ବିଡୋ ପଞ୍ଚାୟତରେ ୩୨.୨୭ ଲକ୍ଷର ଦୁର୍ନୀତି

ଓଡ଼ାପଡ଼ା, ୧୯ା୬(ଡି.ଏନ.ଏ.)

ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବିଡୋ ପଞ୍ଚାୟତରେ ବଡ଼ଧରଣର ଦୁର୍ନୀତି ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ସରପଞ୍ଚ ଭଗବାନ ସାହୁଙ୍କୁ ଗୁରୁବାର ଗିରଫ କରାଯାଇଛି। ଏଥିପୂର୍ବରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସୁକାନ୍ତ ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବେଳେ ସେ ଫେରାର ଅଛନ୍ତି। ବିଡିଓ ଦାଶରଥି ଜେନାଙ୍କ ଅଭିଯୋଗକୁ ଭିତ୍ତିକରି ମୋଟଙ୍ଗା ଥାନାରେ ନଂ. ୧୩୩/୨୦, ଦଫା ୪୦୯ ଓ ୩୪ରେ ମାମଲା ରୁଜୁ କରାଯାଇଛି। ବିଭାଗ ପକ୍ଷରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିବାବେଳେ ଏହାର ସ୍ବତନ୍ତ୍ର ଅଡିଟ୍‌ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ଅଭିଯୋଗ ଅନୁଯାୟୀ, ବିଡୋ ପଞ୍ଚାୟତକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟପାଇଁ ଆସିଥିବା ୩୨ଲକ୍ଷ ୨୭ହଜାର ୧୮ଟଙ୍କାକୁ ସରକାରୀ ନିୟମ ଉଲ୍ଲଂଘନ କରି ସରପଞ୍ଚ ଏବଂ ପିଇଓ ହଡ଼ପ କରିଛନ୍ତି। କେନ୍ଦ୍ର ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନଙ୍କ ବିଭିନ୍ନ ଯୋଜନା ବାବଦକୁ ଏହି ଅର୍ଥ ଦିଆଯାଇଥିଲା। ବର୍ଷକ ମଧ୍ୟରେ ଅଧିକାଂଶ ପଞ୍ଚାୟତ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ସାରିଥିବା ବେଳେ ବିଡୋ ପଞ୍ଚାୟତରେ ୧ଲକ୍ଷ ଟଙ୍କାରୁ କମ୍‌ ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡିଥିଲା। ଏହାକୁ ନେଇ ସନ୍ଦେହ ହେବାରୁ ବିଭାଗ ପକ୍ଷରୁ ଖୋଳତାଡ଼ କରାଯାଇଥିଲା। କୌଣସି କାମ କରା ନ ଯାଇ ୩୨ଲକ୍ଷ ୨୭ ହଜାର ୧୮ଟଙ୍କା ହଡ଼ପ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କେବଳ ଭତ୍ତା ବାବଦ ୪ଲକ୍ଷ ୬୪ ହଜାର ଟଙ୍କା ଚଳୁ କରାଯାଇଛି। ବର୍ଷେ ହେଲା କ୍ୟାଶବୁକ୍‌ ଅପ୍‌ଡେଟ୍‌ କରାଯାଇନାହିଁ। ରେକର୍ଡପତ୍ର ଠିକ୍‌ ନ ଥିବା ଖୋଳତାଡ଼ ବେଳେ ଜଣାପଡ଼ିଛି।
ଏ ନେଇ ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା କୁହନ୍ତି, ବିଡୋ ପଞ୍ଚାୟତରେ ସରକାରୀ ଅର୍ଥ ଅନିୟମିତତା ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପିଇଓଙ୍କୁ ନିଲମ୍ବନ କରାଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଆର୍ଥତ୍କ ଅନିୟମିତତା ଘଟଣାରେ ସରପଞ୍ଚଙ୍କୁ ଗିରଫ କରାଯାଇଛି। ସରପଞ୍ଚଙ୍କୁ ନିଲମ୍ବନ ଏବଂ ପଞ୍ଚାୟତର ସ୍ବତନ୍ତ୍ର ଅଡିଟ୍‌ କରିବା ପାଇଁ ସରକାରଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?