Posted inଜାତୀୟ

ବିରୋଧୀ ଏକତାକୁ ଝଟକା

ନୂଆଦିଲ୍ଲୀ,୨୪-୫- :ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିଥିଲା। ନିର୍ବାଚନ ପୂର୍ବରୁ ବିଭିନ୍ନ ମଞ୍ଚରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏକାଠି ହୋଇ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ ହେଁ ମେଣ୍ଟ ଗଠନ କରିବାରେ ବିଫଳ ହୋଇଥିଲେ। ନିର୍ବାଚନ ଶେଷ ହେବା ପରେ ମଧ୍ୟ ପୁଣି ଥରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱରେ ପୁଣି ଥରେ ବିରୋଧୀ ନେତାମାନଙ୍କୁ ଏକାଠି କରିବାକୁ ଉଦ୍ୟମ ହୋଇଥିଲା। ଭୋଟ ଗଣତି ପୂର୍ବରୁ ଭିଭିପିଏଟି ଯାଞ୍ଚ ଲାଗି ୨୨ଟି ବିରୋଧୀ ଦଳର ନେତା ଏକାଠି ହୋଇ ନିର୍ବାଚନ କମିଶନଙ୍କୁ ଜଣାଇବା ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଗଠନ ଲାଗି ଆଲୋଚନା ଚଳାଇଥିଲେ। ତେବେ ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଯିବା ଫଳରେ ସେମାନଙ୍କ ମେଣ୍ଟ ଉଦ୍ୟମ ଫସର ଫାଟିଯାଇଛି।
ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୪୯ ଆସନରେ ଆଗରେ ରହି ସରକାର ଗଢ଼ିବାକୁ ଯାଉଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ଉପା ୮୮ ଏବଂ ଅନ୍ୟାନ୍ୟ ଦଳ ୧୦୫ ଆସନରେ ଆଗରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୈରିକ ସୁନାମି, ବିକାଶ ଏବଂ ଜାତୀୟତାବାଦ ସ୍ଲୋଗାନ, ଦଳର ସାଂଗଠନିକ ଦକ୍ଷତା ବଳରେ ଭାଜପା ୨୦୧୪ ଫଳାଫଳକୁ ଟପିଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ହରିୟାଣା ସମେତ ଉତ୍ତର ଏବଂ ପଶ୍ଚିମ ଭାରତର ଅଧିକାଂଶ ରାଜ୍ୟରେ ଦଳକୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି।
ଦଳଗୁଡିକ ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବାକୁ ଚାହଁୁଥିଲେ ମଧ୍ୟ ଏକାଠି ହୋଇପାରିଲେ ନାହିଁ। ଏହାର ମୁଖ୍ୟ କାରଣ ହେଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳର ନେତା ଥିଲେ ପ୍ରଧାନମନ୍ତ୍ରୀ ଆଶାୟୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ମେଣ୍ଟ ଯୋଜନା ବିଫଳ ହେଲା। ବିଏସ୍‌ପି ନେତ୍ରୀ ମାୟାବତୀ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କଂଗ୍ରେସକୁ ସାଙ୍ଗରେ ନେବାକୁ ଚାହିଁଲେନି। ସେଠାରେ ଏସ୍‌ପି-ବିଏସ୍‌ପି-ଆରଏଲ୍‌ଡି ମେଣ୍ଟ କରିବା ଫଳରେ କଂଗ୍ରେସ ବାଧ୍ୟ ହୋଇ ଏକାକୀ ନିର୍ବାଚନ ଲଢ଼ିଲା। ଫଳରେ ୟୁପିରେ ଭାଜପାର ଆସନ ସଂଖ୍ୟା ୨୦୧୪ ତୁଳନାରେ କମିଥିଲେ ମଧ୍ୟ ଏହାକୁ ଅଟକାଇବା ସମ୍ଭବ ହେଲାନାହିଁ। ସେହିପରି ବିହାରରେ ମଧ୍ୟ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଭାଜପା ନେତୃତ୍ୱାଧୀନ ମେଣ୍ଟର ଅଗ୍ରଗତି ରୋକିବାରେ ବିଫଳ ହେଲା। ୬ ମାସ ତଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ବିଧାନସଭା ନିର୍ବାଚନ ଜିତି ସରକାର ଗଢ଼ିଥିଲେ ମଧ୍ୟ ସେଠାରେ ଫଳାଫଳ ସମ୍ପୂର୍ଣ୍ଣ ବଦଳିଗଲା। ଭାଜପା ନେତୃତ୍ୱଧୀନ ମେଣ୍ଟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ସରକାର ଗଢ଼ିବାକୁ ଯାଉଥିଲାବେଳେ ବିରୋଧୀ ଏକତାକୁ ଶକ୍ତ ଧକ୍କା ଲାଗିଛି।
କିଛିଦିନ ହେଲା ଚନ୍ଦ୍ରାବାବୁ ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଯାଇ ବିରୋଧୀ ଦଳଗୁଡିକୁ ଏକାଠି କରିବାକୁ ଉଦ୍ୟମ କରିଥିଲେ। ଏହି କ୍ରମରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମାୟାବତୀ, ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ବିରୋଧୀ ନେତାମାନେ ସରକାର ଗଠନ କରିବାକୁ ପ୍ରସ୍ତୁତ କି ନାହିଁ ବୋଲି ଚନ୍ଦ୍ରାବାବୁ ସେମାନଙ୍କୁ ପ୍ରଶ୍ନ କରିବା ସହ ନିର୍ବାଚନ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଚିନ୍ତା କରିବା ପାଇଁ କହିଥିଲେ। ମମତା ମଧ୍ୟ ଭବିଷ୍ୟତରେ ବଡ଼ ଭୂମିକା ନେବା ଲାଗି ସୂଚନା ଦେଇଥିଲେ। ଫଳାଫଳ ପ୍ରକାଶ ପାଇବା ପରେ ଏହି ନେତାମାନ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri