ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି ବାରିପଦାର ରାଜେନ୍ଦ୍ର: ଟୁଇଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ, ୩୧ା୩- ବାରିପଦା ସହରର ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାରବର୍ଗ ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି। ଏନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜେନ୍ଦ୍ରଙ୍କ ପରିବାରକୁ ପ୍ରଶଂସା କରଛନ୍ତି। ବର୍ତ୍ତମାନର ସ୍ବାସ୍ଥ୍ୟ ସଙ୍କଟ ସମୟରେ ବାରିପଦା ତକତପୁର ଅଞ୍ଚଳର ରାଜେନ୍ଦ୍ରଙ୍କ ପରିବାର କରୁଥିବା କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ। ବିନା ପାରିଶ୍ରମିକରେ ଦିନକୁ ସେମାନେ ୮ ଘଣ୍ଟା ପରିଶ୍ରମ କରି ପୋଲିସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ମାଗଣାରେ ଦେବା ପାଇଁ ମାସ୍କ ତିଆରି କରୁଛନ୍ତି। ଏପରି ମହତ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟରରେ ଲେଖିଛନ୍ତି। ପ୍ରକାଶ ଯେ, ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାର ବିନା ପାରିଶ୍ରମିକରେ ଦିନକୁ ୮ ଘଣ୍ଟା ପରିଶ୍ରମ କରି ମାସ୍କ ତିଆରି କରି ପୋଲିସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ମାଗଣାରେ ବଣ୍ଟନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର କାର୍ଯ୍ୟକୁ ପ୍ରଶଂସା କରିଥିବାରୁ ସେ ଓ ପରିବାର ଲୋକ ବେଶ୍‌ ଆନନ୍ଦିତ ବୋଲି ରାଜେନ୍ଦ୍ର କହିଛନ୍ତି। ଯାହାକି ତାଙ୍କୁ ଆଗାମୀ ଦିନରେ ସେବାମୂଳକ କାର୍ଯ୍ୟ କରିବା ପାଇଁ ଉତ୍ସାହ ଯୋଗାଇବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡପଡ଼ା ହାତ ମିଶାଇଲେ ସୌମ୍ୟ-ଅନୁଭବ, ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri