ବିରୋଧୀଙ୍କ ଅଭିଯୋଗ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟ ନୈରାଶ୍ୟଜନକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ଅପେକ୍ଷାକୃତ ପଛୁଆ ଅଞ୍ଚଳ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସ୍ବତନ୍ତ୍ର ପରିଷଦ ଗଠନ କରାଯାଇଛି। ହେଲେ ଏହାର କାର୍ଯ୍ୟ ଆଶାନୁରୂପ ନୁହେଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏ ନେଇ ଶନିବାର ବିଧାନସଭାରେ କଂଗ୍ରେସ ପକ୍ଷରୁ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ମୁଲତବୀ ପ୍ରସ୍ତାବ ଆସିଥିଲା। ଏହାର ଶୀର୍ଷକ ଥିଲା- ‘ବିନାଶ ପଥରେ-ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ପଶ୍ଚିମ ଓଡ଼ିଶା ବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରଦର୍ଶନ’।

ଆଲୋଚନାରେ ଅଂଶଗ୍ରହଣ କରି ନରସିଂହ କହିଥିଲେ ଯେ, ପରିଷଦର ଅନୁଦାନ ଅନୂ୍ୟନ ୧୦୦୦ କୋଟି କରାଯାଉ। ଆଜି ବି କେତେକ ଅଞ୍ଚଳ ସମ୍ବିଧାନର ଅନୁଚ୍ଛେଦ ୩୭୧ ଅନୁସାରେ ସ୍ବତନ୍ତ୍ର ସୁବିଧା ପାଉଛନ୍ତି। ତେଣୁ ଅନୁନ୍ନତ ପଶ୍ଚିମ ଓଡ଼ିଶା, କେ.ବି.କେ ଭଳି ଅଞ୍ଚଳକୁ ଏଥିରେ ସାମିଲ କରିବା ପାଇଁ ନରସିଂହ କହିଥିଲେ। ପରିଷଦ ଅଧୀନରେ ଆସୁଥିବା ସମସ୍ତ ସବଡିଭିଜନକୁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ ନେଇ ସେ ଗୁରୁତ୍ୱାରୋପ କରିଥିଲେ। ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ପଇସା ଖାଇ ପ୍ରକଳ୍ପ ବଦଳ କରାଯାଉଛି। ଏହାର ଏକ ଉଦାହରଣ ତଥ୍ୟ ସହ ସାଲୁଜା ଉପସ୍ଥାପନ କରିଥିଲେ। ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କହିଥିଲେ ଯେ, ବିଗତ ଦୁଇ ଦଶନ୍ଧି ମଧ୍ୟରେ ଖରିଆର ଭଳି ଅଞ୍ଚଳରେ କୌଣସି ଆଖିଦୃଶିଆ ଉନ୍ନତି କରାଯାଇନାହିଁ। ପରିଷଦର ବାର୍ଷିକ ଅନୁଦାନ ଅନୂ୍ୟନ ୫୦୦ କିମ୍ବା ୧୦୦୦ କୋଟି ଟଙ୍କା କରାଯାଉ ବୋଲି ଅଧିରାଜ ଦାବି କରିଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, କେ.ବି.କେର ଅନ୍ୟନାମ କାହାର ଭାଗ୍ୟ କେତେ ? ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ ଏବଂ ଗଞ୍ଜାମକୁ ନେଇ ସ୍ବତନ୍ତ୍ର ପରିଷଦ ଗଠନ କରାଯାଉ। ରାଜନୈତିକ ଥଇଥାନ ପାଇଁ ପରିଷଦକୁ ବ୍ୟବହାର କରା ନ ଯାଉ। ନକଲି ସାର୍ଟିଫିକେଟ୍‌ ଆଦିବାସୀ ଅଞ୍ଚଳରେ ଶିକ୍ଷକ ହେଉଛନ୍ତି। ଧରା ପଡିଲା ସ୍କୁଲ ଛାଡୁଛନ୍ତି। ଉପଯୁକ୍ତ ଶିକ୍ଷାଦାନ ନାହିଁ, ତେଣୁ ଆଦିବାସୀ ମାଓବାଦୀ ହେବାକୁ ବାଧ୍ୟ ହେଉଛନ୍ତି ବୋଲି ତାରା କହିଥିଲେ। ଦାସରଥୀ ଗମାଙ୍ଗ କହିଥିଲେ ଯେ, ଯନ୍ତ୍ରୀ ଏବଂ ଅନ୍ୟ ତୃଣମୂଳ ଅଧିକାରୀଙ୍କ ଅବହେଳା କାରଣରୁ ପ୍ରକଳ୍ପ ବିଳମ୍ବ ହେଉଛି। ପୂର୍ବ ଆର୍ଥିକ ବର୍ଷ ଅନୁଦାନ ଏଯାବତ୍‌ ମିଳିନାହିଁ ବୋଲି ଗମାଙ୍ଗ କହିଥିଲେ। ଶାସକ ଦଳ ପକ୍ଷରୁ ରୋହିତ ପୂଜାରୀ, ସୁବ୍ରତ ତରାଇ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ ବକ୍ତବ୍ୟ ରଖିଥିଲେ। ମୁଲତବୀ ପ୍ରସ୍ତାବର ଉତ୍ତର ରଖି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ଏଥିସହିତ ଗଠନମୂଳକ ପ୍ରସ୍ତାବ କାର୍ଯ୍ୟକାରିତା ନେଇ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri