Posted inଖେଳ

‘ବିଦେଶୀ ଟି୨୦ ଲିଗ୍‌ରେ ଖେଳିବାକୁ ବିସିସିଆଇ ସୁଯୋଗ ଦେଉ’

ନୂଆଦିଲ୍ଲୀ,୧୦।୫: ବିଦେଶୀ ଟି୨୦ ଲିଗ୍‌ରେ ଖେଳିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୁଯୋଗ ଦେଉ ବୋଲି ଦୁଇ କ୍ରିକେଟର ସୁରେଶ ରାଇନ ଓ ଇର୍ଫାନ ପଠାନ କହିଛନ୍ତି। ଯେଉଁ ଖେଳାଳିମାନେ ଜାତୀୟ ଦଳରୁ ବାଦ୍‌ ପଡିଛନ୍ତି ସେମାନଙ୍କୁ ବିଦେଶୀ ଟି୨୦ ଲିଗ୍‌ରେ ଖେଳିବାକୁ ସୁଯୋଗ ଦିଆଯିବା ଉଚିତ। ଏ ନେଇ ବିସିସିଆଇ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମିଳିତ ଭାବେ କିଛି ଯୋଜନା ଆୟୋଜନ କରିବା ଉଚିତ୍‌। ଜାତୀୟ ଦଳରୁ ବାଦ୍‌ ପଡିଥିବାରୁ ଅତିକମ୍‌ରେ ଦୁଇଟି ଭିନ୍ନ ବିଦେଶୀ ଲିଗ୍‌ରେ ଖେଳିବା ପାଇଁ ଆମକୁ ସୁଯୋଗ ଦିଆଯିବା ଉଚିତ ବୋଲି ଏକ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ସେସନରେ ଯୋଗ ଦେଇ ରାଇନା କହିଛନ୍ତି। ଇର୍ଫାନ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି।
ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ମାନସିକତା ରହିଛି। ଅଷ୍ଟ୍ରେଲିଆରେ ଜଣେ ଖେଳାଳି ୨୯ ବର୍ଷରେ ପଦାର୍ପଣ କରିପାରିବ। କିନ୍ତୁ ଭାରତରେ ଜଣେ ଖେଳାଳି ୩୦ ବର୍ଷରେ କଦାପି ପଦାର୍ପଣ କରିପାରି ନାହିଁ। ତେଣୁ ଯେପର୍ଯ୍ୟନ୍ତ ଆମେ ଫିଟ୍‌ ଅଛୁ ଆମେ ଦେଶ ପାଇଁ ଖେଳିବାକୁ ପ୍ରସ୍ତୁତ ରହିଛୁ। ଇର୍ଫାନ ଚଳିତବର୍ଷ ଜାନୁୟାରୀରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ତେଣୁ ଯେଉଁ ଖେଳାଳିମାନେ ୩୦ ବର୍ଷରେ ପଦାର୍ପଣ କରିଛନ୍ତି ଓ ଜାତୀୟ ଦଳ ପାଇଁ ଖେଳିବା ଦୌଡରେ ନାହାନ୍ତି ସେମାନଙ୍କୁ ଅତିକମ୍‌ରେ ବିଦେଶୀ ଟି୨୦ ଲିଗ୍‌ରେ ଖେଳିବାକୁ ସୁଯୋଗ ଦିଆଯାଉ ବୋଲି ଇର୍ଫାନ କହିଛନ୍ତି। ଉଲ୍ଲେଖଥାଉ କି, ବିସିସିଆଇ ଅବସର ଘୋଷଣା ନ କରିବା ପର୍ଯ୍ୟନ୍ତ ବିସିସିଆଇ ତା’ର ଖେଳାଳିଙ୍କୁ ବିଦେଶୀ ଟି୨୦ ଲିଗ୍‌ ଖେଳିବା ନେଇ ବାରଣ କରିଛି। ଗତବର୍ଷ ଯୁବରାଜ ସିଂ ଅବସର ଘୋଷଣା କରିଥିଲେ ଓ ତାଙ୍କୁ ଗ୍ଲୋବାଲ ଟି୨୦ ଲିଗ୍‌ କାନାଡାରେ ଖେଳିବାକୁ ବିସିସିଆଇ ନୋ ଅବଜେକ୍‌ଶନ ସାର୍ଟିଫିକେଟ ପ୍ରଦାନ କରିଥିଲା। ଏକମାତ୍ର ଭାରତୀୟ କ୍ରିକେଟର ଭାବେ ବିଦେଶୀ ଟି୨୦ ଲିଗ୍‌ରେ ସେ ଖେଳିବାକୁ ସୁଯୋଗ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri