ବିତିଲାଣି ୨୧ବର୍ଷ, ଭୁଲି ହେଉନି ଦୁଃଖ

ଖଇରା, ୧୭।୧୧(ଡି.ଏନ.ଏ.)-ସେଦିନ ଥିଲା ୧୯୯୮ ନଭେମ୍ବର ୧୭ତାରିଖ ା ବାଲେଶ୍ୱର ଜିଲା ଖଇରା ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନମେଳାର ଆୟୋଜନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରୁ ପିଲାମାନଙ୍କର ସୁଅ ଖଇରା ସରକାରୀ ହାଇସ୍କୁଲକୁ ଛୁଟିଥିଲା ା କେହି ବସରେ ତ କେହି ଟ୍ରେକରରେ ଆସିଥିଲେ। କୁପାରୀ ଅଞ୍ଚଳର ଗଡପୋଖରୀ, ବାଉଁଶଗଡିଆ, ବଗେଇପୁର, ହରିପୁରଠାରେ ଥିବା ବିଦ୍ୟାଳୟରୁ ପିଲାମାନେ ବିଜ୍ଞାନ ମେଳା ଦେଖିବାକୁ କୁପାରୀ ବସ୍‌ଷ୍ଟାଣ୍ଡକୁ ଆସିଥିଲେ। କୌଣସି ଯାତ୍ରୀବାହୀ ଗାଡି ଆସୁ ନ ଥିବାରୁ ସେମାନେ ବହୁ ସମୟ ଅପେକ୍ଷା କରିଥିଲେ। ଏହି ସମୟରେ ଆନନ୍ଦପୁରରୁ ବାଲି ବୋଝେଇ କରି ଖଇରା ଅଭିମୁଖେ ଯାଉଥିବା ଏକ ଟ୍ରକ(ନଂ.ଓଆର-୦୧-୫୧୮୫) ଡାଲାରେ ପିଲାମାନଙ୍କ ଦାୟିତ୍ୱରେ ଥିବା ଶିକ୍ଷକମାନେ ପ୍ରାୟ ୫୦ଜଣ ପିଲାଙ୍କୁ ବସାଇ ବିଜ୍ଞାନମେଳା ବୁଲାଇବାକୁ ନେଉଥିଲେ ା ଅର୍ଜୁନପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେକରକୁ ସାଇଡ ଦେବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡ ନୟନଯୋରି ଏବଂ ଏହା ସଂଲଗ୍ନ ଧାନଜମିକୁ ଓଲଟି ପଡିଥିଲା ା ଅଧିକାଂଶ ପିଲା ଟ୍ରକ ଡାଲା ବାଲି ତଳେ ଚାପି ହୋଇ ରହିଯାଇଥିଲେ। ନିକଟ ବିଲରେ କାମ କରୁଥିବା ଚାଷୀ, ସ୍ଥାନୀୟ ବ୍ୟବସାୟୀ ଧାଇଁ ଆସି ବାଲି ଟ୍ରକ ତଳୁ ପିଲାଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଏବଂ ଖଇରା ପୋଲିସକୁ ଖବର ଦେଇଥିଲେ ା ହେଲେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଶିଶୁଙ୍କ ଜୀବନଦୀପ ଲିଭିଯାଇଥିଲା। ଏଭଳି ଦୁର୍ଘଟଣା ଖବର ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏହା ମଧ୍ୟରେ ୨୧ବର୍ଷ ବିତିଗଲାଣି। ଏଭଳି ଦୁଃଖ ଓ ଛାତିଥରା କାହାଣୀକୁ ମୃତ ପିଲାଙ୍କ ପରିବାର ଓ ଅଞ୍ଚଳବାସୀ ଏଯାଏ ଭୁଲି ପାରିନାହାନ୍ତି। ପ୍ରତିବର୍ଷ ଅଞ୍ଚଳବାସୀ ସେହି ସ୍ମୃତିକୁ ମନେପକାଇ ଝୁରି ହେଉଛନ୍ତି। ଗଡ଼ପୋଖରୀ ସ୍କୁଲରେ ୨ ପିଲାଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ନିର୍ମାଣ କରି ୧୭ତାରିଖରେ ସ୍ମୃତିଚାରଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri