ବିଦ୍ୟୁତ୍‌ ଆଘାତରେ ଅସ୍ଥାୟୀ ଲାଇନ୍‌ ମ୍ୟାନ ଗୁରୁତର:  ନେସ୍କୋ କାର୍ଯ୍ୟାଳୟ ଘେରାଉ

ବାହାନଗା, ୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲମ ତାଳପଦା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଅସ୍ଥାୟୀ ଲାଇନମ୍ୟାନ୍‌ ଗୁରୁତର ହେବା ଘଟଣାକୁ ନେଇ ୨ଦିନ ପରେ ଗ୍ରାମବାସୀ ଶ୍ରୀଜଙ୍ଗ ନେସ୍କୋ ସେକ୍ସନ୍‌ କାର୍ଯ୍ୟାଳୟକୁ ଶୁକ୍ରବାର ଘେରାଉ କରିଥିଲେ। ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ତାଳପଦା ଗ୍ରାମର ତପନ ସ୍ବାଇଁ ରେମୁଣା ବ୍ଲକ ନେସ୍କୋ ବିଦ୍ୟୁତ ବିଭାଗର ଏସ୍‌ଡିଓଙ୍କ ଅଧୀନରେ ଅସ୍ଥାୟୀ ଲାଇନମ୍ୟାନ ଭାବେ କାର୍ଯ୍ୟ କରନ୍ତି ା ଗ୍ରାମର ବିଦ୍ୟୁତ ତାର ଖରାପ ହେବାରୁ ଷ୍ଟ୍ରକଚରକୁ ଜଣେ ଲାଇନମ୍ୟାନଠାରୁ ବିଦ୍ୟୁତ କାଟିବା ପାଇଁ କହି ବିଦ୍ୟୁତ ବିଚ୍ଛିନ୍ନ କରିଥିଲେ ା ପରେ ସେ ଖୁଣ୍ଟି ଉପରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଷ୍ଟ୍ରକଚରରୁ କେହି ବିଦ୍ୟୁତ ସଂଯୋଗ କରିଦେବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସେ ଖୁଣ୍ଟିରୁ ତଳକୁ ପଡିଯିବାରୁ ଗୁରୁତର ହୋଇପଡିଥିଲେ ା ତାଙ୍କ ଦେହ ଓ ହାତ ପୋଡିଯାଇଥିଲା। ତପନ ଏବେ କଟକରେ ଚିକିତ୍ସାଧୀନ ହେଉଛି ା ଏହି ଘଟଣାକୁ ନେଇ ତାଳପଦା ଗ୍ରାମର ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ବାରିକ୍‌, ଅନିରୁଦ୍ଧ ଦାସ, ବିଶ୍ୱରଞ୍ଜନ ଦାସ, ହରେନ୍ଦ୍ର ମଳିକ, କାହ୍ନୁଚରଣ ପଲାଇ, ଅକ୍ଷୟ ଦାସ, ସୁମନ୍ତ ଦାସ, କାର୍ତ୍ତିକ ଚନ୍ଦ୍ର ମଲିକ, ଝାଡେଶ୍ୱର ଦାସ, ସୁରେନ୍ଦ୍ର ଦାସ, ଡମ୍ବୁରଧର ବେହେରା, କିରଣ ମଳିକ, ସୁଶୀଲ ଗିରି, ହିମାଂଶୁ ଦାସ, ରତିକାନ୍ତ ମଲିକ, ସତ୍ୟପ୍ରକାଶ ପଲାଇ, ଶୁଭାସିନୀ ଭଞ୍ଜ, ସୁକାନ୍ତି ସ୍ବାଇଁ ପ୍ରମୁଖ ଶ୍ରୀଜଙ୍ଗ ନେସ୍କୋ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିବା ସହିତ ଘେରାଉ କରିଥିଲେ। ରେମୁଣା ନେସ୍କୋ ଏସ୍‌ଡିଓ ଅଶୋକ ମାଇତି, କନିଷ୍ଠଯନ୍ତ୍ରୀ ବିଦ୍ୟାଧର ପଣ୍ଡାଙ୍କ ସମେତ ନିର୍ବାହୀ ଯନ୍ତ୍ରୀ ଓ ନେସ୍କୋ ଜିଲା ଅଧୀକ୍ଷଣ ଯନ୍ତ୍ରୀ ବି.ଏସ. ପରିଡା, ନେସ୍କୋ ଅଥରାଇଜି ଅଫିସର ସବ୍ୟସାଚୀ ପାଢୀ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ା ଲାଇନମ୍ୟାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବାର ପ୍ରତିଶ୍ରୁତି ଦିଆଯିବା ସହ ତାଙ୍କୁ ସ୍ଥାୟୀ ଚାକିରି ଦିଆଯିବା ଲାଗି ବିଶେଷ ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ଓ ଘେରାଉ ପ୍ରତ୍ୟାହୃତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ଭିଟାମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ରେଡକ୍ରସରୁ ସହାୟତା, ଗୃହହୀନ ପରିବାରକୁ ଥଇଥାନ ଦାବି

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri