ବିତ୍ତୀୟ ଗଣିତ ଉପରେ ଆଇଏମ୍‌ଏଫ୍‌ର ପ୍ରଶ୍ନବାଚୀ

ମୁମ୍ବାଇ,୮-୧୧: ଭାରତର ବିତ୍ତୀୟ ଗଣିତ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିତ୍ତୀୟ ଶୃଙ୍ଖଳା ଉପରେ ରହିଥିବା ବିଭିନ୍ନ ତଥ୍ୟ ସ୍ବଚ୍ଛ ହେବା ଆବଶ୍ୟକତା ରହିଛି। ଜି-୨୦ ଦେଶ ସମୂହକୁ ବିଚାର କଲେ ଭାରତ ଏହି କ୍ଷେତ୍ରରେ ବହୁ ପଛରେ ରହିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଗୁରୁବାର କହିଛି। ବଜେଟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ହାସଲ କରିବା ଲାଗି ଭାରତ ଗତ କିଛି ବର୍ଷ ହେବ ସକ୍ଷମ ହେଉ ନାହିଁ। ଏଦିଗରେ ଏହା ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଥିବା ଆଇଏମ୍‌ଏଫ୍‌ର ଉପନିର୍ଦ୍ଦେଶକ ଆନି ମ୍ୟାରି ଗୁରୁବାର ଏନ୍‌ଏସ୍‌ଇର ଏକ କାର୍ଯ୍ୟକ୍ରମରେ କହିଛନ୍ତି।
କର୍ପୋରେଟ ଟିକସ ହ୍ରାସ ଦ୍ୱାରା ରାଜକୋଷକୁ ୧.୪୫ ଲକ୍ଷ କୋଟି ଟଙ୍କା କ୍ଷତି ହେବ। ଏହାକୁ ଭରଣା ଲାଗି ଭାରତ କିଭଳି ପଦକ୍ଷେପ ନେବ ସେ ଦିଗରେ କିଛି ସ୍ପଷ୍ଟ କରି ନ ଥିବା ସେ କହିଛନ୍ତି। ସରକାରଙ୍କ ଡାଟାକୁ ନେଇ ଦେଶର ୧୦୦ ଅର୍ଥନୀତିଜ୍ଞ ବିଭିନ୍ନ ଆଶଙ୍କା କରିବା ସହ ପ୍ରଶ୍ନ ଉଠାଇଥିଲେ। ଏଭଳି ସମୟରେ ବିତ୍ତୀୟ ସ୍ବଚ୍ଚତା ବୃଦ୍ଧି ହେବାର ଆବଶ୍ୟକତା ରହିଛି। ବିତ୍ତୀୟ ସ୍ଥିତିର ସମ୍ପୂର୍ଣ୍ଣ ଛବି ଘରୋଇ କ୍ଷେତ୍ର ପାଇବା ଏବେ କଷ୍ଟକର। ଏହା ହେଲେ ଉଚ୍ଚ ସ୍ତରର ଋଣ ହ୍ରାସ ଘରୋଇ କ୍ଷେତ୍ର ଲାଗି ଆର୍ଥତ୍କ ସମ୍ପତ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରା ଯାଇପାରିବ। ମନ୍ଥର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ବିତ୍ତୀୟ ପ୍ୟାକେଜ ପ୍ରଦାନ କରିଦେଲେ ଅର୍ଥ ବ୍ୟବସ୍ଥା ବଢିଯିବ ବୋଲି କହି ହେବ ନାହିଁ। ଏହା କେବେ ପର୍ଯ୍ୟାପ୍ତ ନୁହେଁ। ଅନ୍ୟ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡ଼ିକ ତୁଳନାରେ ସରକାରଙ୍କ ଋଣ ଅଧିକ ରହିଲେ ଏହା ଅଭିବୃଦ୍ଧିକୁ ପଛକୁ ଟାଣିବ ବୋଲି ସେ କହିଛନ୍ତି।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରକୃତ ସ୍ଥିତିକୁ ଦେଖି ବିତ୍ତୀୟ ଧାରା ଆକଳନ ହେବାର ଆବଶ୍ୟକତା ରହିଛି। ଏହା ହେଲେ ଘରୋଇ କ୍ଷେତ୍ରର ଆଶାକୁ ଏକ ଉନ୍ନତ ଦିଶା ମିଳି ପାରିବ। ଏକ୍ଷେତ୍ରରେ ଭାରତ ସରକାର ଉଭୟ ଚକ୍ରୀୟ ଏବଂ ଢାଞ୍ଚାଗତ ଚ୍ୟାଲେଞ୍ଜକୁ ବିଚାର କରି ବିଭିନ୍ନ ନୀତି ଉପରେ କାର୍ଯ୍ୟ କରିବାର ଆବଶ୍ୟକତାକୁ ବୁଝିବାକୁ ହେବ। ଶ୍ରମ ଜମି ଏବଂ ବଜାର ଲାଗି ସଂସ୍କାର ପଦକ୍ଷେପ ଉପରେ ମ୍ୟାରି ଗୁରୁତ୍ୱାରୋପ କରିଛନ୍ତି। ଏହା ହେଲେ ଜିଡିପି ଅଭିବୃଦ୍ଧିକୁ ଫେରାଇ ଅଣାଯାଇ ପାରିବ ଏବଂ ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ବଜାୟ ରହିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ବେଳେ ସରକାର ବିଭିନ୍ନ ସାବଧାନତା ବଜାୟ ରଖିବାକୁ ପଡିବ। ଏହାବାଦ ଗଭର୍ନାସ ଏବଂ ପୁଞ୍ଜି ପ୍ରଦାନ ଭଳି ବିଷୟକୁ ଭାରତ ବିଷୟକୁ ସରକାର ବିଚାର କରିବାକୁ ହେବ। ଏହାବାଦ ଏନ୍‌ବିଏଫ୍‌ସି କ୍ଷେତ୍ର ଉପରେ ଫୋକସ କରିବାକୁ ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri