ବିରୋଧୀ ଦଳ ନେତା ଚୟନ ପ୍ରସଙ୍ଗ; ଜୟନାରାୟଣ କ୍ଷୋଭ ପ୍ରକାଶ କରିବା ଉଚିତ ନୁହେଁ: ପ୍ରଦୀପ୍ତ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟ ରାଜନୀତିରେ ପୂର୍ବାପେକ୍ଷା ଶକ୍ତି ବୃଦ୍ଧି କରି ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହାସଲ କରିବାରେ ସଫଳ ହୋଇଛି ଭାଜପା। ଏବେ କିନ୍ତୁ ଦଳରେ ଦାୟିତ୍ୱ ବଣ୍ଟନକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ବିରୋଧୀ ଦଳ ଆସନକୁ ନେଇ ଦଳର ଦୁଇ ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଏବଂ ପ୍ରଦୀପ୍ତ ନାୟକଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଶୁକ୍ରବାର କ୍ଷୋଭ ପ୍ରକାଶ କରିଥିଲେ ଜୟନାରାୟଣ। ଶନିବାର ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ୍ତ। ସେ କହିଛନ୍ତି, ବିିରୋଧୀ ଦଳ ନେତା ଚୟନରେ କୌଣସି ଫିକ୍ସିଂ ହୋଇନାହିଁ। ସବୁ ବିଧାୟକଙ୍କ ସହମତିରେ ଏହି ଦାୟିତ୍ୱ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦିଆଯାଇଥିଲା। ଏପରିକି ତାଙ୍କୁ ମଧ୍ୟ କିଛି ବିଧାୟକ ବିରୋଧୀ ଦଳ ନେତା କରିବାକୁ ଚାହୁଁଥିଲେ। ତେଣୁ ଜୟନାରାୟଣ କ୍ଷୋଭ ପ୍ରକାଶ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ଚୟନ କରିବା ଏକ ପ୍ରକାର ଚୂଡ଼ାନ୍ତ ହୋଇସାରିଥିଲା। କେନ୍ଦ୍ରୀୟ ନେତୃତ୍ୱଙ୍କ କହିବାନୁଯାୟୀ, ସେ କାମ ମଧ୍ୟ ଆରମ୍ଭ କରିଦେଇଥିଲେ। ତାଙ୍କୁ ବିରୋଧୀ ଦଳ ନେତା କରିବାକୁ ସମସ୍ତେ ଚାହୁଁଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ପରିବର୍ତ୍ତନ କରିଥିଲା ବୋଲି ସେ କ୍ଷୋଭ ପ୍ରକାଶ କରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri