ବିଧାନସଭା ଶୀତ ଅଧିବେଶନ: ବିରୋଧୀଙ୍କ ରହୁନି ତାଳମେଳ

ଭୁବନେଶ୍ୱର,୨୪।୧୧: ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ। ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଆରମ୍ଭରୁ ହୋଇଛି ବେଶ୍‌ ସରଗରମ। ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ)ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ଧାନ ବିକ୍ରି ପାଇଁ ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥାକୁ ନେଇ ବିଧାନସଭା ହୁଲୁସ୍ଥୂଲ ହୋଇଛି। ପ୍ରସଙ୍ଗ ଗୋଟିଏ ଥିଲେ ମଧ୍ୟ ବିରୋଧୀ ଦୁଇଫାଳ ହୋଇଯାଇଛନ୍ତି। ଭାଜପା ଓ କଂଗ୍ରେସ ପୃଥକ୍‌ ପୃଥକ୍‌ ଢଙ୍ଗରେ ସରକାରଙ୍କୁ ଅଡୁଆରେ ପକାଇଛନ୍ତି। ଏମିତିକି ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରକାର ମୁଲତବୀ ଆକାରରେ ଆଲୋଚନା କରିବାକୁ ବାଧ୍ୟ ହୋଇଛନ୍ତି। ଖାଲି ସେତିକି ନୁହେଁ, ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିବୃତି ଦେବାକୁ ବାଧ୍ୟ ହୋଇଛନ୍ତି। ହେଲେ ସ୍ମିତାରାଣୀଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଦର୍ଶାଇ ବିରୋଧୀଙ୍କ ଦାବିକୁ ସରକାର ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ଅପରପକ୍ଷରେ ମନ୍ତ୍ରୀ ଓ ଶାସକ ଦଳର ଅଧିକାଂଶ ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ବିରୋଧୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସରକାର। କେବଳ ବିରୋଧୀ ନୁହଁନ୍ତି ବାଚସ୍ପତି ମଧ୍ୟ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କି ଗୃହରେ ଉପସ୍ଥିତ ରହିବାକୁ ମଧ୍ୟ କଡ଼ା ତାଗିଦ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ଭାଜପା ନିଜ ଢଙ୍ଗରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରୁଥିବାବେଳେ କଂଗ୍ରେସ ଭିନ୍ନ ରଣ କୌଶଳକୁ ଆପଣାଇଥିଲା। କେତେବେଳେ ସ୍ମିତାରାଣୀ ପ୍ରସଙ୍ଗ ତ ଆଉ କେତେବେଳେ ଧାନ ବିକ୍ରିକୁ ନେଇ ବିରୋଧୀଙ୍କ ଟାର୍ଗେଟ ପାଲଟିଛନ୍ତି ସରକାର।

ସ୍ମିତାରାଣୀ ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ପ୍ରଥମ ଦିବସରେ ବିରୋଧୀ ଦଳ ବିଧାନସଭାରେ ହଙ୍ଗାମା କରିଥିଲେ। ଦୁଇଦିନ ଗୃହ ଅଚଳ କରିବା ପରେ କଂଗ୍ରେସ ଚୁପ୍‌ହୋଇ ଗୃହ କାର୍ଯ୍ୟରେ ସହଯୋଗ କରିଥିଲା। କିନ୍ତୁ ଭାଜପା ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଗୃହରେ ମୋଶନ ଆଣିବାକୁ ଅଡ଼ି ବସିଥିଲା। ସିବିଆଇ ତଦନ୍ତ ଦାବିରେ ପ୍ରତିବାଦକୁ ଆହୁରି ଶାଣିତ କରିଥିଲା। ଦୁଇଦିନ ହଙ୍ଗାମା ପରେ ଭାଜପା ସଦସ୍ୟମାନେ ମୁହଁରେ କଳାପଟି ବାନ୍ଧି ଗୃହରେ ନୀରବ ପ୍ରତିବାଦ କରିଥିଲେ। ଏପରିକି ଗୃହକୁ ନ ଆସି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ବସି ସରକାରଙ୍କ ଉପରେ ଚାପ ପକାଇଥିଲେ। ସିବିଆଇ ତଦନ୍ତ ଦାବି ନେଇ ରାଜ୍ୟପାଳ ନିକଟରେ ଫେରାର ହୋଇଥିଲେ। ବୁଝା ଶୁଝା ପରେ ଭାଜପା ସଦସ୍ୟମାନେ ଗୃହକୁ ଫେରିଥିଲେ। ହେଲେ ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ସୁଯୋଗ ନ ଦେବାରୁ ପୁଣି ଭାଜପା ଖପ୍ପା ହୋଇଥିଲା। ଗୃହ ନ ଚଳାଇ ଦେବାକୁ ଧମକ ମଧ୍ୟ ଦେଇଥିଲା। ମାତ୍ର ପାର୍ଲାମେଣ୍ଟରେ ବିଜେଡିର ଭୂମିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂୟସୀ ପ୍ରଶଂସା କରିବା ପରେ ରାଜ୍ୟ ଭାଜପାର ରଣନୀତି ଗୋଳମାଳ ହୋଇଯାଇଥିଲା। ରଣହୁଙ୍କାର ଛାଡୁଥିବା ଭାଜପା ସଦସ୍ୟମାନେ ସୁନା ପିଲାଭଳି ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ। ଏନେଇ କଂଗ୍ରେସ ମଧ୍ୟ ଭାଜପାକୁ କଟୁ ସମାଲୋଚନା କରିଥିଲା। ବିଧାନସଭାରେ ହୋ ହଲ୍ଲା ନ କରି ମୌନବ୍ରତ ସମ୍ପର୍କରେ ସଫେଇ ଦେଇ ବିରୋଧୀ ଦଳ ନେତା କହିଥିଲେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବିଧାନସଭାକୁ ଅଚଳ ନ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା। ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଓ ଭାଜପା ଶୂନ୍ୟକାଳ ଠାରୁ ଆରମ୍ଭ କରି ମୁଲତବୀ ଆଲୋଚନାବେଳେ ତେରେଛା ବାଣ ମାରିଥିଲେ ମଧ୍ୟ ସରକାରଙ୍କୁ ଏହାର କିଛି ଫରକ ପଡି ନ ଥିଲା। କହିବାକୁ ଗଲେ ଏହି ବିଷୟ ଏକ ପ୍ରକାର ଶୀତଳଭଣ୍ଡାରକୁ ଚାଲି ଯାଇଛି। ସରକାରଙ୍କ ପ୍ରଚାର ପତ୍ରରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକୁ ଏକ ଆକସ୍ମିକ ଘଟଣା ବର୍ଣ୍ଣନା କରିବାକୁ ନେଇ କଂଗ୍ରେସ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଥିଲା। ଏପରିକି ବିଜେଡି -ଭାଜପା ମଧ୍ୟରେ ଗୁପ୍ତ ବୁଝାମଣା ଥିବାନେଇ ପ୍ରଶ୍ନ ଉଠାଇଛି। ଭାଜପା ସଦସ୍ୟମାନେ ଏନେଇ ମୁହଁ ଖୋଲି ନ ଥିଲେ ମଧ୍ୟ ଶାସକ ଦଳର ସଦସ୍ୟ ମଧ୍ୟ ସରକାରୀ ପ୍ରଚାରପତ୍ରରେ ମହାତ୍ମା ଗାନ୍ଧୀଙ୍କ ଏଭଳି ଚିତ୍ରଣକୁ ନାପସନ୍ଦ କରିଥିଲେ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାଶଙ୍କୁ ମଧ୍ୟ ବାଚସ୍ପତିଙ୍କ ନିର୍ଦ୍ଦେଶରେ ଗୃହରେ କୈଫିୟତ ଦେବାକୁ ପଡ଼ିଥିଲା। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ବିଭାଗର ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଧାନ କିଣା ପାଇଁ ଟୋକନ ବ୍ୟବସ୍ଥା ଗୃହକୁ ଆହୁରି ଉଷ୍ମ କରିଥିଲା। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଥିଲେ। ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଫେଇ ଦେଇଥିଲେ ମଧ୍ୟ ବିରୋଧୀ ଶାନ୍ତ ହୋଇ ନ ଥିଲେ। ପଶ୍ଚିମ ଓଡ଼ିଶାରେ ମୁଣ୍ଡ ଟେକିଥିବା ଚାଷୀ ଆନ୍ଦୋଳନର ତାତିକୁ ଶୀତଳ କରିବାକୁ ସରକାର ବାଧ୍ୟହୋଇ ପଶ୍ଚିମ ଓଡ଼ିଶାର ଦୁଇଜଣ ନେତା ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କୁ ପଠାଇଥିଲେ। ଉଭୟ ଏହି ଆନ୍ଦୋଳନ ପ୍ରଶମିତ କରିବାରେ ମଧ୍ୟ ସଫଳ ହୋଇଥିଲେ। ପ୍ରତିଶ୍ରୁତିକୁ ବିଶ୍ୱାସ କରି ଚାଷୀମାନେ ଆନ୍ଦୋଳନରୁ ହଟି ଯାଇଥିଲେ। ବୁକ ସର୍କୁଲାର-୪୭କୁ ସରକାରୀ ଅଧିକାରୀ ମାନୁ ନ ଥିବା ନେଇ କଂଗ୍ରେସ କ୍ଷୋଭ ପ୍ରକାଶ କରିଥିଲା। ଅଧିକାରୀମାନେ ଜନ ପ୍ରତିନିଧିଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଉଠିଲା। ଏଥିରେ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ। ଅଭିଯୋଗ କଲେ ସମ୍ପୃକ୍ତ ଅଧିକାରୀଙ୍କୁ ସଦାଚାର କମିଟିକୁ ଡାକିବାକୁ ବାଚସ୍ପତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଲଘୁ ଖଣିଜ ସମ୍ପଦ ଲୁଟ୍‌କୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କ ଉପରେ ଗର୍ଜିଥିଲେ। ଯାଜପୁର ଜିଲା ଡଙ୍କାରୀ ପାହାଡ଼ କେଳେଙ୍କାରୀକୁ ନେଇ ବିରୋଧୀ ସରକାରଙ୍କୁ ଜୋରଦାର ଆକ୍ରମଣ କରିବା ସହ କୈଫିୟତ ତଲବ କରିଥିଲେ। ହଟ୍ଟଗୋଳ ମଧ୍ୟରେ ୨୦୧୯-୨୦ ଆର୍ଥତ୍କ ବର୍ଷ ପାଇଁ ୮ ହଜାର କୋଟିର ଅତିରିକ୍ତ ବଜେଟକୁ ଗୃହରେ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ। ତେବେ ଆଗକୁ ବିରୋଧୀମାନେ କେଉଁ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ଓ ଏହାକୁ ସରକାର କିଭଳି ଢଙ୍ଗରେ ମୁକାବିଲା କରିବେ ତାହା ଉପରେ ସମସ୍ତ ନଜର ରହିଛି।

ଅନୀଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

CJP Protest : ଅସୁସ୍ଥ ହୋଇ ପଡିଲେ ଅଭିଜିତ ଦୀପକେ

ନୂଆଦିଲ୍ଲୀ,୨୫।୭: NEET ପେପର ଲିକ ନେଇ ‘କକ୍ରୋଚ ଜନତା ପାର୍ଟି’ (CJP) ତାର ଆନ୍ଦୋଳନ ଜାରି ରଖିଛି। CJP ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ ସଭ୍ୟଙ୍କ ମଧ୍ୟରୁ…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

ବୈଠକ ପୂର୍ବରୁ ସରକାରଙ୍କୁ ଅଲ୍ଟିମେଟମ ଦେଲା CJP, ରଖିଲା ଏହି ବଡ଼ ସର୍ତ୍ତ

ନୂଆଦିଲ୍ଲୀ,୨୫।୭: CJP ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ କ୍ଷତିପୂରଣ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ ସଂଗଠନ ଆଜି (ଶନିବାର) ଏକ ଲିଖିତ ଚୁକ୍ତି…

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri