ବିତିଲାଣି ୨୧ବର୍ଷ, ଭୁଲି ହେଉନି ଦୁଃଖ

ଖଇରା, ୧୭।୧୧(ଡି.ଏନ.ଏ.)-ସେଦିନ ଥିଲା ୧୯୯୮ ନଭେମ୍ବର ୧୭ତାରିଖ ା ବାଲେଶ୍ୱର ଜିଲା ଖଇରା ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନମେଳାର ଆୟୋଜନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରୁ ପିଲାମାନଙ୍କର ସୁଅ ଖଇରା ସରକାରୀ ହାଇସ୍କୁଲକୁ ଛୁଟିଥିଲା ା କେହି ବସରେ ତ କେହି ଟ୍ରେକରରେ ଆସିଥିଲେ। କୁପାରୀ ଅଞ୍ଚଳର ଗଡପୋଖରୀ, ବାଉଁଶଗଡିଆ, ବଗେଇପୁର, ହରିପୁରଠାରେ ଥିବା ବିଦ୍ୟାଳୟରୁ ପିଲାମାନେ ବିଜ୍ଞାନ ମେଳା ଦେଖିବାକୁ କୁପାରୀ ବସ୍‌ଷ୍ଟାଣ୍ଡକୁ ଆସିଥିଲେ। କୌଣସି ଯାତ୍ରୀବାହୀ ଗାଡି ଆସୁ ନ ଥିବାରୁ ସେମାନେ ବହୁ ସମୟ ଅପେକ୍ଷା କରିଥିଲେ। ଏହି ସମୟରେ ଆନନ୍ଦପୁରରୁ ବାଲି ବୋଝେଇ କରି ଖଇରା ଅଭିମୁଖେ ଯାଉଥିବା ଏକ ଟ୍ରକ(ନଂ.ଓଆର-୦୧-୫୧୮୫) ଡାଲାରେ ପିଲାମାନଙ୍କ ଦାୟିତ୍ୱରେ ଥିବା ଶିକ୍ଷକମାନେ ପ୍ରାୟ ୫୦ଜଣ ପିଲାଙ୍କୁ ବସାଇ ବିଜ୍ଞାନମେଳା ବୁଲାଇବାକୁ ନେଉଥିଲେ ା ଅର୍ଜୁନପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେକରକୁ ସାଇଡ ଦେବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡ ନୟନଯୋରି ଏବଂ ଏହା ସଂଲଗ୍ନ ଧାନଜମିକୁ ଓଲଟି ପଡିଥିଲା ା ଅଧିକାଂଶ ପିଲା ଟ୍ରକ ଡାଲା ବାଲି ତଳେ ଚାପି ହୋଇ ରହିଯାଇଥିଲେ। ନିକଟ ବିଲରେ କାମ କରୁଥିବା ଚାଷୀ, ସ୍ଥାନୀୟ ବ୍ୟବସାୟୀ ଧାଇଁ ଆସି ବାଲି ଟ୍ରକ ତଳୁ ପିଲାଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଏବଂ ଖଇରା ପୋଲିସକୁ ଖବର ଦେଇଥିଲେ ା ହେଲେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଶିଶୁଙ୍କ ଜୀବନଦୀପ ଲିଭିଯାଇଥିଲା। ଏଭଳି ଦୁର୍ଘଟଣା ଖବର ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏହା ମଧ୍ୟରେ ୨୧ବର୍ଷ ବିତିଗଲାଣି। ଏଭଳି ଦୁଃଖ ଓ ଛାତିଥରା କାହାଣୀକୁ ମୃତ ପିଲାଙ୍କ ପରିବାର ଓ ଅଞ୍ଚଳବାସୀ ଏଯାଏ ଭୁଲି ପାରିନାହାନ୍ତି। ପ୍ରତିବର୍ଷ ଅଞ୍ଚଳବାସୀ ସେହି ସ୍ମୃତିକୁ ମନେପକାଇ ଝୁରି ହେଉଛନ୍ତି। ଗଡ଼ପୋଖରୀ ସ୍କୁଲରେ ୨ ପିଲାଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ନିର୍ମାଣ କରି ୧୭ତାରିଖରେ ସ୍ମୃତିଚାରଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri