ବିଳମ୍ବରେ ସ୍କୁଲ ଖୋଲିବା ମହଙ୍ଗା ପଡିଲା: ତାଲା ପକାଇଲେ ଗ୍ରାମବାସୀ

ଖଇରା, ୧୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପାଣିସାଉଁଳି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକମାନେ ଶିଶୁ ଦିବସ ଭଳି ପବିତ୍ର ଦିବସରେ ବିଳମ୍ବରେ ସ୍କୁଲ ଆସିବା ମହଙ୍ଗା ପଡିଛି। ଏହାର ପ୍ରତିବାଦରେ ସଭାପତି ରବୀନ୍ଦ୍ର ପରିଡା ଓ ନରହରି ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ଆଞ୍ଚଳିକ ସାଧନ ସଂଯୋଜକ ଈଶ୍ୱର ଚନ୍ଦ୍ର ମାଝି ପହଞ୍ଚି ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜଣାଇ ସୋମବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଶିକ୍ଷୟିତ୍ରୀ, ଶିକ୍ଷକ ଓ ପିଲାମାନଙ୍କୁ ଭିତରକୁ ଛାଡିଥିଲେ। ଅଭିଯୋଗ ଅନୁଯାୟୀ ଗୁରୁବାର ଶିଶୁ ଦିବସ ଥିବା ବେଳେ ଶିକ୍ଷୟତ୍ରୀଶିକ୍ଷକମାନେ ୮ଟା ୩୦ମିନିଟ ସୁଦ୍ଧା ବିଦ୍ୟାଳୟକୁ ଆସି ନ ଥିଲେ କି ଗେଟ ତାଲା ଖୋଲି ନ ଥିଲେ ା ସେତେବେଳକୁ ପିଲାମାନେ ଦୀର୍ଘସମୟ ଧରି ବାହାରେ ଛିଡା ହୋଇଥିଲେ ା ପ୍ରଧାନଶିକ୍ଷୟିତ୍ରୀ ପରେ ଆସିବାରୁ ଗ୍ରାମବାସୀ ଏହାର କାରଣ ପଚାରିଥିଲେ। ହେଲେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ଏଡାଇ ଯାଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଗେଟରେ ତାଲା ପକାଇଦେଇଥିଲେ ା ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ତୁଳସୀ ଦାସଙ୍କୁ ପଚାରିବାରେ ସେ ଏହାକୁ ଅସ୍ବୀକାର କରିବା ସହ ପାଲଟା ଗ୍ରାମବାସୀ ତାଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

ଡିଜେ ବଜେଇ ପ୍ରସେଶନ କରିବାରୁ ୨ ସାହି ମଧ୍ୟରେ ମାରପିଟ: ୧୫ ରୁ ଊର୍ଦ୍ଧ୍ୱ ଆହତ

ଆନନ୍ଦପୁର,୧୫।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କଣ୍ଟାଫୋଡା…

ଜଗା ଦର୍ଶନ କରି ଫେରୁଥିଲେ ହେଲା ଦୁର୍ଘଟଣା: ଶେଷରେ ଆଖିବୁଜିଲେ…

ପାରଳାଖେମୁଣ୍ଡି, ୧୫ା୪(ଗିରିଧାରୀ ପରିଚ୍ଛା): ଆନ୍ଧ୍ର ପ୍ରଦେଶର ପଲାସା ସହର ନିକଟରେ ଗତ ୯ ଦିନ ତଳେ ଘଟିଥିବା ସଡକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଗଜପତି ଜିଲା ସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri