ବ୍ରହ୍ମପୁର ଅଫିସ,୧୫ା୮-ଗଞ୍ଜାମ ଜିଲା କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ଥିବା କେରାଣ୍ଡିମାଳ ପର୍ବତକୁ ଏବେ ପଥର ମାଫିଆମାନେ ନିଜ କବଜାକୁ ନେଇ ବେଧଡକ ଓ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରୁଛନ୍ତି। ଉକ୍ତ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବେଆଇନ ପଥର ଉତ୍ତୋଳନ ବୃଦ୍ଧି ପାଉଥିବାରୁ ସରକାରଙ୍କ ରାଜସ୍ବ କ୍ଷତି ଘଟିବା ସହ ଅବାଧରେ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ପଥର ଉତ୍ତୋଳନ ପାଇଁ ବ୍ଲାଷ୍ଟିଂ ହେଉଥିବା ଯୋଗୁ ବିଭିନ୍ନ ଅଞ୍ଚଳର ଚାଷ ଜମି ପ୍ରଭାବିତ ହେବାରେ ଲାଗିଛି। ପଥର ଖାଦାନଗୁଡିକରେ ଜିଲୋଟିନ ଓ ଡିନାମାଇଟ ଭଳି ବିସ୍ଫୋରକ ସାମଗ୍ରୀ ଖଞ୍ଜି କମ୍ପ୍ରେସର ମେଶିନ ଦ୍ୱାରା ବେଆଇନ ଭାବେ ପଥର ଫଟାଉଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଯେ ରାସ୍ତା ଓ ଚାଷଜମିରେ ପଥର ଖଣ୍ଡ ସବୁ ଛିଟିକି ପଡୁଛି।
ଏହାବ୍ୟତୀତ ବନ୍ୟଜନ୍ତୁ ବିପଦରେ ରହୁଛନ୍ତି। ଅଞ୍ଚଳରେ ଜନବସତିର ଲୋକମାନେ ବିପଦସଂକୁଳ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଲିଜ ଦିଆଯାଇଥିବା ଖାଦାନରୁ ପଥର ଉତ୍ତୋଳନ ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଜାରି କରାଯାଇଥିବା ନିୟମକୁ ମାଫିଆମାନେ ଉଲ୍ଲଂଘନ କରୁଛନ୍ତି। ବେଆଇନ ପଥର ଉତ୍ତୋଳନ ବନ୍ଦ କରା ନ ଗଲେ ଧୀରେ ଧୀରେ ସବୁଜିମା ନଷ୍ଟ ହେଉଛି। ଏନେଇ କୁକୁଡ଼ାଖଣ୍ଡି ତହସିଲଦାର ସୁବାସ ଚନ୍ଦ୍ର ରଇତ କୁହନ୍ତି, ଆମ ତହସିଲ ଅଞ୍ଚଳରେ ୩୩ କ୍ୱାରୀକୁ ମାନୁଆଲ ପଥର ଖାଦାନ ପାଇଁ ଅନୁମତି ଦିଆଯାଇଛି। ବେଆଇନ ଭାବେ ଖାଦାନରୁ ପଥର ବ୍ଲାଷ୍ଟିଂ ହେଉଥିବା ଅଭିଯୋଗ ହେଲେ ଆମେ ସେଠାରେ ଚଢାଉ କରୁଛୁ। ଗତ କିଛିଦିନ ତଳେ ଲାଠୀ ସର୍କଲ ମହୁଡ଼ାରେ ଥିବା ୨ ପଥର କ୍ୱାରୀରେ ଦିଗପହଣ୍ଡି ପୋଲିସ ସହାୟତାରେ ଚଢାଉ କରାଯାଇଥିଲା। ସେଠାରୁ ବ୍ୟାପକ ପରିମାଣର ବିସ୍ଫୋରକ ସାମଗ୍ରୀ, ଟ୍ରାକ୍ଟର, କମ୍ପ୍ରେସର ମେଶିନ ଜବତ କରାଯାଇଥିଲା। ଦିଗପହଣ୍ଡି ପୋଲିସ ପୃଥକ ଭାବେ ୨ଟି ମାମଲା ରୁଜୁ କରି କ୍ୱାରୀ ମାଲିକ ବାଲାଜୀ ରେଡ୍ଡୀଙ୍କ ସମେତ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଞ୍ଚଳରେ ଥିବା ବିଭିନ୍ନ କ୍ୱାରୀଗୁଡିକରେ ନିୟମିତ ଏଭଳି ଚଢାଉ କରାଯିବ ବୋଲି ତହସିଲଦାର ରଇତ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….
ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…
ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…
ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…
ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା
ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…
ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….
ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…
ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…
ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…
ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ
ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…
ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ
ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…
ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ
ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…
Archives

