ବିପର୍ଯ୍ୟୟ ସହାୟତା

ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଆସୁଥିବା ବନ୍ୟା, ବାତ୍ୟା, ଅଂଶୁଘାତ, ବଜ୍ରପାତ, ଅଗ୍ନିକାଣ୍ଡ, ସର୍ପାଘାତ ଆଦିରେ କାହାର ମୃତ୍ୟୁ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଅନୁଗୋଳ ଜିଲାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୨୦୧୬ରୁ ୨୦୧୯, ଏହି ୩ ବର୍ଷ ମଧ୍ୟରେ ଜିଲାରେ ମୋଟ୍‌ ୨୫୮ ଜଣ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିଲେ ବି ସେମାନଙ୍କ ମଧ୍ୟରୁ ୫୮ ମୃତକଙ୍କ ପରିବାରକୁ ସରକାରୀ ସହାୟତା ରାଶି ପ୍ରଦାନ କରାଯାଇନାହିଁ। ଏ ନେଇ ସମ୍ପୃକ୍ତ ପରିବାରବର୍ଗ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଛନ୍ତି। ହେଲେ କୌଣସି ପଦକ୍ଷେପ ନିଆଯାଉନାହିଁ। ବ୍ୟବସ୍ଥା ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟରେ କେହି ପ୍ରାଣ ହରାଇଲେ ତୁରନ୍ତ ସମ୍ପୃକ୍ତ ଅଞ୍ଚଳର ତହସିଲଦାର ଜିଲାପାଳଙ୍କୁ ଅବଗତ କରିବେ। ଜିଲାପାଳ ରିପୋର୍ଟ ପାଇବାର ୧୮ ଘଣ୍ଟା ମଧ୍ୟରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ତାଙ୍କ ରିପୋର୍ଟ ଦେବେ। ସ୍ବତନ୍ତ୍ର ରିଲିଫ କମିଶନର ମଧ୍ୟ ୨୪ ଘଣ୍ଟା ମଧ୍ୟରେ ନ୍ୟାଶନାଲ ଡିଜାଷ୍ଟର ଅଥରିଟିଙ୍କୁ ଉକ୍ତ ରିପୋର୍ଟ ସମ୍ପର୍କରେ ଅବଗତ କରାଇବେ। ଏହାକୁ ଫାଷ୍ଟ ଇନଫରମେଶନ୍‌ ରିପୋର୍ଟ (ଏଫ୍‌ଆଇଆର୍‌) ଭାବେ ଧରାଯାଇଥାଏ। ଏହାର ୩ ଦିନ ମଧ୍ୟରେ ତହସିଲଦାର ମୃତ ବ୍ୟକ୍ତିଙ୍କ କେସ୍‌ ରେକର୍ଡ ସହ ଆର୍‌ଆଇ ରିପୋର୍ଟ, ଅପମୃତ୍ୟୁ ମାମଲା ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିବେ। ଜିଲାପାଳ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଉକ୍ତ ରେକର୍ଡ ପଠାଇବାର ୭ ଦିନ ମଧ୍ୟରେ ଏକ୍ସ-ଗ୍ରାସିଆ (ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ) ୪ ଲକ୍ଷ ଟଙ୍କାର ସହାୟତା ରାଶି ସମ୍ପୃକ୍ତ ପରିବାର ଲୋକଙ୍କୁ ମିଳିବ। କେବଳ ଅଂଶୁଘାତରେ ୫୦ ହଜାର ଟଙ୍କାର ସହାୟତା ରାଶି ଏବେ ପ୍ରଦାନ କରାଯାଉଛି। ତେବେ ଗତ ୩ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ସର୍ପାଘାତ, ବଜ୍ରପାତ ଓ ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ବଜ୍ରପାତରେ ୩୭, ପାଣିରେ ବୁଡ଼ି ୮୭ ଓ ସର୍ପାଘାତରେ ୧୦୮ ଜଣ ପ୍ରାଣ ହରାଇଥିବା ବେଳେ ଅଗ୍ନିକାଣ୍ଡରେ ୧୦, ଅଂଶୁଘାତରେ ୧୫ ଓ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ୨୦୦ ମୃତକଙ୍କ ପରିବାରକୁ ସହାୟତା ରାଶି ମିଳିସାରିଛି। ବାକି ୫୮ ମୃତକଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ ଅଞ୍ଚଳର ୧୧, ଅନୁଗୋଳ ବ୍ଲକର ୧୩, ବଅଁରପାଳ ବ୍ଲକର ୬, ତାଳଚେର ବ୍ଲକର ୧୦, ଛେଣ୍ଡିପଦା ବ୍ଲକର ୯, କଣିହଁ। ବ୍ଲକର ୩ ଓ କିଶୋରନଗର ବ୍ଲକର ୫ଜଣଙ୍କ ପରିବାରକୁ ପ୍ରାକୃତିକ ମୃତ୍ୟୁ ଜନିତ ସହାୟତା ରାଶି ଏଯାଏ ମିଳିନାହିଁ। ମାତ୍ର ୭ରୁ ୧୦ ଦିନ ମଧ୍ୟରେ ଉକ୍ତ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ଥିବା ବେଳେ ବର୍ଷ ବର୍ଷ ଧରି ଏଠାରେ ଅବହେଳା କରାଯାଉଛି। ଫଳରେ ମୃତକଙ୍କ ପରିବାର ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଆପାତ୍ତକାଳୀନ ବିଭାଗଠାରୁ ତହସିଲ ପର୍ଯ୍ୟନ୍ତ ବାରମ୍ବାର ଧାଇଁ ଧାଇଁ ହାଲିଆ ହେଉଛନ୍ତି। କିନ୍ତୁ କାହିଁକି ଉକ୍ତ ପରିବାରଗୁଡ଼ିକୁ ସହାୟତା ରାଶି ପ୍ରଦାନ କରାଯାଉନାହିଁ ତାହାର ଉତ୍ତର ଏବେ ବି ଜିଲା ପ୍ରଶାସନ ନିକଟରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri