Posted inଜାତୀୟ

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ନିଜ ଗୋଡ଼କୁ ଗୁଳି କରୁଛି ଭାରତ

ଶ୍ରୀନଗର,୨୯ା୮(ପି.ଟି.): ସମୟ ଗଡ଼ିଚାଲିବା ସହ କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନ ବଢ଼ିବାରେ ଲାଗିଛି। ଫୋନ୍‌ଲାଇନ୍‌ ଓ ଇଣ୍ଟରନେଟ ସେବାକୁ ବନ୍ଦ, ବରିଷ୍ଠ ନେତାମାନଙ୍କୁ ଗୃହବନ୍ଦୀ ଓ କର୍ଫ୍ୟୁ ଜାରି କରାଯିବାକୁ ତିନିସପ୍ତାହ ବିତିସାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏତିକିରେ ସନ୍ତୁଷ୍ଟ ନ ହୋଇ ସୋମବାର ହଜାର ହଜାର ସଂଖ୍ୟକ କଶ୍ମୀରୀଙ୍କୁ ଜେଲ୍‌କୁ ପଠାଇ ଦେଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଛାତ୍ରୀଛାତ୍ର, ମାନବାଧିକାର କର୍ମୀ ଓ ବ୍ୟବସାୟୀ। ସଂଖ୍ୟାଲଘୁଙ୍କ ଉପରେ ଏହି ଦମନକୁ ସାରା ଭାରତରେ ପ୍ରଶଂସା କରାଯାଉଛି। ଏଭଳି ତାମସିକ ରାଷ୍ଟ୍ରବାଦର ପ୍ରବଳ ଆକସ୍ମିକ ଉତ୍‌ଥାନର ସ୍ମୃତିଚାରଣ କରିବାକୁ ହେଲେ ସର୍ବିଆର ପୂର୍ବତନ ରାଷ୍ଟ୍ରପତି ସ୍ଲୋବୋଡାନ୍‌ ମିଲୋସେଭିକ୍‌ଙ୍କ ଅଧୀନରେ ଚାଲିଥିବା ଶାସନକୁ ଫେରିଯିବାକୁ ପଡ଼ିବ।
ଭାରତର ପ୍ରେସ୍‌ ଓ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଉତ୍ସାହିତ ହୋଇ ଡେଇଁବାରେ ଲାଗିଛନ୍ତି। କଶ୍ମୀରୀଙ୍କ କ୍ରୋଧ ଓ ଅସନ୍ତୋଷକୁ ନେଇ ରିପୋର୍ଟ କରୁଥିବା ବିବିସି ଏବଂ ନ୍ୟୁୟର୍କ ଟାଇମ୍ସ ଭଳି ପାଶ୍ଚାତ୍ୟ ଗଣମାଧ୍ୟମକୁ ଆକ୍ରମଣ କରିବା ଲାଗି ସୋସିଆଲ ମିଡିଆ ଟ୍ରୋଲରେ ଅନେକ ଭାରତୀୟ ଖବରଦାତା ସାମିଲ ହୋଇଛନ୍ତି। ଭାରତୀୟ ଗଣମାଧ୍ୟମର ପ୍ରାୟ ସର୍ବସମ୍ମତ ସମର୍ଥନ ମୋଦି ସରକାରଙ୍କ ଉତ୍ସାହ ବୃଦ୍ଧି କରିଛି। ଅଧିକାଂଶ ବିଦେଶୀ ସରକାର ଭାରତର ଘରୋଇ ଚ୍ୟାଲେଞ୍ଜଗୁଡ଼ିକ ଉପରେ ଧ୍ୟାନ ଦେବାକୁ ଆଗ୍ରହ ପ୍ରକାଶ କରୁ ନ ଥିବାବେଳେ ଭରତକୁ କୂଟନୈତିକ ସ୍ତରରେ ଏକଘରିକିଆ କରିବା ପାଇଁ ପାକିସ୍ତାନର କଠୋର ପ୍ରଚାର ବିଫଳ ହୋଇଛି। ଏହାକୁ ନେଇ ମୋଦି ଓ ତାଙ୍କର ଅନୁଗାମୀମାନେ ଅତିରିକ୍ତ ଉତ୍ସାହ ପାଉଛନ୍ତି। କଶ୍ମୀରୀଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିବାବେଳେ ଭାରତର ଶୁଭଚିନ୍ତକମାନେ ପ୍ରଶ୍ନ କରିବା ଉଚିତ ଯେ, ମୋଦି ନିଜ ତଥା ଅନୁଗାମୀ ହିନ୍ଦୁ ଜାତୀୟତାବାଦୀଙ୍କ ପାଇଁ ନିରଙ୍କୁଶ କ୍ଷମତା ଯୋଗାଡ଼ କରିବାବେଳେ ବିବେକଶୀଳ ଓ ସ୍ଥିର ଗଣତନ୍ତ୍ର ଭାବେ ଭାରତର ଦାବିକୁ ଅପୂରଣୀୟ ଢଙ୍ଗରେ ଧ୍ୱଂସ କରିଦେଇଛନ୍ତି କି? କଶ୍ମୀରରେ ସବୁକିଛି ସ୍ବାଭାବିକ ଅଛି ବୋଲି ଭାରତୀୟ ଗଣମାଧ୍ୟମର ମିଥ୍ୟା ଦୃଢ଼ୋକ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟିଂରୁ ଧରାପଡ଼ିଯାଉଛି। ଉପତ୍ୟକା ସେନା ଦଖଲରେ ରହିଛି। ଜନଶୂନ୍ୟ କଶ୍ମୀରୀ ରାସ୍ତାଗୁଡ଼ିକରେ ବହୁସଂଖ୍ୟକ ସଶସ୍ତ୍ର ଯବାନଙ୍କ ଉପସ୍ଥିତିକୁ ନେଇ ଖବରକାଗଜଗୁଡ଼ିକର ପ୍ରଥମ ପୃଷ୍ଠାର ଚିତ୍ର ଏହାକୁ ସ୍ପଷ୍ଟ କରୁଛି ବୋଲି ବ୍ଲୁମ୍‌ବର୍ଗରେ ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri