ବିମାନ ଯାତ୍ରା ପାଇଁ ଏସ୍‌ଓପି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଦେଶରେ ଘରୋଇ ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଗୁରୁବାର ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌(ଏସ୍‌ଓପି) ଜାରି କରାଯାଇଛି। କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଡୋମେଷ୍ଟିକ ଏୟାରଲାଇନ୍ସ ବା ଘରୋଇ ବିମାନ ଉଡ଼ାଣ ପାଇଁ ଏହି ଏସ୍‌ଓପି ଜାରି କରାଯାଇଛି। ଅନ୍ୟପକ୍ଷରେ ଘରୋଇ ବିମାନ ସେବା ସ୍ବାଭାବିକ ହେବାପରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯିବା ନେଇ ଆଲୋଚନା କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟ୍‌ କରି କହିଛନ୍ତି। ଘରୋଇ ତଥା ଡୋମେଷ୍ଟିକ୍‌ ରୁଟ୍‌ରେ ପୂର୍ବ ନିର୍ଦ୍ଧାରିତ ସୂଚୀର ୩ ଭାଗରୁ ମାତ୍ର ଏକ ଭାଗ ବିମାନ ଚଳାଚଳ କରିବାକୁ ଅନୁମତି ମିଳିବ। ଧୀରେ ଧୀରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।
ଜାରି ହୋଇଥିବା ଏସ୍‌ଓପି ଗାଇଡ୍‌ଲାଇନ୍‌ ଅନୁଯାୟୀ ଉଡାଣର ୨ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ଯାତ୍ରୀମାନେ ପହଞ୍ଚତ୍ବେ। ଯେଉଁ ଯାତ୍ରୀମାନଙ୍କ ବିମାନ ୪ ଘଣ୍ଟା ମଧ୍ୟରେ ରହିଥିବ ସେମାନଙ୍କୁ ହିଁ ଏୟାରପୋର୍ଟ ଟର୍ମିନାଲକୁ ଛଡ଼ାଯିବ। ଏହାପୂର୍ବରୁ କେହି ଯାଇପାରିବେ ନାହିଁ। ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ କରିବା ସହିତ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ବିମାନବନ୍ଦରରେ ପହଞ୍ଚତ୍ବା ଓ ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ। କେବଳ ବ୍ୟକ୍ତିଗତ ଗାଡ଼ି ଓ ଅନୁମତିପ୍ରାପ୍ତ କ୍ୟାବ୍‌ରେ ଯାତ୍ରୀମାନେ ବିମାନବନ୍ଦରକୁ ଯାଇପାରିବେ। ସାମାଜିକ ଦୂରତ୍ୱ ରକ୍ଷା କରି ଗାଡ଼ି ପାର୍କିଂ କରିବା ସହିତ ଟ୍ରାଫିକ ପୋଲିସ ଓ ସିଆଇଏସ୍‌ଏଫ୍‌ ଦ୍ୱାରା ପାର୍କିଂ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିମାନ ମଧ୍ୟରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସିଟ୍‌ଗୁଡ଼ିକରେ ମାର୍କିଂ କରାଯିବ। ବିମାନ ବନ୍ଦରକୁ ପ୍ରବେଶ କଲାବେଳେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ହେବ। ସମସ୍ତ ବିମାନ କର୍ମଚାରୀ ନିଜ ପାଖରେ ସାନିଟାଇଜର ରଖିବେ ଓ ପିପିଇ କିଟ୍‌ ପିନ୍ଧିବେ। ଏୟାରପୋର୍ଟ ଅଧିକାରୀମାନେ ଯାତ୍ରୀଙ୍କ ବ୍ୟାଗଗୁଡ଼ିକୁ ସାନିଟାଇଜ କରି ଏହାକୁ ଲଗେଜ୍‌ କ୍ୟାରିୟରରେ ରଖିବେ। ବିମାନ ବନ୍ଦର ମଧ୍ୟରେ ପ୍ରବେଶ କରିବା ପରେ ଟ୍ରଲିକୁ ଖୋଲିବା କିମ୍ବା ବ୍ୟବହାର କରିବାକୁ ଅନୁମତି ଦିଆଯିବନି। କେବଳ ଅତି ଜରୁରୀ ପରିସ୍ଥିତିରେ ସାନିଟାଇଜ କରି ବ୍ୟବହାର କରିହେବ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟର୍ମିନାଲର ସମସ୍ତ ଗେଟ୍‌ ଖୋଲା ରହିବ। ଟର୍ମିନାଲ ମଧ୍ୟରେ ଖବରକାଗଜ କିମ୍ବା ପତ୍ରିକା(ମାଗାଜିନ) ମିଳିବନାହିଁ। କୌଣସି ପ୍ରକାର ଫ୍ଲୁ ବା ଭୂତାଣୁଜନିତ ରୋଗରେ ପୀଡ଼ିତ କର୍ମଚାରୀଙ୍କୁ ବିମାନବନ୍ଦର ପରିସରରେ ପ୍ରବେଶ ଅନୁମତି ମିଳିବ ନାହିଁ। ବିମାନ ଲ୍ୟାଣ୍ଡ୍‌ କରିବା ପରେ ପର୍ଯ୍ୟାୟକ୍ରମେ ଯାତ୍ରୀଙ୍କୁ ବାହାରକୁ ଆସିବା ପାଇଁ ଅନୁମତି ମିଳିବ।
ଅନ୍ୟପକ୍ଷରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପିକୁ ଅନୁକରଣ କରି ଘରୋଇ ବିମାନ ସେବା ଆରମ୍ଭ କରିବାକୁ ଭୁବନେଶ୍ୱର ବିମାନବନ୍ଦର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ କହିଛନ୍ତି। କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡଲାଇନ୍‌ ପାଳନ କରାଯିବ। ପ୍ରବେଶ ପଥ, ସ୍କ୍ରିନିଂ ଜୋନ୍‌ ଓ ଟର୍ମିନାଲ୍‌ରେ ଯାତ୍ରୀମାନଙ୍କ ମଧ୍ୟରେ ଏକ ମିଟିର ଦୂରତ୍ୱ ରଖିବା ପାଇଁ ଗୋଲେଇ କିମ୍ବା ଷ୍ଟିକର ମରାଯିବ। ବ୍ଲିଚିଂ ଭିଜା ମ୍ୟାଟ୍‌ କିମ୍ବା କାର୍‌ପେଟ୍‌କୁ ଯାତ୍ରୀଙ୍କ ଜୋତା ସାନିଟାଇଜ କରିବାକୁ ବ୍ୟବହାର କରାଯିବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ଟଚ୍‌ ଫ୍ରି ଜୋନ୍‌ କରାଯିବ ବୋଲି ରାଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri