫଳରେ ପଡ଼ୋଶୀ ୟୁରୋପୀୟ ଦେଶଗୁଡ଼ିକ ତୁଳନାରେ ଜର୍ମାନୀକୁ ବେଶି କ୍ଷତି ସହିବାକୁ ପଡ଼ିଲା ନାହିଁ।
ଦୃଢ଼ତା:
କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ପ୍ରଥମ ପଦକ୍ଷେପ ନେଇଥିଲେ ତାଇଓ୍ବାନ ପ୍ରଧାନମନ୍ତ୍ରୀ ସାଇ ଇଙ୍ଗ୍‌-ଓ୍ବେନ୍‌। ଗତ ଜାନୁୟାରୀରେ ପ୍ରଥମଥର ଲାଗି ଦେଶରେ ଏକ ନୂଆ ରୋଗ ଦେଖିବାକୁ ମିଳିଥିଲା। ସଂକ୍ରମଣର ମୁକାବିଲା ପାଇଁ ସେ ଅନ୍ୟ ଦେଶଗୁଡ଼ିକ ଭଳି ଲକ୍‌ଡାଉନ୍‌ ନ କରି ୧୨୪ଟି ପଦକ୍ଷେପ ନେଇଥିଲେ। ଇଙ୍ଗ୍‌-ଓ୍ବେନ୍‌ ବର୍ତ୍ତମାନ ଆମେରିକା ଓ ୟୁରୋପକୁ ୧ କୋଟି ଫେସ୍‌ ମାସ୍କ ପଠାଉଛନ୍ତି। ଏହାକୁ ଅନ୍ତର୍ଜାତୀୟ ଗଣମାଧ୍ୟମ ‘ବିଶ୍ୱର ସର୍ବୋତ୍ତମ ଉପଚାର ମଧ୍ୟରୁ ଅନ୍ୟତମ’ ଭାବେ ଅଭିହିତ କରିଛି। ତାଇଓ୍ବାନରେ କରୋନା ସଂକ୍ରମଣଜନିତ ମୃତ୍ୟୁ ମାତ୍ର ୬ରେ ସୀମିତ ରହିଛି।
ସେହିପରି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ନ ମଧ୍ୟ ବେଳ ଥାଉ ଥାଉ ବନ୍ଧ ବାନ୍ଧିଥିବାରୁ ସେଠାରେ ମୃତ୍ୟୁସଂଖ୍ୟା ୪ରୁ ଉପରକୁ ଉଠିପାରି ନାହିଁ। ଦେଶରେ ଲକ୍‌ଡାଉନ୍‌ ଘୋଷଣା ଓ ସର୍ବାଧିକ ସତର୍କତା ଜାରି କରାଯାଇଥିବାରୁ ସଂକ୍ରମଣ ପୂରା ନିୟନ୍ତ୍ରଣରେ ରହିଛି। ନ୍ୟୁଜିଲାଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ୬ରେ ସୀମିତ ଥିବାବେଳେ ଦେଶକୁ ପ୍ରବେଶ କରୁଥିବା ଲୋକଙ୍କୁ ଜାକିଣ୍ଡା ଆଗୁଆ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବିଦେଶୀମାନଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଜାରି କରିଥିଲେ। ତାଙ୍କ ଦୃଢ଼ତା ଓ ସ୍ପଷ୍ଟତା ଏହି ଝଡ଼ରୁ ନ୍ୟୁଜିଲାଣ୍ଡବାସୀଙ୍କୁ ରକ୍ଷା କରିବାରେ ସହାୟକ ହୋଇଛି।
ଟେକ୍ନୋଲୋଜି:
ପ୍ରଧାନମନ୍ତ୍ରୀ କେଟରିନ୍‌ ଜାକବ୍ସଡୋଟିର୍‌ଙ୍କ ନେତୃତ୍ୱରେ ଆଇସ୍‌ଲାଣ୍ଡର ସମସ୍ତ ନାଗରିକଙ୍କ କରୋନା ଟେଷ୍ଟ ମାଗଣାରେ କରାଯାଉଛି। କୋଭିଡ୍‌-୧୯ ସଂକ୍ରମଣ ଓ ତତ୍‌ଜନିତ ମୃତ୍ୟୁ ହାରକୁ ନେଇ ଏହା ଏକ ଗୁରୁତ୍ୱପୂର୍ଣ୍ଣ କେସ୍‌ ଷ୍ଟଡି ହେବ। ଦକ୍ଷିଣ କୋରିଆରେ ଯେତିକି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ଟେକ୍ନୋଲୋଜି ସହାୟତାରେ ତା’ର ୫ ଗୁଣା ଟେଷ୍ଟ ଆଇସ୍‌ଲାଣ୍ଡରେ କରାଯାଇଛି। ଏଠାରେ ଏକ ଟ୍ରାକିଂ ସିଷ୍ଟମ୍‌ ଜରିଆରେ ସଂକ୍ରମଣକୁ ରୋକାଯାଉଥିବାରୁ ଲକ୍‌ଡାଉନ୍‌ କିମ୍ବା ସ୍କୁଲ ବନ୍ଦ କରିବାକୁ ପଡ଼ିନାହିଁ।
ଅନୁରୂପ ଭାବେ ଗତ ଡିସେମ୍ବରରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ସାନ୍ନା ମାରିନ୍‌ ହେଉଛନ୍ତି ଏହି ପଦବୀରେ ଅବସ୍ଥାପିତ ଦେଶର ସର୍ବକନିଷ୍ଠ ନେତ୍ରୀ। କରୋନା ସଙ୍କଟ ବେଳେ ଲଢ଼େଇ ଲାଗି ସୋସିଆଲ ମିଡିଆରେ ପ୍ରଭାବ ସୃଷ୍ଟିକାରୀଙ୍କୁ ମୁଖ୍ୟ ଏଜେଣ୍ଟ ଭାବେ ବ୍ୟବହାର କରି ସେ ସହସ୍ରାବ୍ଦୀର ନେତ୍ରୀ ଭାବେ ଉଭା ହୋଇଛନ୍ତି।
ପ୍ରେମ:
ନରଓ୍ବେ ପ୍ରଧାନମନ୍ତ୍ରୀ ଏର୍ନା ସୋଲ୍‌ବର୍ଗ ଟେଲିଭିଜନ ଜରିଆରେ ଦେଶର ପିଲାମାନଙ୍କ ସହ ପ୍ରତ୍ୟକ୍ଷ ଭାବେ କଥା ହେବା ପାଇଁ ଅଭିନବ ଉପାୟ ଆପଣାଇଛନ୍ତି। ତାଙ୍କ ଖବରଦାତା ସମ୍ମିଳନୀକୁ କୌଣସି ବୟସ୍କ ବ୍ୟକ୍ତିକୁ ଯିବାକୁ ଅନୁମତି ମିଳୁନାହିଁ। କରୋନା ଭାଇରସ୍‌ର ନିରାକରଣ ସମ୍ପର୍କିତ ପିଲାମାନଙ୍କ ପ୍ରଶ୍ନର ଉତ୍ତର ସେ ଦେଉଛନ୍ତି। ଏହା ଟିଭିରେ ପ୍ରସାରିତ ହେବା ପରେ ଦେଶବାସୀ ଅଧିକ ସଚେତନ ହେଉଛନ୍ତି।
ସାଧାରଣତଃ ଉପରୋକ୍ତ ମହିଳା ନେତ୍ରୀମାନଙ୍କ ସହାନୁଭୂତି ଓ ଯନତ୍ ଏକ ବିକଳ୍ପ ବିଶ୍ୱରୁ ଆସିଥିବା ଭଳି ମନେହେଉଛି। ସତେ ଯେମିତି ଏହି ନେତ୍ରୀମାନଙ୍କ ବାହୁ ଦେଶବାସୀଙ୍କୁ ଖୁବ୍‌ ନିକଟରୁ ସହୃଦୟେ ଆଲିଙ୍ଗନ କରିବା ଲାଗି ସେମାନଙ୍କ ଭିଡିଓରୁ ବାହାରି ଆସୁଛି। ଏବେ କରୋନା ସଙ୍କଟର ମୁକାବିଲା ପାଇଁ ଏହି ନେତ୍ରୀମାନଙ୍କୁ ଟ୍ରମ୍ପ୍‌, ବୋଲସୋନାରୋ, ଓବ୍ରାଡୋର, ମୋଦି, ଡୁଆର୍ଟେ, ଓର୍ବାନ, ପୁଟିନ ଓ ନେତନ୍ୟାହୁଙ୍କ ଭଳି ନେତାମାନଙ୍କ ସହ ତୁଳନା କଲେ ବାସ୍ତବ ଚିତ୍ର ସାମ୍ନାକୁ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri