ବିଶେଷ ଫାଇଦା ଦେବନି ପ୍ୟାକେଜ

ଗତ କିଛି ତ୍ରୈମାସ ଧରି ଦେଶର ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଖସିବାରେ ଲାଗିଛି। ଚଳିତ ବର୍ଷ ଜିଡିପି ଗତ ୩ ଦଶନ୍ଧିର ସବୁଠାରୁ ନିମ୍ନ ସ୍ତରକୁ ଖସିବ ବୋଲି ପ୍ରମୁଖ ଏଜେନ୍ସିଗୁଡିକ ଆକଳନ କରିଛନ୍ତି। ବଜାରରେ ଏବେ ଚାହିଦା ନ ଥିବା ବେଳେ କରୋନା ଯୋଗୁ କାରବାର ଠପ୍‌ ହୋଇ ପଡିଛି। ଧୀରେ ଧୀରେ ସବୁ ଖୋଲୁଥିବା ବେଳେ ସ୍ଥିତି ସ୍ବାଭାବିକ ହେବା ଏତେଟା ସହଜ ନୁହେଁ। କାରଣ ବନ୍ଦ ହୋଇ ପଡିଥିବା ୟୁନିଟ୍‌ଗୁଡିକ ସାମ୍ନାରେ ବିଭିନ୍ନ ଚ୍ୟାଲେଞ୍ଜ। ଅର୍ଥ ବ୍ୟବସ୍ଥାକୁ ଗତି ଦେବା ଲାଗି ସରକାର ଏପଟେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ୫ଟି ପର୍ଯ୍ୟାୟରେ ପ୍ୟାକେଜର ବିସ୍ତୃତ ବିବୃତିି ରଖିଛନ୍ତି। ହେଲେ ସରକାରଙ୍କ ଘୋଷଣା ବିଶେଷ ଫାଇଦା ଦେବନି ବୋଲି ବିଶେଷଜ୍ଞ ମତ ରଖିଛନ୍ତି। କାରଣ ଚାହିଦା ନ ଥିବା ଅର୍ଥ ବ୍ୟବସ୍ଥାକୁ ପୁନର୍ଜୀବିତ କରିବା ଲାଗି ଚାହିଦା ବଢ଼ାଇବକୁ ହେଲେ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ନଗଦ ଅର୍ଥ ପହଞ୍ଚାଇବା ଆବଶ୍ୟକତା ରହିଛି। ହେଲେ ସରକାର ଘୋଷଣା କରିଥିବା ପଦକ୍ଷେପ ମଧ୍ୟରେ ପ୍ରାୟ ଋଣ କିମ୍ବା ରିଜର୍ଭ ବ୍ୟାଙ୍କ ପଦକ୍ଷେପ ରହିଛି। ଏଣୁ ଅର୍ଥ ବ୍ୟବସ୍ଥାକୁ ପ୍ୟାକେଜର ଲାଭ କ’ଣ ରହିବ ସେ ସମ୍ପର୍କରେ ପ୍ରତିକ୍ରିୟା…

– ବାସ୍ତବିକ ଭାବେ ବିଚାର କଲେ ଲୋକମାନେ ବ୍ୟାପକ ଭାବେ ନିଯୁକ୍ତି ହରାଇଥିବାରୁ ବ୍ୟାପକ ବେକାରି ସମସ୍ୟା ସୃଷ୍ଟି ହୋଇଛି। ଲୋକମାନେ ଚାକିରି ହରାଇଥିବାରୁ ଅର୍ଥ ବ୍ୟବସ୍ଥାରେ ମୋଟ ଚାହିଦା ବର୍ତ୍ତମାନ କମ୍‌ ରହିବ। ଚାହିଦା କମିବାରୁ ଏଣ୍ଟରପ୍ରାଇଜଗୁଡିକର ଲାଭ କରିବା ଆଶା ମଧ୍ୟ କମ୍‌ ରହିବ। ଉତ୍ପାଦିତ ସାମଗ୍ରୀ ବ୍ୟବସାୟ ହେବାରେ ବାଧା ଉପୁଜିବ। ଏଭଳି ସ୍ଥିତିରେ ଯେତେ କମ୍‌ ସୁଧ ହାରରେ ଋଣ ପ୍ରଦାନ କଲେ ମଧ୍ୟ ଲୋକମାନେ ସେ ଋଣ ନେଇ ନିବେଶ କରିବା ଲାଗି ଆଗେଇ ଆସିବେ ନାହିଁ। ସରକାର ବର୍ତ୍ତମାନ ଏତେ ବଡ ଧରଣର ଋଣ ଦେବାକୁ ଘୋଷଣା କରିଛନ୍ତି। ରିଜର୍ଭ ବ୍ୟାଙ୍କ ମଧ୍ୟ ସୁଧହାର ଘୋଷଣା କରିଛନ୍ତି। ଋଣ ପ୍ରଦାନ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି। ମାତ୍ର କମ୍ପାନୀଗୁଡିକର ଲାଭ କରିବା ଆଶା କ୍ଷୀଣ ରହିବା ଯୋଗୁ ସେମାନେ ପୁଞ୍ଜିନିବେଶ କରିବାକୁ ଆସିବେ ନାହିଁ। ସରକାର କିଛିଟା ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତ୍ମନିର୍ଭର ଭାରତ ଲାଗି ୨୦୦ କୋଟି କୋଟି ଟଙ୍କାର ଟେଣ୍ଡର ଉପରେ ଘରୋଇ କମ୍ପାନୀଙ୍କୁ କେବଳ ସୁଯୋଗ ଦେବା କିମ୍ବା ଏମ୍‌ଏସ୍‌ଏମ୍‌ଇ ସଂଜ୍ଞା ପଦକ୍ଷେପ ଲାଭକାରୀ ପଦକ୍ଷେପ। ମାତ୍ର ଏହାର ବିଶେଷ ଫାଇଦା ହେବ ନାହିଁ। କାରଣ ଏହାକୁ ସାଧାରଣ ସମୟରେ କରିଥିଲେ ଭଲ ହୋଇଥାନ୍ତା। ବର୍ତ୍ତମାନ ଲୋକଙ୍କର ରୋଜଗାର କମିଥିବା ବେଳେ ବେରୋଜଗାରୀ ବଢ଼ିଛି। ଫଳରେ ସରକାରଙ୍କ ପଦକ୍ଷେପ ବିଶେଷ ଫଳପ୍ରଦ ହେବନି। ଲୋକମାନଙ୍କ ନିକଟରେ ସିଧାସଳଖ ନଗଦ ଅର୍ଥ ପହଞ୍ଚାଇବା ଉପରେ ଫୋକସ କରିବା ଆବଶ୍ୟକ। ଏହାଦ୍ୱାରା ଚାହିଦା ବଢିବା ଦିଗରେ ସୁବିଧା ହେବ। ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ବଢ଼ାଇବା ଉପରେ ମଧ୍ୟ ସରକାର ପଦକ୍ଷେପ ନେଇପାରିବେ।
– ଅମରେନ୍ଦ୍ର ଦାସ, ଆସିଷ୍ଟାଣ୍ଟ ପ୍ରଫେସର, ନାଇଜର

ଅର୍ଥ ବ୍ୟବସ୍ଥା ଲାଗି ବଡ଼ ପ୍ୟାକେଜ ଯେହେତୁ ଘୋଷଣା ହୋଇଛି ପ୍ରଭାବ ଭଲ ରହିବ ବୋଲି ଆଶାବାଦୀ। କିନ୍ତୁ ଯୋଜନାଗୁଡିକର ଲାଭ ଯେତେ ଶୀଘ୍ର ମିଳିବ ସେତେ ଭଲ ରହିବ। କ୍ଷୁଦ୍ର ଶିଳ୍ପଗୁଡିକୁ ଶୀଘ୍ର ଋଣ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ବ୍ୟବସାୟୀଙ୍କୁ ଋଣ ତ୍ୱରିତ ମିଳିଲେ ସେମାନେ କାରବାର ପୁଣି ସମ୍ଭାଳିବେ। ଯାହା ବି ଘୋଷଣା ହୋଇଛି ତା’ର ରୂପାୟନ ଶୀଘ୍ର ହେବା ଜରୁରୀ। ବ୍ୟାଙ୍କଗୁଡିକ ରେପୋ କମାଇଲେ ବିତ୍ତ ବଜାରକୁ ଅଧିକ ଅର୍ଥ ଆସିବ। ଏହାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ଭଲ ଭାବେ ପଡିବ। କାରବାର ବଢିବ। ଅର୍ଥ ବ୍ୟବସ୍ଥା ବଢ଼ିବା ଦିଗରେ ଏହା ସହାୟତା କରିବ। ଏଣୁ ବ୍ୟାଙ୍କଗୁଡିକ ଅର୍ଥ ବ୍ୟବସ୍ଥାକୁ ସହାୟତା ଲାଗି ଠିକ୍‌ ଭାବେ ଯୋଗଦାନ ରଖିବା ଜରୁରୀ। ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ଠପ୍‌ । ଶେୟାର ବଜାର ପ୍ରାୟ ୩୦ରୁ ୪୦% ଖସିଛି। ଏଣୁ ସରକାରଙ୍କ ପଦକ୍ଷେପ ତ୍ୱରିତ ଭାବେ ଲାଗୁ ହେବା ଜରୁରୀ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଆକଳନ ମୁତାବକ ଭାରତ ୧.୯% ହାରରେ ଅଭିବୃଦ୍ଧି କରିବ। ଲକ୍‌ଡାଉନ ବଢୁଥିବା ବେଳେ ଯଦି ଯୋଜନା ତ୍ୱରିତ ଲାଗୁ ନ ହୁଏ ଅର୍ଥ ବ୍ୟବସ୍ଥା ଲାଗି ଲାଭକାରୀ ହେବ ନାହିଁ। ୩ରୁ ୬ ମାସ ମଧ୍ୟରେ ସରକାର ସବୁ କଥାକୁ ସମ୍ଭାଳିବା ଉଚିତ। ଏହା ନ ହେଲେ ଭଲ ଆଶା କରାଯାଇ ନ ପାରେ।
– ରୂପ କୁମାର, ଫାଇନାନ୍ସିଆଲ ଆଡଭାଇଜର

– ସରକାରଙ୍କ ପ୍ୟାକେଜରେ ବ୍ୟବସାୟୀଙ୍କ ଲାଗି ସିଧାସଳଖ କିଛି ପଦକ୍ଷେପ ଆସିନି। କୌଣସି ବନ୍ଦୋବସ୍ତ ନାହିଁ କିମ୍ବା କୌଣସି ପ୍ୟାକେଜ ଆସିନାହିଁ। କିନ୍ତୁ ସରକାରଙ୍କ ଯୋଜନା ସବୁ ଠିକ୍‌ ଠାକ ଚାଲେ ତେବେ ବଜାରକୁ ଅଧିକ ଅର୍ଥ ଆସିବ। ଏହାଦ୍ୱାରା ବ୍ୟବସାୟୀଙ୍କ ଉପରେ ଭଲ ପ୍ରଭାବ ପକାଇବ। ସରକାର ଯେଭଳିି ଚାଷୀ, ଶ୍ରମିକ, ସରକାରୀ କର୍ମଚାରୀ ଏବଂ ଅନ୍ୟ ବର୍ଗଙ୍କ କଥା ବିଚାର କରିଛନ୍ତି ବ୍ୟବସାୟୀଙ୍କ ଲାଗି ସେଭଳି କିଛି କଥା ବିଚାର କରିନାହାନ୍ତି। ମୋଟ ଉପରେ ଯେଉଁ ଘୋଷଣା ହୋଇଛି ସେଥିରୁ କିଛି ବଜାରକୁ ଲାଭ ମିଳିପାରେ। ସରକାରଙ୍କ ନିକଟରେ କିଛି ପ୍ରତ୍ୟକ୍ଷ ଦାବି କରାଯାଇଥିଲା। ରାଜ୍ୟ ସରକାରଙ୍କ ନିକଟରେ ଭଡ଼ା ଛାଡ଼, ବ୍ୟବସାୟୀଙ୍କ ଲାଗି ହାରାହାରି ବିଦ୍ୟୁତ୍‌ ବିଲ୍‌ରେ ବାଦ୍‌ ଦେବା, ବ୍ୟାଙ୍କ ଋଣ ଛାଡ଼ ନେଇ ଦାବି ହୋଇଛି। କୋଭିଡ୍‌ ଲାଗି ଅତିରିକ୍ତ ୧୦% ଲୋନ୍‌ ଦେବା ଲାଗି ସରକାର ବ୍ୟାଙ୍କଗୁଡିକୁ କହିଛନ୍ତି। ପ୍ରତ୍ୟକ୍ଷ ଭାବେ ପଦକ୍ଷେପ ନେଇଥିଲେ ଭଲ ହୋଇଥିଲେ ଭଲ ହୋଇଥାନ୍ତି। ବର୍ତ୍ତମାନ ଗ୍ରାହକଙ୍କ ଆବଶ୍ୟକତାକୁ ଏବେ ଗୁରୁତ୍ୱ ଦେଉଛୁ। ସରକାର ବ୍ୟବସାୟୀଙ୍କ କ୍ଷେତ୍ରରେ ଯେଭଳି ଅନ୍ୟାୟ କରିଛନ୍ତି ସାରା ଦେଶରେ କିଭଳି ତା’ର ପ୍ରତିବାଦ କରାଯିବ ସଂଘର ପ୍ରମୁଖ ନେତୃତ୍ୱ ବିଚାର କରିବେ।
– ସୁଧାକର ପଣ୍ଡା, ବ୍ୟବସାୟୀ ମହାସଂଘ ସଭାପତି

– ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ସମୟୋଚିତ। ଏକ ନିମ୍ନମୁଖୀ ଅର୍ଥ ବ୍ୟବସ୍ଥାକୁ ପତନରୁ ରକ୍ଷା କରିବାକୁ ହେଲେ ରାଜକୋଷୀୟ ପନ୍ଥା ହିଁ ସର୍ବଶ୍ରେଷ୍ଠ ଉପାୟ। ସରକାର ଚାଷୀ ଏବଂ ଉଦ୍ୟୋଗୀଙ୍କ ଲାଗି ଋଣ ପ୍ରାପ୍ତିକୁ ସୁଲଭ କରିଛନ୍ତି। ରାଜ୍ୟଗୁଡିକୁ ଅତିରିକ୍ତ ଋଣ କରିବା ନେଇ ସୁଯୋଗ ଦେଇଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଁ ଯେଉଁ ଅତିରିକ୍ତ ୪୦ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି ଏହା ଏକ ଭଲ କଥା। କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ଏହି ବାବଦରେ ଅଧିକ ଅର୍ଥ ବ୍ୟୟ ବରାଦ କରିବେ ବୋଲି ଆଶାବାଦୀ। ଏହା ନ ହେଲେ ପ୍ରବାସୀ ଶ୍ରମିକଙ୍କୁ କର୍ମଯୋଗାଣ ଯୋଗାଇଦେବା ଜଟିଳତର ହେବ। ସରକାର ଗ୍ରହଣ କରିଥିବା ପଦକ୍ଷେପର ସଫଳତା ଶାସନ ବ୍ୟବସ୍ଥାରେ ପଟୁତା ଓ ପ୍ରଶାସନିକ ପ୍ରବନ୍ଧନ ଉପରେ ନିର୍ଭରକରେ। ବର୍ତ୍ତମାନ ସମୟରେ ଯେଭଳି ପ୍ରବାସୀ ଶ୍ରମିକଙ୍କ ପ୍ରବସନ ସଙ୍କଟ ଲାଗି ରହିଛି, ସଂଶୟ ଜାତ ହେବା ସ୍ବାଭାବିକ। ଶ୍ରମ ସଙ୍କଟର ସମାଧାନ ନ ହେବା ଯାଏ ଅର୍ଥ ବ୍ୟବସ୍ଥା ସୁଧୁରିବା କଳ୍ପନା କରିବା ଅସମ୍ଭବ।
– ଡ. ଚିତ୍ତରଞ୍ଜନ ନାୟକ, ଆସିଷ୍ଟାଣ୍ଟ ପ୍ରଫେସର, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri