ବିଭିନ୍ନ ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଫୁଲବାଣୀ ଅଫିସ,୧୦ା୮-କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରାଲି ମାଦିକୁନ୍ଦା ଛକରୁ ବାହାରିଥିଲା। କେତେଜଣ ଆଦିବାସୀ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ଅସ୍ତ୍ରଶସ୍ତ୍ର ଧରିଥିଲେ। ସମସ୍ତେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଦେଶରେ ବସବାସ କରୁଥିବା ଆଦିବାସୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉନାହିଁ। ତାଙ୍କର ଭାଷା, ସଂସ୍କୃତି ଓ ପରମ୍ପରା ଲୋପ ପାଇବାକୁ ବସିଲାଣି। ଏହାର ସୁରକ୍ଷା ଆବଶ୍ୟକ। ଆଦିବାସୀମାନଙ୍କର ସାମାଜିକ, ଆର୍ଥତ୍କ, ଶିକ୍ଷା, ସ୍ବାସ୍ଥ୍ୟର ବିକାଶ ପ୍ରତି ଧ୍ୟାନ ଦିଆଯାଉନାହିଁ। ସେମାନଙ୍କ ଜନ୍ମଗତ ଅଧିକାର ଜଙ୍ଗଲ, ଜଳ ଓ ଜମିକୁ ଛଡାଇ ନିଆଯାଇ ଶିଳ୍ପ ପ୍ରତିଷ୍ଠା କରାଯାଉଛି। ସରକାର ଏ ଦିଗରେ ଦୃଷ୍ଟି ଦିଅନ୍ତୁ। ସେହିପରି ଆଦିବାସୀ କୁଇ ସମାଜ ଦ୍ୱାରା ତଦାରଖ ପରେ ବାସସ୍ଥାନ, ଜାତି ଓ ସମ୍ପତ୍ତି ପ୍ରମାଣପତ୍ର ପ୍ରଦାନ କରାଯାଉ। କୁଇ ସମାଜ ଦୃଷ୍ଟିଗୋଚରରେ ଜମି ପଟ୍ଟା ପ୍ରଦାନ କରିବା, ଅନାବାଦୀ, ପତିତ, ଗୋଚର ଓ ମଶାଣୀ ଜମିକୁ ଆଦିବାସୀ କୁଇ ସମାଜକୁ ହସ୍ତାନ୍ତର କରିବା, ଫୁଲବାଣୀ ହାଟପଦା ଜମି ଚିହ୍ନଟ ତୁରନ୍ତ କରିବା, ୧୯୯୨ର ଆଦିବାସୀମାନଙ୍କ ରେକର୍ଡ଼ ଅନ୍ତର୍ଭୁକ୍ତ ଜମି ଜବରଦଖଲକାରୀଙ୍କଠାରୁ ପୁନରୁଦ୍ଧାର କରିବା, କନ୍ଧମାଳ ଜିଲାକୁ ମଦମୁକ୍ତ ଘୋଷଣା କରିବା ଉପରେ ସଭାପତି ଗୋବିନ୍ଦ ଚନ୍ଦ୍ର ଘଟାଲ, ସାଧାରଣ ସମ୍ପାଦକ ଶ୍ରୀନିବାସ ମଲ୍ଲିକ, ଯୁଗ୍ମ ସମ୍ପାଦକ ସୁଦର୍ଶନ କହଁର, ନିଖିଳ ଉତ୍କଳ କୁଇସମାଜ ସଭାପତି ଭାସ୍କର ପ୍ରଧାନ, ଉପଦେଷ୍ଟା ଶଙ୍କର କହଁର, ଫିରିଙ୍ଗିଆ ଶାଖା ସଭାପତି ରାଜେନ୍ଦ୍ର କହଁର, କୁଇ ଭାଷା ମଞ୍ଚ ସଭାପତି ଦୀନବନ୍ଧୁ କହଁର, ଅନ୍ତର୍ଯ୍ୟାମୀ କହଁର, ଶ୍ରମିକ ନେତା ଘନ ଶବର ପ୍ରମୁଖ ଦାବି ରଖିଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ଜରିଆରେ ଦାବି ସମ୍ବଳିତ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୪ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri