ବିନାନୁମତିରେ ଖାଦ୍ୟ ବାଣ୍ଟିପାରିବେନି ସ୍ବେଚ୍ଛାସେବୀ

ଭୁବନେଶ୍ୱର, ୩୧ା୩(ବ୍ୟୁରୋ): କୋଭିଡ଼୍‌-୧୯ର ସଂକ୍ରମଣକୁ ଏଡ଼ାଇବା ସହ ଜନସାଧାରଣଙ୍କ ସୁବିଧାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୁରୁତ୍ୱ ଦେଉଛି। ଏହି ମର୍ମରେ ସୋମବାର ଖାଦ୍ୟ ସାମାଗ୍ରୀ ବାଣ୍ଟୁଥିବା ଜନସାଧାରଣ ଓ ସ୍ବେଚ୍ଛାସେବୀଙ୍କ ପାଇଁ ଏସ୍‌ଓପି ଜାରି କରିଛି। ବିଏମ୍‌ସିର ବିନା ଅନୁମତିରେ କେହି ଖାଦ୍ୟ ବାଣ୍ଟିପାରିବେ ନାହିଁ। ବିଶେଷକରି ରନ୍ଧା ଖାଦ୍ୟ ବାଣ୍ଟିବେ ନାହିଁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ବିଏମ୍‌ସି ଆସିଷ୍ଟାଣ୍ଟ କମିଶନର ଏଲ୍‌. ପି. ସାହୁଙ୍କୁ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଫିସର ଭାବେ ଚୟନ କରାଯାଇଥିବା ବେଳେ ୩ଟି ଜୋନରେ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଥିବା କମିଶନର କହିଛନ୍ତି।
ଗ୍ରସେରି, ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଆଦି ବାଣ୍ଟୁୁଥିବା ଜନସାଧାରଣ ଓ ସ୍ବେଚ୍ଛାସେବୀ ଏବେ ଗୋଟିଏ ଦିନ ପୂର୍ବରୁ ଖାଦ୍ୟ ସାମଗ୍ରୀ ତାଲିକା ସହ କେଉଁ ଅଞ୍ଚଳରେ ବାଣ୍ଟିବେ ସେନେଇ ସବିଶେଷ ତଥ୍ୟ ବିଏମ୍‌ସିକୁ ପ୍ରଦାନ କରିବେ। ଏହି ତଥ୍ୟ ହସ୍ତଗତ ହେବା ପରେ ନୋଡାଲ ଅଫିସରମାନେ ଅପରାହ୍ନ ସୁଦ୍ଧା ଡାଟାବେସ୍‌ ପ୍ରସ୍ତୁତ କରି ସମ୍ପୃକ୍ତ ଜୋନ୍‌ର ଜୋନାଲ ଡେପୁଟି କମିଶନରଙ୍କ ସହ ଯୋଗାଯୋଗ କରିବେ। ତା’ପରେ ସମ୍ପୃକ୍ତ ଜୋନରେ ଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରାଯିବ ବୋଲି ଏସ୍‌ଓପିରେ ଉଲ୍ଲେଖ ହୋଇଛି। ଏଥିସହ ଦିବ୍ୟାଙ୍ଗ, ଆର୍ଥିକ ଦୁର୍ବଳ ଏବଂ ନିରାଶ୍ରୟଙ୍କୁ ଚିହ୍ନଟ କରାଯାଇ ରନ୍ଧାଖାଦ୍ୟ ଦିଆଯିବ। ଅଙ୍ଗନୱାଡି, ଆଶାକମୀଙ୍କ ସହ ସମ୍ପୃକ୍ତ ୱାର୍ଡ ଅଫିସରମାନେ ଏହାକୁ କାର୍ଯ୍ୟକାରୀ କରିବେ। ଏଥିସହ ବଣ୍ଟନ ସ୍ଥଳରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗରିବ ଓ ଅସହାୟଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନ ସେବା ଆହାର ଯୋଜନାରେ କରାଯିବାକୁ ଥିବାବେଳେ ଏଥିରେ ୪ଟି ଗାଡ଼ି ନିୟୋଜିତ ହେବ।
ଏଥିସହ ସ୍ବେଚ୍ଛାସେବୀଙ୍କ ଦ୍ୱାରା ଦାନ କରାଯାଇଥିବା ସାମଗ୍ରୀଗୁଡ଼ିକୁ ବଣ୍ଟନ କରିବା ପାଇଁ ଛୋଟ ଟ୍ରକ୍‌ ବ୍ୟବହାର କରାଯିବ। ପ୍ରଶସ୍ତ କୋଠରୀରେ ସ୍ବେଚ୍ଛାସେବୀଙ୍କ ଦ୍ୱାରା ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ରଖିବା ପାଇଁ କମିଶନି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri