ବ୍ରହ୍ମପୁର ଅଫିସ,୧୫ା୮-ଗଞ୍ଜାମ ଜିଲା କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ଥିବା କେରାଣ୍ଡିମାଳ ପର୍ବତକୁ ଏବେ ପଥର ମାଫିଆମାନେ ନିଜ କବଜାକୁ ନେଇ ବେଧଡକ ଓ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରୁଛନ୍ତି। ଉକ୍ତ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବେଆଇନ ପଥର ଉତ୍ତୋଳନ ବୃଦ୍ଧି ପାଉଥିବାରୁ ସରକାରଙ୍କ ରାଜସ୍ବ କ୍ଷତି ଘଟିବା ସହ ଅବାଧରେ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ପଥର ଉତ୍ତୋଳନ ପାଇଁ ବ୍ଲାଷ୍ଟିଂ ହେଉଥିବା ଯୋଗୁ ବିଭିନ୍ନ ଅଞ୍ଚଳର ଚାଷ ଜମି ପ୍ରଭାବିତ ହେବାରେ ଲାଗିଛି। ପଥର ଖାଦାନଗୁଡିକରେ ଜିଲୋଟିନ ଓ ଡିନାମାଇଟ ଭଳି ବିସ୍ଫୋରକ ସାମଗ୍ରୀ ଖଞ୍ଜି କମ୍ପ୍ରେସର ମେଶିନ ଦ୍ୱାରା ବେଆଇନ ଭାବେ ପଥର ଫଟାଉଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଯେ ରାସ୍ତା ଓ ଚାଷଜମିରେ ପଥର ଖଣ୍ଡ ସବୁ ଛିଟିକି ପଡୁଛି।
ଏହାବ୍ୟତୀତ ବନ୍ୟଜନ୍ତୁ ବିପଦରେ ରହୁଛନ୍ତି। ଅଞ୍ଚଳରେ ଜନବସତିର ଲୋକମାନେ ବିପଦସଂକୁଳ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଲିଜ ଦିଆଯାଇଥିବା ଖାଦାନରୁ ପଥର ଉତ୍ତୋଳନ ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଜାରି କରାଯାଇଥିବା ନିୟମକୁ ମାଫିଆମାନେ ଉଲ୍ଲଂଘନ କରୁଛନ୍ତି। ବେଆଇନ ପଥର ଉତ୍ତୋଳନ ବନ୍ଦ କରା ନ ଗଲେ ଧୀରେ ଧୀରେ ସବୁଜିମା ନଷ୍ଟ ହେଉଛି। ଏନେଇ କୁକୁଡ଼ାଖଣ୍ଡି ତହସିଲଦାର ସୁବାସ ଚନ୍ଦ୍ର ରଇତ କୁହନ୍ତି, ଆମ ତହସିଲ ଅଞ୍ଚଳରେ ୩୩ କ୍ୱାରୀକୁ ମାନୁଆଲ ପଥର ଖାଦାନ ପାଇଁ ଅନୁମତି ଦିଆଯାଇଛି। ବେଆଇନ ଭାବେ ଖାଦାନରୁ ପଥର ବ୍ଲାଷ୍ଟିଂ ହେଉଥିବା ଅଭିଯୋଗ ହେଲେ ଆମେ ସେଠାରେ ଚଢାଉ କରୁଛୁ। ଗତ କିଛିଦିନ ତଳେ ଲାଠୀ ସର୍କଲ ମହୁଡ଼ାରେ ଥିବା ୨ ପଥର କ୍ୱାରୀରେ ଦିଗପହଣ୍ଡି ପୋଲିସ ସହାୟତାରେ ଚଢାଉ କରାଯାଇଥିଲା। ସେଠାରୁ ବ୍ୟାପକ ପରିମାଣର ବିସ୍ଫୋରକ ସାମଗ୍ରୀ, ଟ୍ରାକ୍ଟର, କମ୍ପ୍ରେସର ମେଶିନ ଜବତ କରାଯାଇଥିଲା। ଦିଗପହଣ୍ଡି ପୋଲିସ ପୃଥକ ଭାବେ ୨ଟି ମାମଲା ରୁଜୁ କରି କ୍ୱାରୀ ମାଲିକ ବାଲାଜୀ ରେଡ୍ଡୀଙ୍କ ସମେତ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଞ୍ଚଳରେ ଥିବା ବିଭିନ୍ନ କ୍ୱାରୀଗୁଡିକରେ ନିୟମିତ ଏଭଳି ଚଢାଉ କରାଯିବ ବୋଲି ତହସିଲଦାର ରଇତ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା
ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ
ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...
କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…
ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...
ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…
ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...
ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି
ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...
ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ
ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...
Archives


