ବିନା ଭକ୍ତରେ ହେବ ଦେବସ୍ନାନ ନୀତି : ସକାଳ ୫ରୁ ସନ୍ଧ୍ୟା ୭ ଯାଏ ୧୪୪ ଧାରା ଜାରି

ବାରିପଦା ଅଫିସ,୪ା୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାର ଶ୍ରୀଶ୍ରୀ ହରି ବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପରିସରରେ ସ୍ନାନମଣ୍ଡପ ସଜେଇ ହୋଇଛି। ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ କରି ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରିବେ। ହେଲେ ଏହି ମହାସ୍ନାନକୁ ଦେଖିବାରୁ ଭକ୍ତ ବଞ୍ଚିତ ହେବେ। କରୋନା ସଂକ୍ରମଣକୁ ରୋକିବା ଲାଗି ଜୁନ୍‌ ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମନ୍ଦିରକୁ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ମନ୍ଦିରକୁ ଭକ୍ତମାନଙ୍କୁ ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିରକୁ ଯାଇଥିବା ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି। କୃଷ୍ଣଚନ୍ଦ୍ର ଗୋଲେଇଠାରୁ ଥାନା ଛକ, ଏମକେସି ହାଇସ୍କୁଲ ଛକଠାରୁ ଟ୍ରାଫିକ ଛକ ଯାଏ ରାସ୍ତାରେ କଟକଣା ଜାରି କରାଯାଇଛି। ସେବାୟତ ଓ ଜରୁରୀକାଳୀନ କର୍ମଚାରୀ ଓ ଅଧିକାରୀଙ୍କ ବ୍ୟତୀତ ଏହି ରାସ୍ତାରେ ଅନ୍ୟମାନେ ଯିବା ପାଇଁ ବାରଣ କରାଯାଇଛି। ସେହିଭଳି ରାସ୍ତାର ବିଭନ୍ନ ପାର୍ଶ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପଟକୁ ଅବରୋଧ କରାଯାଇଛି। ଶୁକ୍ରବାର ଭୋର ୫ଟାରୁ ସନ୍ଧ୍ୟା ୭ଟା ଯାଏ ଉକ୍ତ ରାସ୍ତାରେ ୧୪୪ ଧାରା ଜାରି ରହିବ। ପ୍ରଶାସନିକ ନିଷ୍ପତ୍ତି ଅନୁସାରେ ଶୁକ୍ରବାର ଭୋର ୪ ଘଟିକାଠାରୁ ୫ ଘଟିକା ମଧ୍ୟରେ ଶ୍ରୀଜୀଉମାନେ ସ୍ନାନମଣ୍ଡପକୁ ପହଣ୍ଡି ବିଜେ କରିବେ। ୫ ଘଟିକାରୁ ୬ଟା ୩୦ ମଧ୍ୟରେ ଦେବସ୍ନାନ ନୀତି ହେବ। ସନ୍ଧ୍ୟା ୬ଟାରୁ ରାତି ୯ ଘଟିକା ମଧ୍ୟରେ ଶ୍ରୀଜୀଉମାନେ ଅଣସର ପିଣ୍ଡିକୁ ପହଣ୍ଡି କରିବେ ବୋଲିି ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri