ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ଗଞ୍ଜାମ କଂଗ୍ରେସର ବିରୋଧ

ବ୍ରହ୍ମପୁର ଅଫିସ,୬ା୨-ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ବିତରକ ସଂସ୍ଥାଗୁଡ଼ିକ ଜୋରସର ପ୍ରୟାସ ଚଳାଇଛନ୍ତି। ସେଥିପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଗତ ସୋମବାରରୁ ଶୁଣାଣି ଆରମ୍ଭ କରିଛନ୍ତି। ଏବେ ପ୍ରତି ୟୁନିଟ ପିଛା ଘରୋଇ ବ୍ୟବହାର ଲାଗି ୨ ଟଙ୍କା ୫୦ ପଇସା ଧାର୍ଯ୍ୟ କରି ସାଧାରଣ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଥିବା ବେଳେ ପୁଣି ଶୁଳ୍କ ବୃଦ୍ଧି ନ କରିବା ଲାଗି ଗଞ୍ଜାମ ଜିଲା କଂଗ୍ରେସ ଦାବି କରିଛି। ଓଇଆରସି ଶୁଣାଣି ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସରକାର ଯଦି ପରିବଣ୍ଟନ ସଂସ୍ଥାଗୁନିକୁ ସୁହାଇଲା ଭଳି ନିଷ୍ପତ୍ତି ନେଲେ ଏହାର ପ୍ରତିବାଦରେ ଉପଭୋକ୍ତାଙ୍କୁ ମେଳି କରି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ସରକାର ଭଳି ରାଜ୍ୟ ବିଜେଡି ସରକାର ପ୍ରତି ମାସରେ ୨ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବାକୁ ଦାବି କରାଯାଇଛି। ଗଞ୍ଜାମ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପୀତବାସ ପଣ୍ଡା କହିଛନ୍ତି, ବିତରକ ସଂସ୍ଥାଗୁଡ଼ିକ ବିଦ୍ୟୁତ୍‌ ଦର ବଢ଼ାଇବା ନିମନ୍ତେ ଦୀର୍ଘଦିନରୁ ଚକ୍ରାନ୍ତ ଚଳାଇଛନ୍ତି। ଗତବର୍ଷ ଶୁଳ୍କ ବଢ଼ାଇବା ଲାଗି ବିଭିନ୍ନ ଭାବରେ ଉଦ୍ୟମ କରାଯାଇଥିଲା। କଂଗ୍ରେସ ସମେତ ବାମପନ୍ଥୀ ଦଳ ବିରୋଧ କରିବାରୁ ଏବଂ ୨୦୧୯ ନିର୍ବାଚନ ବର୍ଷ ଥିବାରୁ ସରକାର ରାଜି ହୋଇ ନ ଥିଲେ। ବିଧାସଭା ଓ ଲୋକ ସଭା ନିର୍ବାଚନ ସରିଥିବା ଏବଂ ପୌର ନିର୍ବାଚନ ସମ୍ଭାବନା ନ ଥିବାରୁ ଓଇଆରସି ଦ୍ୱାରା ଶୁଣାଣି ଚଳାଇଛନ୍ତି। ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଶୁଣାଣି ଚାଲିବାର କାର୍ଯ୍ୟକ୍ରମ ରଖାଯାଇଛି। ୟୁନିଟ ପିଛା ଆସନ୍ତା ଆର୍ଥିକ ବର୍ଷରୁ ୨୬ ପଇସା ବଢ଼ାଇବାକୁ ଓପିଜିସି (ଓଡ଼ିଶା ପାୱାର ଜେନରେଶନ କର୍ପୋରେଶନ) ପ୍ରସ୍ତାବ ଦେଇଥିବା ବେଳେ ଆଉ କେତେକ ସଂସ୍ଥା ପକ୍ଷରୁ ୟୁନିଟ ପ୍ରତି ୮୦ରୁ ଅଧିକ ପଇସା ବୃଦ୍ଧି ପାଇଁ ଦାବି ହେବାର ଆଭାଷ ମିଳିଛି।
ଓଇଆରସି ସରକାରୀ ସଂସ୍ଥା ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁଣାଣି ବନ୍ଦ ନିର୍ଦ୍ଦେଶ ଦେବାକୁ କାର୍ଯ୍ୟକାରୀ ସଭାପତି ପଣ୍ଡା ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ୮ ଜିଲାରେ ବିଜୁଳି ପରିବଣ୍ଟନ କରୁଛି ସାଉଥ-କୋ। ଏହାର କର୍ପୋରେଟ ଅଫିସ ବ୍ରହ୍ମପୁରରେ ଅଛି। ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ରେଶମ ନଗରୀରେ ଘଡ଼ିକେ ଘଡ଼ି ବିଦ୍ୟୁତ ବିଭ୍ରାଟ ନିତିଦିନିଆ ହୋଇଛି। ପୁରୁଣା ଟ୍ରାନ୍ସଫର୍ମର ବଦଳା ଯାଉ ନ ଥିବା ଏବଂ ଶହ ଶହ କର୍ମଚାରୀ ପଦ ଖାଲିପଡ଼ିଥିବାରୁ ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନଥିବା ବିଭ୍ରାଟର ମୂଳ କାରଣ ହୋଇଛି। ବିଲ୍‌ ଆଦାୟକୁ ଯେତିକି ଗୁରୁତ୍ୱ ଦିଆଯାଉଛି ଉପଭୋକ୍ତାଙ୍କୁ ସେବା ଯୋଗାଇବାର ସାଉଥ-କୋ ବିଫଳ ହୋଇଥିବା ସମାଲୋଚନା କରାଯାଇଛି। ଦକ୍ଷିଣାଞ୍ଚଳ ୮ ଜିଲାରେ ୧୩ ଶହ କୋଟିରୁ ଅଧିକ ଟଙ୍କା ବକେୟା ପଡ଼ିଥିବାରୁ ଆସନ୍ତା ୧୫ ତାରିଖ ସୁଦ୍ଧା ଉପଭୋକ୍ତାମାନେ ପୈଠ ନ କଲେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାର ଘୋଷଣା କରାଯାଇଛି। ଏହାକୁ ମଧ୍ୟ ଗଞ୍ଜାମ କଂଗ୍ରେସ ତୀବ୍ର ବିରୋଧ କରିଛି। ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ସାଉଥ-କୋ ନେଇଥିବା ନିଷ୍ପତ୍ତି କୋହଳ କରିବା ଏବଂ ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ଦାବି କରିଛନ୍ତି ପଣ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri