ବିନା ସୁରକ୍ଷାରେ ଚାଲିଛି ମରାମତି

ଭୁବନେଶ୍ୱର,୨୪।୭(ବ୍ୟୁରୋ) – ବାତ୍ୟା ଫନୀରେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ବହୁ କ୍ଷୟକ୍ଷତି ହୋଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ସବୁ କାର୍ଯ୍ୟକରି ନୂଆ ରୂପ ନେଇଥିଲା ଷ୍ଟେଶନ ପରିସର। ଏବେ ଫୁଟ ଓଭରବ୍ରିଜ ନିର୍ମାଣ ଓ ପ୍ଲାଟଫର୍ମର କେତେକ ଟିଣଗୁଡିକ ମରାମତି ଚାଲିଛି। କିନ୍ତୁ ମରାମତି କରୁଥିବା କର୍ମଚାରୀମାନେ ବିପଜ୍ଜନକ ଭାବେ କାର୍ଯ୍ୟ କରୁଥିବାର ମଙ୍ଗଳବାର ଦେଖିବାକୁ ମିଳିଛି। ଗତ୧୫ ଦିନ ହେବ ବିଭିନ୍ନ ପ୍ଲାଟଫର୍ମଗୁଡିକର ଟିଣ ଛାତ ମରାମତି ଚାଲିଛି। ମଙ୍ଗଳବାର ସାଢ଼େ ୧୨ଟା ସମୟରେ ପ୍ଲାଟଫର୍ମ ନଂ.୪ରେ ଧାରଣା ଆଡକୁ ଢଳି ରହିଥିବା ଟିଣଗୁଡିକୁ ଖୋଲାଯାଉଥିଲା। କାମରେ ଲାଗିଥିବା ୪ଜଣ କର୍ମଚାରୀ କୌଣସି ସୁରକ୍ଷା ଉପକରଣ ବିନା କାମ କରୁଥିଲେ। ପିନ୍ଧିବା ତ ଦୂରର କଥା ଏପରିକି ପାଖରେ ମଧ୍ୟ କିଛି ସୁରକ୍ଷା ସାମଗ୍ରୀ ରଖି ନ ଥିଲେ। ନା ମୁଣ୍ଡରେ ହେଲମେଟ, ନା ପାଦରେ ଜୋତା ଥିଲା କି ଦେହରେ ଜ୍ୟାକେଟ ଖଣ୍ଡିଏ ବି ପଡ଼ି ନ ଥିଲା। ଏଥିସହ ସେଠାରେ ରେଳ ବିଭାଗର କୌଣସି ଯନ୍ତ୍ରୀ କି ମରାମତି ଠିକା ନେଇଥିବା ସଂସ୍ଥାର କେହି ସୁପରଭାଇଜର ମଧ୍ୟ ଉପସ୍ଥିତ ନ ଥିଲେ। ଯେଉଁଭଳି ଭାବେ ଛାତ ଉପରେ ଚଢ଼ି ଗୋଟିଏ ହାତରେ ଲୁହାକୁ ଧରି ମରାମତି କରୁଥିଲେ ଦେଖିଲେ ଡର ଲାଗୁଥିଲା। ଏ ନେଇ କାମ କରୁଥିବା ଅକ୍ଷୟ କୁମାର ମଙ୍ଗରାଜଙ୍କୁ ପଚାରିବାରୁ ୧୫ଦିନ ଧରି କାମ ଚାଲିଥିବାବେଳେ କିଛି ସୁରକ୍ଷା ଉପକରଣ ମିଳିନି ବୋଲି କହିଥିଲେ। କେବଳ ଏତିକି ନୁହେଁ ପ୍ଲାଟଫର୍ମ ନଂ.୬ରେ ମଧ୍ୟ ସମାବସ୍ଥା ଦେଖିବାକୁ ମିଳିଛି। ଅନ୍ୟପଟେ ନୂଆ ତିଆରି ଚାଲିଥିବା ଆଉ ଏକ ଫୁଟ ଓଭରବ୍ରିଜ ନିକଟରେ ଚାଲିଥିଲା ଲିଫ୍ଟଘର ନିର୍ମାଣ କାର୍ଯ୍ୟ। ସେଠାରେ ୩ଜଣ ଶ୍ରମିକ ଭାରା ଉପରେ ଚଢ଼ି ରଡ ଓ୍ବାଇଡିଙ୍ଗ କାମ କରୁଥିଲେ। ସେମାନଙ୍କ ନିକଟରେ ବି କୌଣସି ସୁରକ୍ଷା ସରଞ୍ଜାମ ନ ଥିଲା। ରଡ ଓ୍ବାଇଡିଙ୍ଗ କରୁଥିବା ସୁଦାମ ମାରାଣ୍ଡି କୁହନ୍ତି, ଠିକାଦାର ସଂସ୍ଥା ପକ୍ଷରୁ କୌଣସି ସୁରକ୍ଷା ଉପକରଣ ଯୋଗାଯାଇ ନାହିଁ। ୧୫ଦିନ ହେବ ସେଭଳି କାମ କରିଚାଲିଛୁ।
ଏ ସମ୍ପର୍କରେ ଷ୍ଟେଶନ ନିର୍ଦ୍ଦେଶକ ପଚାରିବାରୁ ନିର୍ମାଣ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସହ କଥା ହେବାକୁ ସେ କହିଥିଲେ। କିନ୍ତୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜ କୁମାର ପାତ୍ର ଏହାକୁ ହାଲୁକା କାମ ଓ ମାଇନର ଇସ୍ୟୁ କହି ସଙ୍ଗେସଙ୍ଗେ ଫୋନ କାଟିଦେଇଥିଲେ। ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପୁଣି ଷ୍ଟେଶନ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଠିକାଦାରଙ୍କ ସୁରକ୍ଷା ଦିଗ ପ୍ରତି ନଜର ଦେବାକୁ କଡା ତାଗିଦ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଗରିବ ଯଦି ମହାପ୍ରଭୁଙ୍କ ସାମଗ୍ରୀ ବିକ୍ରି କର’, ପୁରୀରେ ସାନ୍ତା ଟୋପି ବିକ୍ରିକୁ ନେଇ ବିବାଦ

ଭୁବନେଶ୍ୱର: ବଡ଼ଦିନ ବା ଖ୍ରୀଷ୍ଟମାସ ଅବସରରେ ରାଜଧାନୀ ଭୁବନେଶ୍ୱରର ଏବଂ ଶ୍ରୀକ୍ଷେତ୍ର ପୁରୀର ରାସ୍ତା କଡ଼ରେ ସାନ୍ତା କ୍ଲଜ୍ ଟୋପି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଶଙ୍ଖ ଭବନରେ ଅଣ୍ଟା ଭିଡିଲେଣି ମହିଳା ନେତ୍ରୀ: ଏପଟେ ଶ୍ରୀମୟୀଙ୍କ ମିଛେଇ ଭାଣିଜି ବାଣ…

ଭୁବନେଶ୍ୱର,୨୩।୧୩: ଶଙ୍ଖ ଭବନରେ ଚାଲିଛି ବିଜେଡି ମହିଳା ନେତ୍ରୀଙ୍କ ବୈଠକ। ଶଙ୍ଖ ଭବନରେ ସାମିଲ ହେଲେ ଏକାଧିକ ମହିଳା ନେତ୍ରୀ। ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ...

ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…

ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ହ୍ୟୁମାନଙ୍କ ମା’ଙ୍କ ଏତଲା ପରେ ମୁହଁଖୋଲିଲେ ADCP: କହିଲେ ଜଣଜଣଙ୍କୁ…

କଟକ,୨୩।୧୨: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗରେ ମୁହଁ ଖୋଲିଲେ ADCP। କଟକ ADCP ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,...

୨୪ ବର୍ଷ ପରେ ଓଡ଼ିଆ ପୁଅର ଅବଦାନକୁ ମିଳିଲା ସ୍ୱୀକୃତି

ଭୁବନେଶ୍ୱର,୨୩।୧୨: ୨୦୦୧ରେ ବିଶ୍ୱ ମଞ୍ଚରେ ଆତଙ୍କବାଦ ବିରୋଧୀ ଯୁଦ୍ଧ (War Against Terrorism) ସମୟରେ, ଭାରତୀୟ ନୌସେନାର ଅନେକ ଯୁଦ୍ଧଜାହାଜ ପର୍ସିଆନ୍‌ ଗଲ୍‌ଫ୍‌ ଅଞ୍ଚଳରେ ମୁତୟନ...

ରାଜ୍ୟ ପାଇଁ ଖୁସିଖବର: ମୁଖ୍ୟମନ୍ତ୍ରୀ ପତାକା ହଲାଇ ଶୁଭାରମ୍ଭକଲେ…

ଭୁବନେଶ୍ୱର,୨୩।୧୨: ରାଜ୍ୟବାସୀଙ୍କ ପାଇଁ ଖୁସିଖବର। ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ବୁଲାନ୍ସ। ରାଜ୍ୟବାସୀଙ୍କ ସେବାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ସର୍ଗ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri