ବିଭିନ୍ନ ସମସ୍ୟାରେ ଚମ୍ପୁଆ ଉପଡାକଘର : ବଢ଼ୁଛି ଅସନ୍ତୋଷ

ଚମ୍ପୁଆ, ୧୬ା୬(ଡି.ଏନ୍‌.ଏ.)- ଚମ୍ପୁଆ ସଦର ମହକୁମାରେ ଥିବା ଉପଡାକଘରେ ଦୀର୍ଘଦିନ ଧରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ନୂତନ ପାସ୍‌ବହି ଖୋଲା ନ ଯାଇ ପଡିରହିଥିବା ଦେଖିବାକୁ ମିଳିଛି। ଏ ନେଇ ବର୍ତ୍ତମାନର ପୋଷ୍ଟମାଷ୍ଟର ଲିଙ୍ଗରାଜ ପାତ୍ରଙ୍କୁ ପଚାରିବାରୁ ପୂର୍ବରୁ ଥିବା ପୋଷ୍ଟମାଷ୍ଟରମାନେ କାହିଁକି ଏହା ଖୋଲିପାରିନାହାନ୍ତି, ତାହା ଆମେ ମଧ୍ୟ ଜାଣିପାରୁନାହୁଁ। ସୂଚନା ଅନୁସାରେ, ଏହି ଉପଡାକଘରେ ଗତ ନଭେମ୍ବର ୨୦୧୮ ମସିହାରୁ ନୂତନ ପାସ୍‌ବୁକ୍‌ ଖୋଲିବା ପାଇଁ ଗ୍ରାହକମାନେ ଆବେଦନ କରିଥିଲେ। ମାତ୍ର ଆଜିପର୍ଯ୍ୟନ୍ତ ତାହା ପଡ଼ିରହିଛି। କର୍ମଚାରୀ ଅଭାବ ସାଙ୍ଗକୁ ଲିଙ୍କ୍‌ ଫେଲ୍‌ ଏହାର ପ୍ରମୁଖ କାରଣ ସାଜିଥିବା ଜଣାଯାଇଛି। କର୍ମଚାରୀ ଅଭାବ ଥିଲେ ମଧ୍ୟ ଅନେକ ସମୟରେ କର୍ମଚାରୀମାନଙ୍କୁ ଡେପୁଟେଶନରେ ପଠାଯାଉଥିବା ଅନ୍ୟ ଏକ କାରଣ ହୋଇଛି। ଫଳରେ ଗ୍ରାହକମାନେ ଏଠାକୁ ବହୁ ସମୟରେ ଆସି ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଦେଇଛି। ସମସ୍ୟାରେ ଥିବା ଏହି ଡାକଘରେ ପୂର୍ବରୁ ୧୦ ହଜାର ଲୋକଙ୍କ ପାଇଁ ୩ରୁ ୪ ଜଣ ପୋଷ୍ଟ ପିଅନ କାର୍ଯ୍ୟ କରୁଥିଲେ। ମାତ୍ର ବର୍ତ୍ତମାନ ପ୍ରାୟ ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ଚମ୍ପୁଆ ଏନ୍‌ଏସିରେ ଜଣେ ମାତ୍ର ପିଅନ କାର୍ଯ୍ୟ କରୁଛନ୍ତି। ତତ୍କାଳୀନ ସବ୍‌ଇନ୍ସପେକ୍ଟର ଏହି ସଂଖ୍ୟା କମାଇଥିଲେ। ଫଳରେ ସାଧାରଣ ଡାକ ସମେତ ରେଜିଷ୍ଟ୍ରି, ସ୍ପିଡ୍‌ ପୋଷ୍ଟ ଆଦି ପ୍ରମୁଖ କାର୍ଯ୍ୟ ଠିକ୍‌ ସମୟରେ ଗ୍ରାହକ ପାଖରେ ପହଞ୍ଚିପାରୁ ନ ଥିବା ଅଭିଯୋଗ ହୋଇଛି। ଏତଦ୍‌ ବ୍ୟତୀତ ଉପଡାକଘର କାର୍ଯ୍ୟ ପାଇଁ ବିଏସ୍‌ଏନ୍‌ଏଲ ଓ ସିଫି ପକ୍ଷରୁ ନେଟ୍‌ୱର୍କ ଦିଆଯାଉଥିଲା। ମାତ୍ର ବର୍ଷେ ହେବ ବିଏସ୍‌ଏନ୍‌ଏଲ ମୋଡେମ ପୋଡ଼ିଯାଇଥିଲେ ମଧ୍ୟ ତାହା ଠିକ୍‌ କରାଯାଇ ପାରିନାହିଁ। କେବଳ ସିଫି ନେଟ୍‌ୱର୍କ ମାଧ୍ୟମରେ କାର୍ଯ୍ୟ କରାଯାଉଥିଲେ ମଧ୍ୟ ତାହା ଅନେକ ସମୟରେ ଫେଲ୍‌ ରହୁଥିବା ଯୋଗୁ ଡାକଘର ଗ୍ରାହକଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛି। ନୂତନ ମୋଡେମ ପ୍ରଦାନ କରି ଓ ପୋଷ୍ଟ ପିଅନ ସଂଖ୍ୟା ବୃଦ୍ଧି କରିବାକୁ ଗ୍ରାହକମାନେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri