ବିଦେଶରେ ୩୪ ଲକ୍ଷ କୋଟିର କଳାଧନ ରହିଛି

ନୂଆଦିଲ୍ଲୀ,୨୫-୬: ଭାରତୀୟମାନେ ୧୯୮୦ରୁ ୨୦୧୦ ମଧ୍ୟରେ ୩୦ ବର୍ଷର ଅବଧିରେ ପ୍ରାୟ ୨୪୬.୪୮ ବିଲିୟନ ଡଲାର(୧୭,୨୫,୩୦୦ କୋଟଇ ଟଙ୍କା)ରୁ ୪୯୦ ବିଲିୟନ ଡଲାର(୩୪, ୩୦,୦୦୦ କୋଟି ଟଙ୍କା) କଳାଧନ ଦେଶ ବାହାରକୁ ପଠାଇଛନ୍ତି। ତିନୋଟି ପ୍ରମୁଖ ସଂସ୍ଥାନ ଏନ୍‌ଆଇପିଏଫ୍‌ପି, ଏନ୍‌ସିଏଇଆର୍‌ ଏବଂ ଏନ୍‌ଆଇଏଫ୍‌ଏମ୍‌ ପକ୍ଷରୁ ସ୍ବତନ୍ତ୍ର ଅଧ୍ୟୟନ ରିପୋର୍ଟରୁ ଏ ସମ୍ପର୍କରେ ତଥ୍ୟ ମିଳିଛି।
ସୋମବାର ଲୋକ ସଭାରେ ଅର୍ଥ ଉପରେ ଷ୍ଟାଣ୍ଡିଂ କମିଟିର ଏକ ରିପୋର୍ଟ ଉପସ୍ଥାପିତ କରାଯାଇଛି। ଏଥିରେ କୁହାଯାଇଛି ଯେ, ରିଏଲ ଇଷ୍ଟେଟ୍‌, ଖଣି, ଫାର୍ମାସ୍ୟୁଟିକାଲ୍ସ, ପାନ ମସଲା, ଗୁଟ୍‌କା, ତମ୍ବାକୁ, ବୁଲିୟନ, କମୋଡିଟି, ଫିଲ୍ମ ଏବଂ ଏଜେୁକେଶନ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ବ୍ୟକ୍ତିବିଶେଷ ବିଦେଶରେ କଳାଧନ ଜମା କରିଛନ୍ତି। କମିଟି ପକ୍ଷରୁ ‘ଷ୍ଟାଟସ୍‌ ଅଫ୍‌ ଅନ୍‌ଆକାଉଣ୍ଟେଡ ଇନ୍‌କମ୍‌/ଓ୍ବେଲ୍‌ଥ ବୋଥ୍‌ ଇନ୍‌ସାଇଡ ଆଣ୍ଡ ଆଉଟ୍‌ସାଇଡ୍‌ ଦ କଣ୍ଟ୍ରି-ଏ କ୍ରିଟିକାଲ ଆନାଲିସିସ୍‌’ ନାମକ ରିପୋର୍ଟରେ କୁହାଯାଇଛି ଯେ, କଳାଧନ ସୃଷ୍ଟି ହେବା ଅଥବା ଏକତ୍ରିତ କରିବାକୁ ନେଇ କୌଣସି ବିଶ୍ୱାସଯୋଗ୍ୟ ଅନୁମାନ କରାଯାଇନାହିଁ। ଏପରିକି ଏଭଳି ଅନୁମାନ ଦର୍ଶାଇବା ଲାଗି ସର୍ବମାନ୍ୟ ପଦ୍ଧତି ମଧ୍ୟ ନାହିଁ। ରିପୋର୍ଟରେ କୁହାଯାଇଛି ଯେ, ଅଦ୍ୟାବଧି ଯେଉଁସବୁ ଅନୁମାନ କରାଯାଇଛି, ସେମାନଙ୍କ ମଧ୍ୟରେ ସମାନତା ବା ଯାଞ୍ଚ ପଦ୍ଧତି ଏବଂ ଦୃଷ୍ଟିକୋଣ ସମ୍ପର୍କରେ କୌଣସି ସହମତି ପ୍ରକାଶ ପାଇପାରି ନାହିଁ। ନ୍ୟାଶନାଲ କାଉନସିଲ୍‌ ଅଫ୍‌ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ(ଏନ୍‌ସିଏଇଆର୍‌)ର ଅଧ୍ୟୟନରେ କୁହାଯାଇଛି ଯେ, ଭାରତରେ ୧୯୮୦ରୁ ୨୦୧୦ ମଧ୍ୟରେ ୨୬,୮୮,୦୦୦ କୋଟିରୁ ନେଇ ୩୪,୩୦,୦୦୦ କୋଟି ଟଙ୍କାର କଳାଧନ ବିଦେଶ ପଠାଯାଇଛି। ସେହିପରି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ(ଏନ୍‌ଆଇଏଫ୍‌ଏମ୍‌) ପକ୍ଷରୁ କୁହାଯାଇଛି ଯେ, ଅର୍ଥନୀତିରେ ସୁଧାର ବେଳେ ପ୍ରାୟ ୧୫,୧୫,୩୦୦ କୋଟି ଟଙ୍କାର କଳାଧନ ବିଦେଶ ଯାଇଛି। ଅନ୍ୟପକ୍ଷରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ପଲିସି ଆଣ୍ଡ୍‌ ଫାଇନାନ୍ସ(ଏନ୍‌ଆଇପିଏଫ୍‌ପି) ରିପୋର୍ଟରେ କୁହାଯାଇଛି ଯେ, ୧୯୯୭-୨୦୦୯ ମଧ୍ୟରେ ଦେଶର ମୋଟ ଜିଡିପିର ୦.୨%ରୁ ଆରମ୍ଭ କରି ୭.୪% ପର୍ଯ୍ୟନ୍ତ କଳାଧନ ବିଦେଶକୁ ପଠାଯାଇଛି। ବରିଷ୍ଠ କଂଗ୍ରେସ ସାଂସଦ ଏମ୍‌.ବିରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୧୬ତମ ଲୋକ ସଭା ଭଙ୍ଗ ହେବା ପୂର୍ବରୁ ମାର୍ଚ୍ଚ ୨୮ରେ ଲୋକ ସଭା ଅଧ୍ୟକ୍ଷଙ୍କୁ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri