ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଘଟଣା: ଦ୍ୱିତୀୟ ଦିନରେ ଭିଜିଲାନ୍ସ ତଦନ୍ତ

ବରୀ,୧୯ା୧୦(ସ୍ବ.ପ୍ର.): ବରୀ ବ୍ଲକର ବିକାଶମୂଳକ କାର୍ଯ୍ୟରେ ହୋଇଥିବା ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଥର ଅର୍ଥ ମଞ୍ଜୁର ହୋଇଥିତ୍ବା ଦ୍ୱିତୀୟ ଦିନ ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି। ଅଭିଯୋଗ ହୋଇଥିବା ୧୯ଟି ପ୍ରକଳ୍ପ ଉପରେ ଭିଜିଲାନ୍ସ ବିଭାଗ ତଦନ୍ତ କରିବ ବୋଲି ସୂଚନା ଦେଇଛି। ଏଥି ସହିତ ୫୦ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। ନୀରପେକ୍ଷଭାବେ ତଦନ୍ତ କରାଯାଇ ରିପୋର୍ଟ ଉଚ୍ଚ ପଦାଧିକାରୀଙ୍କୁ ହସ୍ତାନ୍ତର କରାଯିବ ବୋଲି ଭିଜିଲାନ୍ସ ଡିଏସ୍‌ପି ବନମାଳୀ ଧଳ କହିଛନ୍ତି। ଅପରଷକ୍ଷେ ବରୀରେ ଭିଜିଲାନ୍ସ ତଦନ୍ତ ନେଇ ଦୁର୍ନୀତି ଖୋର ଠିକାଦାର, ଯନ୍ତ୍ରୀ, କୁଜି ନେତାଙ୍କ ଭିତରେ ଆତଙ୍କ ଖେଳିଯାଇଛି। ଦ୍ୱିତୀୟ ଦନିରେ ଭିଜିଲାନ୍ସ ଡିଏସ୍‌ପି ଧଳଙ୍କ ନେତୃତ୍ୱରେ ବିଭାଗୀୟ ବୈଷୟିକ ଯନ୍ତ୍ରୀ ଜ୍ୟୋତି ପ୍ରକାଶ ସାମଲ, ଜଗନ୍ନାଥ ସାହୁ, ପ୍ରଦୀପ୍‌ ପତି, ଶ୍ରୀକାନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ କିମ୍ଭୀରିଆପାଳ ପଞ୍ଚାୟତର ଏମ୍‌ଡିଆର୍‌ ୧୪ଠାରୁ କଣ୍ଟିବାଙ୍କ ପର୍ଯ୍ୟନ୍ତ ଢଳାଇ ରାସ୍ତା ସ୍ବତନ୍ତ୍ର ସମାସ୍ୟା ପାଣ୍ଠିରୁ ୨୦୧୭ରେ ୯ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସେହି ବର୍ଷ ଏହି ରାସ୍ତାର ନାମ ପରିବର୍ତ୍ତନ କରାଯାଇ, କଣ୍ଟିବାଙ୍କଠାରୁ କେ.ବି.କେ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନାମରେ ପୁନର୍ବାର ମିଥ୍ୟା ବିଲ୍‌ କରାଯଶଇ ହରିଲୁଟ୍‌ ହୋଇଥିବା ଭିଜିଲାନ୍ସ ଦଳ ଜାଣିବାକୁ ପାଇଛି। ତତ୍କାଳୀନ ବରୀ ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ରାୟ, ରାମ ପ୍ରସାଦ କାବୁ ଓ ସହକାରୀ ଯନ୍ତ୍ରୀ ଶୀତଲ କୁମାର ସାହୁ ତଦନ୍ତରେ ସହଯୋଗ କରିଥିଲେ। ଏହି ସମୟରେ ଠିକାଦାର ସେକ୍‌ ମଜବୁର (ଚୁଆଁ) ଉପସ୍ଥିତ ରହି ଭିଜିଲାନ୍ସ ଦଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ଗୁରୁବାର ତଦନ୍ତ ବେଳେ ବରୀ ପଞ୍ଚାୟତର ଜଲାଉଦିନ୍‌ ପ୍ରାଥମିକ ବିଦ୍ୟାଳୟ ପୂର୍ଣ୍ଣାଙ୍ଗ ନିମନ୍ତେ ୨୦୧୫-୧୬ରେ ୧ଲକ୍ଷ ୮୦ହଜାର ଟଙ୍କା ବିଲ୍‌ ହୋଇଛି। ପୁନର୍ବାର ଏହି ସ୍କୁଲ୍‌ ପୂର୍ଣ୍ଣାଙ୍ଗ ପାଇଁ ୨୦୧୫/୧୬ ରେ ୮ଲକ୍ଷ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ୨୦୧୨-୧୩ରେ ୨ଲକ୍ଷ ଟଙ୍କା ଏହିପରି ୨୦୧୨/୧୩, ୨୦୧୫/୧୬ ମଧ୍ୟରେ ୩ଥର ବିଲ୍‌ କରାଯାଇ ୧୧ଲକ୍ଷ ୮୦ଟଙ୍କା ହରିଲୁଟ୍‌ କରାଯାଇଥିବା ନେଇ ତତ୍କାଳୀନ ବ୍ଲକ ଅଧ୍ୟକ୍ଷା ତଥା ବର୍ତ୍ତମାନର ବିଧାୟିକା ସୁନନ୍ଦା ଦାସ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ସେହିପରି ୨୦୧୫/୧୬ରେ ଚନ୍ଦନପୁର ପଞ୍ଚାୟତର ହାଟଘରଠାରୁ ପଞ୍ଚାୟତ ସମିତି ରୋଡ ଓ ସେହି ରାସ୍ତାକୁ ପୁରୁଣା ଫାଣ୍ଡି ପର୍ଯ୍ୟନ୍ତ ୨ଟି ନାମରେ ୨ଥର ୧୦ଲକ୍ଷ ଟଙ୍କା ହିସାବରେ ୨୦ଲକ୍ଷ ଟଙ୍କା ତତ୍କାଳୀନ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଢଳାଇ ରାସ୍ତା ନାମରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଥିଲା। ଈଷାଣପୁର ପଞ୍ଚାୟତରେ ବ୍ୟାପକ ଜାଲିଆତି କରାଯାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏ ନେଇ ୨୫ା୧୦ା୧୮ ଧରୀତ୍ରୀରେ ଖବର ପ୍ରକାଶ ପାଇବା ପରେ ଭିଜିଲାନ୍ସ ବିଭାଗ ତତ୍ପର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri