Posted inଖେଳ

ବିଶ୍ୱ ଯୁବ ଚେସ୍‌ ଚାମ୍ପିୟନଶିପ୍‌: ଭାରତକୁ ୭ ପଦକ; ପ୍ରଜ୍ଞାନନ୍ଦଙ୍କୁ ସ୍ବର୍ଣ୍ଣ ପଦକ

ମୁମ୍ବାଇ,୧୩।୧୦(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱ ଯୁବ ଚେସ୍‌ ଚାମ୍ପିୟନଶିପ୍‌ରେ ଚେନ୍ନାଇର ୧୪ ବର୍ଷୀୟ ଗ୍ରାଣ୍ଡ ମାଷ୍ଟର ଆର. ପ୍ରଜ୍ଞାନନ୍ଦ ଦମ୍‌ଦାର ପ୍ରଦର୍ଶନ କରି ସଫଳତମ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଶନିବାର ସେ ୧୮ ବର୍ଷରୁ କମ୍‌ ଓପନ କାଟାଗୋରି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏକାଦଶ ତଥା ଅନ୍ତିମ ରାଉଣ୍ଡରେ ସେ ଜର୍ମାନୀର ଭାଲେଣ୍ଟିନ ବୁକେଲ୍ସଙ୍କ ବିପକ୍ଷରେ ମୁକାବିଲା ଡ୍ର ରଖିଥିଲେ। ମୋ ୯ ପଏଣ୍ଟ ପାଇ ସେ ତାଲିକାର ଶୀର୍ଷରେ ରହିଛନ୍ତି। ସେ ଏଥିପାଇଁ ନିଜ ଦେଶର ଅନ୍ତର୍ଜାତୀୟ ମାଷ୍ଟର ଅର୍ଜୁନ କଲ୍ୟାଣଙ୍କ ପ୍ରତି କୃତଜ୍ଞ ରହିବେ। କାରଣ ଅଜୁର୍ନ ଆର୍ମେନିଆର ଟପ୍‌ ସିଡ୍‌ ଖେଳାଳି ଶାଣ୍ଟ ସାର୍ଗସ୍ୟାନଙ୍କ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଥିଲେ। ଯଦି ଶାଣ୍ଟ ବିଜୟୀ ହୋଇଥାନ୍ତେ ତା’ହେଲେ ପ୍ରଜ୍ଞାନନ୍ଦ ଚାପରେ ରହିଥାନ୍ତେ ଓ ସେ ଟାଇଟଲ ହାସଲ କରିପାରି ନ ଥାନ୍ତେ।
ଏହି ଚାମ୍ପିୟନଶିପ୍‌ରେ ଭାରତର ମୋଟାମୋଟି ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ହୋଇଛି। ପ୍ରଜ୍ଞାନନ୍ଦଙ୍କୁ ବାଦ୍‌ ଦେଲେ ଭାରତୀୟ ଖେଳାଳିମାନେ ଆଉ ୬ଟି ପଦକ ହାସଲ କରିଛନ୍ତି। ଏଥିରେ ୩ଟି ରୌପ୍ୟ ପଦକ ସାମିଲ ରହିଛି। କେବଳ ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। ତେବେ ବି.ଏମ. ଅକ୍ଷୟ ଭଲ ପ୍ରଦର୍ଶନ କରିଥିଲେ। ଫାଇନାଲରେ ରାଉଣ୍ଡରେ ଅକ୍ଷୟା ଅନୋଉଶା ମାହଦିଆନଙ୍କଠାରୁ ହାରିଥିଲେ। କିନ୍ତୁ୧୪ ବର୍ଷରୁ କମ୍‌ ବିଭାଗରେ ଭାରତୀୟ ଖେଳାଳିମାନେ ଭଲ ଖେଳିଥିଲେ। ଦିବ୍ୟା ଦେଶମୁଖ ଓ ରକ୍ଷିତା ରବି ଦୁଇଟି ପଦକ ଜିତିଥିଲେ। ଟପ୍‌ସିଡ ମହିଳା ଅନ୍ତର୍ଜାତୀୟ ମାଷ୍ଟର ଦିବ୍ୟା ଶେଷ ରାଉଣ୍ଡରେ ବିଜୟୀ ହୋଇ ରୌପ୍ୟପଦକ ହାସଲ କରିଥିଲେ। ରକ୍ଷିତା ଓଭରନାଇଟ ଲିଡର ବାଟ- ଏରଡେନ ମୁନଗଞ୍ଜୁଲ ହରାଇ ବ୍ରୋଞ୍ଜ ଜିତିଥିଲେ। ପିଡେ ମାଷ୍ଟର ଏଲ.ଆର ଶ୍ରୀହରି (୧୪ ବର୍ଷରୁ କମ୍‌ ଓପନ) ଓ ବନ୍ତିକା ଅଗ୍ରଓ୍ବାଲ (୧୬ ବର୍ଷରୁ କମ ବାଳିକା) ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ଏସ୍‌. ମାରାଲାକ୍ଷିକାରୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ସିଏମ୍‌ ଆରୋନ୍ୟାକ ଘୋଷ ୧୬ ବର୍ଷରୁ ଓପନ୍‌ରେ ବ୍ରୋଞ୍ଜ୍‌ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

IPL ଇତିହାସରେ ପ୍ରଥମଥର ଘଟିଲା ଏମିତି: କମାଲ କଲେ ପ୍ରଫୁଲ୍ଲ

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

ସର୍ଟଲିଷ୍ଟ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମ! ଟିମ ଇଣ୍ଡିଆ ପାଇଁ କରିପାରନ୍ତି ଡେବ୍ୟୁ

ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନ ଚହଳ ସୃଷ୍ଟି କରୁଥିବା ବିସ୍ଫୋରକ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଗତ ବର୍ଷେ ଧରି କ୍ରିକେଟ ଜଗତରେ ଝଡ଼ ସୃଷ୍ଟି…

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri