Posted inଭଦ୍ରକ

ବିନା ଟେଷ୍ଟରେ ଘରକୁ ଫେରିଲେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ

ଆରଡି,୨୬ା୫(ଡି.ଏନ.ଏ.)-ସଙ୍ଗରୋଧ ନିୟମ କୋହଳ ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥବା ଅନ୍ତେବାସୀ ବିନା କରୋନା ଟେଷ୍ଟରେ ଘରକୁ ଫେରିଛନ୍ତି। ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ ଦ୍ୱାରା ଗାଁରେ ଗୋଷ୍ଠୀ ସଂକ୍ରମଣ ଦେଖା ଦେଇପାରେ ବୋଲି ବିଭିନ୍ନ ଗ୍ରାମର ଲୋକେ ପ୍ରକାଶ କରିଛନ୍ତି। ପୂର୍ବରୁ ପ୍ରବାସୀଙ୍କୁ ୨୧ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାର ନିୟମ ଥିଲା। ସରକାର ଏହାକୁ କୋହଳ କରି ୭ ଦିନକୁ ପରିବର୍ତ୍ତନ କରିଛନ୍ତି। ଫଳରେ ସୋମବାର ଆରଡି ଅଞ୍ଚଳରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୦୦ରୁ ଅଧିକ ଅନ୍ତେବାସୀ ନିଜ ନିଜ ଗୃହକୁ ଫେରିଛନ୍ତି। ସୁନ୍ଦରପୁରରୁ ୭୫, ଆରଡିରୁ ୩୮, ଓଳଗରୁ ୪୮, ନାନ୍ଦପୁରରୁ ୭୮, ପାଳସାହିରୁ ୫୦, ରଇପୁରରୁ ୫୬, ଶ୍ୟାମସୁନ୍ଦରପୁରରୁ ୬୮ ଜଣ ଘରକୁ ଫେରି ହୋମ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଘରକୁ ଫେରିଥିବା ବହୁ ଅନ୍ତେବାସୀ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ଏପରି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେମାନେ ନିଜ ଘରେ ଅଲଗା ରହିଲେ ମଧ୍ୟ କରୋନା ମୁକ୍ତ କି ନୁହେଁ ଜାଣି ପାରୁ ନାହାନ୍ତି। ତେଣୁ ଯେଉଁମାନେ ବିନା ଟେଷ୍ଟରେ ଘରକୁ ଫେରିଛନ୍ତି ୭ ଦିନ ମଧ୍ୟରେ ସେମାନଙ୍କୁ ଟେଷ୍ଟ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?