ବିଶ୍ୱ ଦେଖିବ ପରାକ୍ରମ: ନୌସେନାର ପ୍ରଥମ ମହିଳା ପାଇଲଟ ଶିବାଙ୍ଗୀ

ମୁଜାଫରପୁର: ଆକାଶ ପରେ ସମୁଦ୍ରର ଅଥଳ ଜଳରାଶିରେ ପରାକାଷ୍ଠା ଦେଖାଇବେ ଭାରତୀୟ ମହିଳା। ବାୟୁସେନା ପରେ ଏବେ ନୌସେନାକୁ ମିଳିବାକୁ ଯାଉଛି ଦେଶର ପ୍ରଥମ ମହିଳା ପାଇଲଟ । ବିହାରର ଶିବାଙ୍ଗୀ ସ୍ବରୂପଙ୍କୁ ଜୁଟିଛି ଏହି ସୌଭାଗ୍ୟ। ସେ ଏବେ କେରଳର କୋଚିରେ ପ୍ରଶିକ୍ଷଣ ନେଉଛନ୍ତି। ଡିସେମ୍ବର ୪ରେ ହେବାକୁ ଥିବା ନୌସେନା ଦିବସ ସମାରୋହରେ ବ୍ୟାଜ୍‌ ପିନ୍ଧା ଯିବା ପରେ ବିଧିବଦ୍ଧ ଭାବେ ତାଙ୍କୁ ଏହି ଦାୟିତ୍ୱ ମିଳିବ। ଏହାପରେ ଭାରତୀୟ ନୌସେନାରେ ମହିଳାଙ୍କ ପରାକ୍ରମ ଦେଖିବ ସାରା ବିଶ୍ୱ।
ଶିବାଙ୍ଗୀ କୋଚିସ୍ଥିତ ନୌବାହିନୀର ଅପରେଶନ ଡ୍ୟୁଟିରେ ସାମିଲ ହେବେ। ସେ ଫିକ୍ସଡ୍‌ ଓ୍ବିଙ୍ଗ ଡୋର୍ନିୟର ସର୍ଭିଲାନ୍ସ ବିମାନ ଉଡ଼ାଇବେ। ଏହି ବିମାନକୁ କମ୍‌ ଦୂରଗାମୀ ସାମୁଦ୍ରିକ ମିଶନରେ ପଠାଯାଇଥାଏ। ଏଥିରେ ଆଡଭାନ୍ସ ସର୍ଭିଲାନ୍ସ ସିଷ୍ଟମ, ରାଡାର, ନେଟଓ୍ବାର୍କିଂ ସିଷ୍ଟମ, ଇଲୋକ୍ଟ୍ରୋନିକ ସେନ୍ସର ଲାଗିଥାଏ, ଯାହା ସମୁଦ୍ରରେ ଅନୁପ୍ରବେଶ ରୋକିବା, ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖିବା ଦିଗରେ ବେଶ୍‌ ସହାୟକ ହୋଇଥାଏ। ଗତବର୍ଷ ଜୁନ୍‌ରେ ଶିବାଙ୍ଗୀ ନୌସେନାରେ ଭର୍ତ୍ତି ହୋଇଥିଲେ।
ବୃତ୍ତିଗତ ଜୀବନକୁ ବାଦ୍‌ଦେଲେ ଶିକ୍ଷାଗତ କ୍ଷେତ୍ରରେ ଶିବାଙ୍ଗୀ ଦକ୍ଷତାର ପରିଚୟ ଦେଇଛନ୍ତି। ସେ ୨୦୧୦ରେ ଡିଏଭି ପବ୍ଲିକ୍‌ ସ୍କୁଲର ସିବିଏସ୍‌ଇ ୧୦ମ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ। ସାଇନ୍ସରେ ଦ୍ୱାଦଶ ପାସ୍‌ କରିବା ପରେ ସେ ଇଞ୍ଜିନିୟରିଂରେ କ୍ୟାରିୟର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏମ୍‌ଟେକ୍‌ ଡିଗ୍ରୀ ହାସଲ ପରେ ଏସ୍‌ଏସ୍‌ବି ପରୀକ୍ଷା ସହାୟତାରେ ସେ ନୌସେନାରେ ସବ୍‌ ଲ୍ୟୁଟ୍‌ନାଣ୍ଟ ଭାବେ ଚୟନ ହୋଇଥିଲେ। ଟ୍ରେନ୍‌ଂ ପରେ ତାଙ୍କୁ ପ୍ରଥମ ମହିଳା ପାଇଲଟ ଭାବେ ଚୟନ କରାଯାଇଛି।
ସୂଚନାଯୋଗ୍ୟ, ଭାବନା କାନ୍ତ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଥିଲେ। ସେହିପରି କରବୀ ଗୋଗୋଇ ନୌସେନାର ପ୍ରଥମ ମହିଳା ଡିଫେସନ୍ସ ଅଟାଚି ଭାବେ ସମ୍ମାନାସ୍ପଦ ସ୍ଥାନ ପାଇଛନ୍ତି। ଆସିଷ୍ଟାଣ୍ଟ ଲ୍ୟୁଟନାଣ୍ଟ କମାଣ୍ଡର ପଦବୀ ସମ୍ଭାଳୁଥିବା ଗୋଗୋଇଙ୍କୁ ଆସନ୍ତା ମାସରେ ରୁଷ ପଠାଯିବ। କର୍ନାଟକର କରଓ୍ବାର ନାଭାଲ ବେସ୍‌ରେ ସେ ଏବେ ରୁଷୀୟ ଭାଷାରେ କୋର୍ସ କରୁଛନ୍ତି। ଯୁଦ୍ଧପୋତ ନିର୍ମାଣ ଏବଂ ମରାମତି କ୍ଷେତ୍ରରେ ତାଙ୍କର ସ୍ବତନ୍ତ୍ର ଅଭିଜ୍ଞତା ରହିଛି। ଆର୍ମି, ଏୟାରଫୋର୍ସ ପରେ ନୌବାହିନୀର ଗୁରୁତ୍ୱପୂର୍ଣ୍ଣ ମିଶନରେ ମହିଳାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ନେଇ ଦୀର୍ଘଦିନରୁ ଯୋଜନା କରାଯାଉଥିଲା। ଏ କ୍ଷେତ୍ରରେ ସମସ୍ତଙ୍କ ଲାଗି ଉଦାହରଣ ପାଲଟିଛନ୍ତି ଶିବାଙ୍ଗୀ।

https://www.facebook.com/DharitriNews/videos/2564217020366166/

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri