ବିପଦ୍‌ ଅବସ୍‌ତାରେ ସ୍କୁଲ କୁଠା: ଭଡ଼ାରେ ଆବାସ ଘରେ ଚାଲିଛେ ପାଠ୍‌ପଢ଼ା

 

ଭବାନୀପାଟଣା, ୮ା୧୨ (ଡି.ଏନ.ଏ.)-
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍‌ ସାପଚଞ୍ଚଡ଼ା ପ୍ରାଥମିକ ସ୍କୁଲ କୁଠା ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ପାଖାପାଖି ୨ ବଛର ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ଗୁଟେ ଘରେ ପାଠ୍‌ପଢ଼ା ଚାଲିଛେ। ଇ ଘର ବାବ୍‌ଦେ ମାସିକ ୫ଶହ ଟଁକା ଭଡ଼ା ବି ଦିଆଯାଉଥିବାର ଜନାଯାଇଛେ।
ଗଁାବାସୀକର ସୂଚନା ହିସାବେ ୨୦୦୯ ସାଲେ ସେ ସମିଆର ପ୍ରଧାନଶିକ୍ଷକକଁର ଦେଖ୍‌ରେଖରେ ଇ ସ୍କୁଲ କୁଠା ତିଆର ହେଇଥିଲା। ହେଲେ ଘରଟା ତିଆର ହେଲାଦିନୁ ଛାତରୁ ପାଏନ୍‌ ଝରୁଥିଲା। ମଝିରେ ମଝିରେ ଛାତରୁ ସିମେଟ ପଲସ୍‌ତର ଅତଡ଼ା ପଡ଼ୁଥିଲା। ଏନ୍‌ତାଥି ଅଭିଭାବକମାନେ ଘଟନା ବାବ୍‌ଦେ ବିଇଓକୁଁ ଜନେଇଥିଲେ। ୨୦୧୮ ଜୁଲାଇରେ ଶିକ୍ଷା ଅଧ୍‌କାରୀ ସଞ୍ଜୀବ ନାଏକକଁର ନିରଦେଶରେ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା ଲାଗି ସାପଚଞ୍ଚଡ଼ାର ଚକ୍ର ମାଝିକଁର ଇନ୍ଦିରା ଆବାସକେ ୫ଶହ ଟଁକାରେ ଭଡ଼ାରେ ନିଆଯାଇଥିଲା। ହେଲେ ନିଜର ରହିବାର ବସବାର ଅସ୍‌ବିଧା ହେଲାରୁ ଚକ୍ର ଘର ଭଡ଼ା ଦେବାକେ ମନା କରିଦେଲେ। ଗଁାବାସୀ ବଇଠକ୍‌ କରି ଗଁାର ବଇଁଶୀ ମାଝିକଁର ପ୍ରଧାନମନ୍ତ୍ରୀ ଆବାସ ଘରକେ ସ୍କୁଲ ଲାଗି ଭଡ଼ାରେ ନେଇଥିଲେ। ଦିନ୍‌ବେଲା ବଇଁଶୀକଁର ଘରେ ସ୍କୁଲ ଚାଲୁଥିଲାବେଲେ ରାତିରେ ସେ ରହୁଥିଲେ। ହେଲେ ଦିନାକେତେ ଉତାରୁ ସେ ବି ଭଡ଼ା ଦେବାକେ ମନା କରିଦେଲେ। ଏହେଦେ ଗଁାର ବୀରର୍ଶୀ ମାଝିକଁର ବିଜୁ ପକ୍କା ଘରକେ ୫ଶହ ଟଁକାରେ ଭଡ଼ା ନେଇ ସ୍କୁଲର ପାଠ୍‌ପଢ଼ା ଚାଲିଛେ। ସ୍କୁଲ ସମସିଆ ବାବ୍‌ଦେ ଗଁାବାସୀ ବିଭାଗୀୟ ଅଧ୍‌କାରୀକୁଁ ଯେତେ କହେଲେ ବି କିଛି ଲାଭ ନାଇଁ ହେବାର ବଲି ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ବିଇଓକୁଁ ପଚରାଲାରୁ ତିନ୍‌ଟା ସ୍କୁଲର ଅସ୍‌ବିଧା ବାବ୍‌ଦେ ସରକାରକୁଁ ରିପୋର୍ଟ ଦିଆଯାଇଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri