ବିଧାନ ପରିଷଦ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଓଡ଼ିଶାରେ ବିଧାନ ପରିଷଦ ପ୍ରତିଷ୍ଠା ନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏଥିପାଇଁ କେବଳ କେନ୍ଦ୍ରର ଅନୁମତି ଆବଶ୍ୟକ। ତେଣୁ ଆସନ୍ତା ବଜେଟ ଅଧିବେଶନରେ ଓଡ଼ିଶାରେ ବିଧାନ ପରିଷଦ ସଂକ୍ରାନ୍ତ ବିଲ୍‌ ଆସିବା ନେଇ ବିଜେଡି ଆଶାବାଦୀ ରହିଛି। ୨୦୧୯ ନିର୍ବାଚନ ଫଳାଫଳ ପରେ କେନ୍ଦ୍ର-ରାଜ୍ୟ ସମ୍ପର୍କରେ ପରିବର୍ତ୍ତନ ଆସିଛି। ବିଭିନ୍ନ ପ୍ରସଙ୍ଗ ଉଭୟେ ପରସ୍ପରକୁ ସହଯୋଗ କରୁଥିବା ଦେଖାଦେଇଛି। ଲୋକ ସଭାରେ ସୋମବାର ଆଗତ ହୋଇଥିବା ବହୁ ଚର୍ଚ୍ଚିତ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯କୁ ବିଜେଡି ସମର୍ଥନ କରିଛି। କେନ୍ଦ୍ରକୁ ବିଜେଡିର ଏପରି ସମର୍ଥନ ଆଗାମୀ ଦିନରେ ବିଧାନ ପରିଷଦ ଅନୁମୋଦନ ପାଇଁ ବାଟ ଫିଟାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଜେଡିର ୨ ବରିଷ୍ଠ ଲୋକ ସଭା ଏମ୍‌ପି ଏବଂ ୨ ରାଜ୍ୟ ସଭା ସଦସ୍ୟ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ଜଣାପଡିଛି। କେନ୍ଦ୍ର ଉପରେ ବକେୟା ରହିଥିବା ଅନୁଦାନ, ଜିଏସ୍‌ଟି ବାବଦ ଅନୁଦାନ ଏବଂ କୋଇଲା ରୟାଲ୍‌ଟି ସଂଶୋଧନ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ସଭାପତି ଶାହାଙ୍କ ସହ ବିଧାନ ପରିଷଦ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡିଛି।
ଏହି ପ୍ରସଙ୍ଗରେ ବିଜେଡି ସଂସଦୀୟ ଦଳ ନେତା (ଲୋକ ସଭା) ପିନାକୀ ମିଶ୍ର ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟରେ ବିଧାନ ପରିଷଦ ନେଇ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଯାଇଛି। ତେଣୁ ଏହି ସମ୍ପର୍କିତ ବିଧେୟକ ଆଗାମୀ ଅଧିବେଶନରେ ଆସିଯିବା ଉଚିତ ବୋଲି ପିନାକୀ ମତ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ବିଧାନ ପରିଷଦ ବ୍ୟବସ୍ଥାକୁ କେନ୍ଦ୍ର ସରକାର ଅନୁମୋଦନ କରିବେ। ଏ ସମ୍ପର୍କରେ ସେ ମତାମତ ଦେବା ଉଚିତ ହେବ ନାହିଁ ବୋଲି ପ୍ରତାପ କହିଛନ୍ତି। ଅପରପକ୍ଷରେ ରାଜ୍ୟରୁ ଲୋକ ସଭାରେ କଂଗ୍ରେସର ଏକମାତ୍ର ଏମ୍‌ପି ସପ୍ତଗିରି ଉଲ୍ଲାକା ଉଭୟ ବିଜେଡି-ଭାଜପାକୁ ସମାଲୋଚନା କରିଛନ୍ତି। ସପ୍ତଗିରି କହିଛନ୍ତି ଯେ, ଜାତୀୟସ୍ତରରେ ଭାଜପାକୁ ବିଭିନ୍ନ ପରିସ୍ଥିତିରେ ବିଜେଡି ଖୋଲାଖୋଲି ସହଯୋଗ କରିଆସୁଛି। ଅନୁରୂପ ଭାବେ ଭାଜପା ମଧ୍ୟ ରାଜ୍ୟ ସମ୍ପର୍କିତ ସମସ୍ୟା ସଂସଦରେ ଉଠାଉନାହିଁ, ଯାହା ବିଜେଡିକୁ ସୁହାଉଛି। ଏହା ଦ୍ୱାରା ରାଜ୍ୟ ସ୍ବାର୍ଥ ବହୁଳଭାବେ ପ୍ରଭାବିତ ହେଉଥିବା ସପ୍ତଗିରି ଉଲ୍ଲେଖ କରିଛନ୍ତି। ଯଦି କେନ୍ଦ୍ର-ରାଜ୍ୟ ମଧ୍ୟରେ ସବୁକିଛି ଠିକ୍‌ ରୁହେ, ତେବେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶା ବିଧାନ ପରିଷଦ ଦାବିକୁ ଅନୁମୋଦନ ମିଳିଯାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri