ବିଦେଶୀ ମିଡିଆଙ୍କ ପ୍ରତିକ୍ରିୟା: ମୋଦି ହିନ୍ଦୁ ରାଷ୍ଟ୍ରବାଦ ରାଜନୀତିର ବ୍ରାଣ୍ଡ

ନୂଆଦିଲ୍ଲୀ,୨୪-୫: ସାଧାରଣ ନିର୍ବାଚନରେ ଏନ୍‌ଡିଏର ବିପୁଳ ବିଜୟ ପରେ ବିଦେଶୀ ମିଡିଆ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆମେରିକାର ‘ଦ ନ୍ୟୁୟର୍କ ଟାଇମ୍ସ’ ଲେଖିଛି ଯେ, ମୋଦି ହିନ୍ଦୁ ରାଷ୍ଟ୍ରବାଦ ରାଜନୀତିର ବ୍ରାଣ୍ଡ ଭାବେ ଉଭା ହୋଇଛନ୍ତି। ଗତକିଛି ମାସ ପୂର୍ବେ ଭାରତର ପ୍ରଧାନମନ୍ତ୍ରୀ ଆର୍ଥିକ କ୍ଷେତ୍ରରେ ଯେଭଳି ସଂଘର୍ଷ କରୁଥିଲେ,ସେତେବେଳେ ବିଶ୍ଳେଷକମାନେ ଯେଉଁ ଫଳାଫଳ ଭାବିଥିଲେ ଏହି ବିଜୟ ତାହାଠାରୁ ଅଧିକ ପ୍ରଭାବଶାଳୀ ହୋଇଛି। ହିନ୍ଦୁ ରାଷ୍ଟ୍ରବାଦର ବ୍ରାଣ୍ଡ ହୋଇସାରିଥିବା ମୋଦି ସାରା ଦୁନିଆରେ ଭାରତର ଯେଉଁ ଛବି ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି, ତାହା ଦେଶର ୯୧ କୋଟି ମତଦାତାଙ୍କୁ ପ୍ରଭାବିତ କରିଛି। ଆର୍ଥିକ ଦୃଷ୍ଟିରୁ ଦେଖିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳକୁ ପ୍ରଭାବଶାଳୀ ବୋଲି ମନେକରାଯାଉଛି। ସେ ଟିକସ ବ୍ୟବସ୍ଥାକୁ ସରଳ କରିବା ସହ ଦୁର୍ନୀତି ଉପରେ ଲଗାମ ଲଗାଇଛନ୍ତି। ଏସିଆରେ ଭାରତର ଷ୍ଟକ୍‌ ମାର୍କେଟ ଏକ ସମ୍ଭାବନା ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆମେରିକା ସହ ବାଣିଜ୍ୟ ଯୁଦ୍ଧ କାରଣରୁ ଚାଇନାର ଷ୍ଟକ୍‌ ବଜାର କ୍ଷତି ସହିଚାଲିଛି।
ବ୍ରିଟିଶ ଖବରକାଗଜ ‘ ଦ ଗାର୍ଡିୟାନ’ ଲେଖିଛି ଯେ, ମୋଦିଙ୍କ ଭାଜପା ପୁଣିଥରେ କମାଲ କରିଛି। ଏକ୍‌ଜିଟ୍‌ ପୋଲ୍‌ରେ ପ୍ରକାଶିତ ଫଳାଫଳ ସତ ପରିଣତ ହୋଇଛି। ଭାଜପା ପୁଣିଥରେ କ୍ଷମତାକୁ ଫେରୁଛି। ସେମାନଙ୍କୁ ରୋକିବା ଲାଗି ସବୁପ୍ରକାର ଉଦ୍ୟମ ବିଫଳ ହୋଇଛି। କିନ୍ତୁ ଜନତା ଏହି ଶୀର୍ଷ ନେତା ଓ ତାଙ୍କ ପାର୍ଟି ପ୍ରତି ଭରସା ଦେଖାଇଛନ୍ତି।
ଅପରପକ୍ଷରେ ବିବିସି ଓ୍ବାଲର୍‌ଡ କହିଛି ଯେ, ଲୋକ ସଭା ନିର୍ବାଚନରେ ମୋଦିଙ୍କର ଐତିହାସିକ ବିଜୟ ହୋଇଛି। ଫଳାଫଳ ପ୍ରକାଶ ପାଇବା ଆରମ୍ଭ ହେବା ମାତ୍ରେ ଷ୍ଟକ୍‌ ମାର୍କେଟ ବୃଦ୍ଧିହୋଇଥିବା ଦେଖାଯାଇଛି। ଦେଶକୁ ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହେଉଥିବା ବେଳେ ଫଳାଫଳ ଦର୍ଶାଉଛି ଯେ, ତାଙ୍କ ବିରୋଧରେ ଧ୍ରୁବୀକରଣର ଛବି ତିଆରି ଉଦ୍ୟମକୁ ଲୋକେ ପସନ୍ଦ କରିନାହାନ୍ତି।
ସିଏନ୍‌ଏନ୍‌ ଲେଖିଛି ଯେ, ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ‘ସବ୍‌କା ସାଥ୍‌-ସବ୍‌କା ବିକାଶ’ ସ୍ଲୋଗାନ ଦେଇଥିଲେ। ଏଥିରେ ସେ ନିଜକୁ ଚୌକିଦାର କହିଛନ୍ତି। ଅର୍ଥାତ୍‌ ସେ ନିଜକୁ ଦେଶର ରକ୍ଷାକର୍ତ୍ତା ଭାବେ ଦର୍ଶାଇଛନ୍ତି। ଏହା ବିଶେଷଭାବେ ଏକ ସ୍ବତନ୍ତ୍ର ବାର୍ତ୍ତା କୁହାଯାଇପାରେ। ଅର୍ଥନୀତି ପାଇଁ ତାଙ୍କର କାମ ଯୋଗୁ ସାରା ବିଶ୍ୱ ତାଙ୍କୁ ଗମ୍ଭୀରତାର ସହ ନେଉଛି।
ଅପରପକ୍ଷରେ ପାକିସ୍ତାନ ଟିଭି ଚ୍ୟାନେଲ ଜିଓ ଟିଭି ନିଜର ଓ୍ବେବ୍‌ସାଇଟ୍‌ରେ ଲେଖିଛି ଯେ, ୩ ରାଜ୍ୟରେ ପରାଜୟ, ମୁଦ୍ରାସ୍ଫୀତି, ବେକାରି ଆଦି ସମସ୍ୟା ଯୋଗୁ ମୋଦି ଚାପରେ ଥିଲେ। ତେବେ ପୁଲଓ୍ବାମା ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଭାଜପାକୁ ଫାଇଦା ମିଳିଥିଲା। ଦଳ ଷ୍ଟାର୍‌ କାମ୍ପେନର ମୋଦିଙ୍କ କ୍ଷମତା ଓ ଦକ୍ଷତାର ଫାଇଦା ଉଠାଇଥିଲା। ପାକିସ୍ତାନର ଖବର କାଗଜ ଡନ୍‌ ପକ୍ଷରୁ ଲେଖାଯାଇଛି ଯେ, ମୋଦି ୨.୦ ଯୋଗୁ ଭାରତର ପାକିସ୍ତାନ ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଦୁଇ ଦେଶ ମଧ୍ୟରେ ଥିବା ଉତ୍ତେଜନା କମିବ ନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାନ୍ତି ପ୍ରସ୍ତାବକୁ ମୋଦି ଗୁରୁତ୍ୱ ଦେବେ କି, ଏହା ହିଁ ଏବେର ପ୍ରଶ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri