ବିରୋଧୀ ଦଳ ନେତାଙ୍କୁ ଉପେକ୍ଷା କରୁଛି ବିଏମ୍‌ସି

ବ୍ରହ୍ମପୁର ଅଫିସ,୩ା୯-ବ୍ରହ୍ମପୁର ମହାନଗର ନିଗମ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ରାଜନୀତି କରାଯାଇଛି। ନିଗମ କାର୍ଯ୍ୟାଳୟ ଏବଂ ଟାଉନ ହଲରେ ଆୟୋଜିତ ସମାରୋହରେ କେବଳ ଶାସକ ବିଜେଡି ନେତାଙ୍କୁ ଡ଼କାଯାଇ ବିରୋଧୀ ଦଳକୁ ଉପେକ୍ଷା କରାଯାଇଛି। ସୋମବାର ଜିଲା କଂଗ୍ରେସ ଓ ଭାଜପା ପକ୍ଷରୁ ସ୍ବାୟତ୍ତ ଶାସନ ଅନୁଷ୍ଠାନ ପରିଚାଳନା କରୁଥିବା ଅମଲାତନ୍ତ୍ରର ବାଛବିଚାର ନୀତିକୁ ସମାଲୋଚନା କରାଯିବା ସହ ବିଏମ୍‌ସି ମହାନଗରବାସୀଙ୍କ ହୋଇଥିବା ଏବଂ ଶାସକ ଦଳର ପୈତୃକ ସମ୍ପତ୍ତି ନୁହେଁ ବୋଲି ଚେତାଇ ଦିଆଯାଇଛି। ନିଗମ କର୍ତ୍ତୃପକ୍ଷ ଏଣିକି ନିରପେକ୍ଷ ଭାବେ କାର୍ଯ୍ୟ ନ କଲେ ପରିଣାମ ଭୋଗିବାର ଜିଲା କଂଗ୍ରେସ ଚେତାବନୀ ଦେଇଛି । ସେହିପରି ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ଶାସକ ଦଳକୁ ସୁହାଇଲା ଭଳି ବୁରୋକ୍ରାଟ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।
ଭାଜପା ସଭାପତି କାହ୍ନୁ ଚରଣ ପତି ଓ ଜିଲା କଂଗ୍ରେସ ସଭାପତି ଡ଼ା. ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ପୃଥକ ଭାବେ କହିଛନ୍ତି, ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମହାନଗରର କେତେକ ଉନ୍ନୟନ କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଥିଲା। ନଗର ଉନ୍ନୟନ ମନ୍ତ୍ରୀ, ବ୍ରହ୍ମପୁର ଏମ୍‌ପି, ବିଧାୟକ ଓ ପୂର୍ବତନ ବିଧାୟକ ଯୋଗ ଦେଇଥିଲେ। ତେବେ ବିରୋଧୀ ଦଳର ଜଣେ ବି ନେତା ଏବଂ ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କୁ ଡ଼କାଯାଇ ନ ଥିଲା । ଏହା ଅସୌଜନ୍ୟ ହୋଇଥିବା କଟାକ୍ଷ କରାଯାଇଛି । କଂଗ୍ରେସ ଓ ଭାଜପା ନେତା ଆହୁରି କହିଛନ୍ତି, ନିଗମର ନିର୍ବାଚିତ ପରିଷଦ କାର୍ଯ୍ୟକାଳ ସରିବାର ବର୍ଷେ ବିତିବାକୁ ଯାଉଛି। ନାନା ଆଶଙ୍କାରେ ସରକାର ପୌର ନିର୍ବାଚନ ପାଇଁ ଭୟ କରି ବିଳମ୍ବ କରୁଛନ୍ତି । ଗଣତନ୍ତ୍ରକୁ ସମ୍ମାନ ଦେଇ ତୁରନ୍ତ ପୌର ନିର୍ବାଚନ କରିବାକୁ ଦୁଇ ବିରୋଧୀ ଦଳ ନେତା ଦାବି କରିଛନ୍ତି। ଆଗାମୀ କାର୍ଯ୍ୟକ୍ରମ ବେଳେ ବିରୋଧୀ ଦଳକୁ ଉପେକ୍ଷା କରାଗଲେ ବିଏମ୍‌ସିକୁ ଘେରାଉ କରାଯିବାର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri