ବିଧାନସଭାରେ ନୂଆ ମନ୍ତ୍ରୀ ହଟହଟା: ସଭ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହେଉନାହାନ୍ତି

ଭୁବନେଶ୍ୱର,୨୦।୭(ବ୍ୟୁରୋ): ବିଜେଡି ସରକାରର ପଞ୍ଚମ ପାଳିରେ ପ୍ରଥମ ଥର ନିର୍ବାଚିତ ହୋଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦବୀ ମିଳିଛି। ତେବେ ନୂଆ କରି ବିଧାନସଭାକୁ ନିର୍ବାଚିତ ହୋଇଥିବା ଓ ମନ୍ତ୍ରୀ ପଦବୀ ପାଇଥିବା ସଦସ୍ୟଙ୍କୁ ହଟହଟା ହେବାକୁ ପଡ଼ିଛି। ଉକ୍ତ ମନ୍ତ୍ରୀମାନେ ବିଧାନସଭାରେ ସଭ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହେଉନାହାନ୍ତି। ଶନିବାର ବିଧାନସଭାରେ ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ହସ୍ତତନ୍ତ, ବୟନଶିଳ୍ପ, ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଧାନସଭାରେ ଉତ୍ତର ଦେଇ ନ ପାରି ହନ୍ତସନ୍ତ ହୋଇଛନ୍ତି।

କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ହସ୍ତତନ୍ତ,ବୟନଶିଳ୍ପ ବିଭାଗ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କଠାରୁ ଉତ୍ତର ଚାହିଁଥିଲେ। କେଉଁ କେଉଁ ସ୍ଥାନରେ କେଉଁ ପ୍ରକାର ହସ୍ତଶିଳ୍ପ ହେଉଛି, କେତେଜଣ କାରିଗର କାର୍ଯ୍ୟରତ ଅଛନ୍ତି, ସରକାର ଏହି ଶିଳ୍ପର ପ୍ରଚାର ଏବଂ ପ୍ରସାର ଲାଗି କ’ଣ ପଦକ୍ଷେପ ନେଉଛନ୍ତି, ୨୦୧୯ ଆର୍ଥିକ ବର୍ଷରେ କେଉଁ ଜିଲାର କେଉଁ ସଂସ୍ଥାକୁ କେତେ ଟଙ୍କା ଋଣ ଦିଆଯାଇଛି ବୋଲି ସେ ପଚାରିଥିଲେ। ମନ୍ତ୍ରୀ ଲେଖା ଉତ୍ତର ପଢ଼ି ଜଣାଇଥିଲେ ଯେ, ରାଜ୍ୟରେ ୫୦ ପ୍ରକାର ହସ୍ତଶିଳ୍ପ ରହିଛି। ୧ଲକ୍ଷ ୨୯ହଜାର ୯୫୮ଜଣ କାରିଗର କାର୍ଯ୍ୟ କରୁଛନ୍ତି। ହସ୍ତଶିଳ୍ପର ପ୍ରଚାର, ପ୍ରସାର ଏବଂ ବ୍ୟବସାୟ ଲାଗି ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟକ୍ତିବିଶେଷଙ୍କୁ ବ୍ୟାଙ୍କ ସହାୟତାରେ ଋଣ ଯୋଗାଇ ଦିଆଯାଇଛି। ମୂଳ ପ୍ରଶ୍ନକର୍ତ୍ତା ସୁରେଶ କୁମାର ରାଉତରାୟ ରାଜ୍ୟର ବିଭିନ୍ନ ଜିଲାରେ ହସ୍ତଶିଳ୍ପୀଙ୍କୁ ଉତ୍ସାହିତ କରିବା ଲାଗି କି’ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ବିଜେଡି ସଭ୍ୟ ଭୁପିନ୍ଦର ସିଂ ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟଗୁଡ଼ିକୁ ବିକ୍ରି ଲାଗି କି’ ବ୍ୟବସ୍ଥା କରାଯାଇଛି ବୋଲି ପଚାରିଥିଲେ। ତେବେ ମନ୍ତ୍ରୀ ଏହାର କୌଣସି ଉତ୍ତର ଦେଇପାରି ନ ଥିଲେ। ପରେ ତଥ୍ୟ ଦେଇଦେବେ ବୋଲି କହିଥିଲେ। ବାଚସ୍ପତି ଏହି ପ୍ରଶ୍ନକୁ ଆଗକୁ ନ ବଢ଼ାଇ ମୂଳ ପ୍ରଶ୍ନକର୍ତ୍ତାଙ୍କୁ ଆଉ କ’ଣ ପଚାରିବେ ବୋଲି କହିଥିଲେ। ସୁରେଶ କହିଥିଲେ, ଆଉ କ’ଣ ପଚାରିବି। ପଇସାପତ୍ର ଦେଇ ଶିଳ୍ପୀଙ୍କୁ ଉତ୍ସାହିତ କରନ୍ତୁ।

ଭାଜପା ସଭ୍ୟ ମୋହନ ଚରଣ ମାଝିଙ୍କ ପ୍ରଶ୍ନରେ ହସ୍ତଶିଳ୍ପ ମନ୍ତ୍ରୀଙ୍କୁ ପୁଣିଥରେ ଅନୁରୂପ ଅବସ୍ଥା ଭୋଗିବାକୁ ପଡ଼ିଥିଲା। ସେ ତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇପାରି ନ ଥିଲେ। ଫଳରେ ବାଚସ୍ପତି ସେହି ପ୍ରଶ୍ନକୁ ସେଠାରେ ସମାପ୍ତ କରି ଅନ୍ୟ ପ୍ରଶ୍ନ ଉପରକୁ ଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri