Posted inଖେଳ

ବିଜୟ ହଜାରେ ଟ୍ରଫି: ଦିଲ୍ଲୀଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୧୦- ଭଦୋଦରାର ଜିଏସ୍‌ଏଫ୍‌ସି କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୬୩ ରନରେ ଦିଲ୍ଲୀଠାରୁ ପରାସ୍ତ ହୋଇଛି। ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ଏକମାତ୍ର ଖେଳାଳି ଭାବେ ସଂଘର୍ଷପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଛନ୍ତି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୩୦୦ରନର ବିଜୟଲକ୍ଷ୍ୟକୁ ପିଛା କରି ଓଡ଼ିଶା ୮ ଉଇକେଟ ହରାଇ ୨୩୬ରନ କରିବାକୁ ସକ୍ଷମ ହୋଇଥିଲା। ୫ଟି ମ୍ୟାଚରୁ ୧୨ ପଏଣ୍ଟ ସହ ଓଡ଼ିଶା ଟେବୁଲର ୯ମ ସ୍ଥାନକୁ ଖସିଛି। ୧୨ ତାରିଖରେ ବିଦର୍ଭ ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ ।
ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ଦିଲ୍ଲୀ ଦଳକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଧ୍ରୁବ ସୋରେଙ୍କ ନେତୃତ୍ୱାଧୀନ ଦିଲ୍ଲୀ ୩୧ରନରେ ଓପନର କୁୱଁର ବିଧୁରୀ(୧୨)ଙ୍କ ଉଇକେଟ ହରାଇଥିଲା । ପେସବୋଲର ସୂର୍ଯ୍ୟକାନ୍ତ ପ୍ରଧାନ କୁୱଁରଙ୍କୁ ଉଇକେଟ କିପର ସୁଜିତ ଲେଙ୍କାଙ୍କ ହାତରେ କ୍ୟାଚ କରାଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ପ୍ରଥମ ଉଇକେଟ ପତନ ପରେ ଦିଲ୍ଲୀ ଚମତ୍କାର ବ୍ୟାଟିଂ କରିଥିଲା। ମଧ୍ୟକ୍ରମର ସମସ୍ତ ବ୍ୟାଟ୍ସମ୍ୟାନ ଧୁଆଁଧାର ଇନିଂସ ଖେଳିଥିଲେ। ଓପନର ହିତେନ ଦଲାଲ ୪୫, ଅନୁଜ ରାୱତ ୬୯, ଅଧିନାୟକ ଧ୍ରୁବ ୫୧, ନୀତିଶ ରାଣା ୫୬ରନ କରିଥିବା ବେଳେ ୨୭ବଲରୁ ୪୬ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ ଲଳିତ ଯାଦବ। ୬ ଉଇକେଟ ହରାଇ ଦିଲ୍ଲୀ ୨୯୯ରନ ସଂଗ୍ରହ କରିଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ଦୀପକ ବେହେରା ଗୋଟିଏ ଓ ପପୁ ରାୟ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଅଧିନାୟକ ଧ୍ରୁବଙ୍କୁ ପପୁ ହିଟ ଉଇକେଟ କରାଇଥିଲେ । ୩୦୦ରନର ବିଜୟ ଲକ୍ଷ୍ୟ ରଖି ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୮ରନରେ ଓପନର ଶାନ୍ତନୁ ମିଶ୍ରଙ୍କ ଉଇକେଟ ହରାଇଥିଲା । ଶାନ୍ତନୁ ଖାତା ଖୋଲିବା ପୂର୍ବରୁ ନବଦୀପ ସାଇନିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଅନ୍ୟତମ ଓପନର ସନ୍ଦୀପ ପଟ୍ଟନାୟକ ଓ ଅଧିନାୟକ ଶୁଭ୍ରାଂଶୁ ଦ୍ୱିତୀୟ ଉଇକେଟରେ ୭୩ରନର ଭାଗିଦାରୀ ସୃଷ୍ଟି କରିଥିଲେ। ସନ୍ଦୀପ ୨୮ରନରେ ବାମହାତୀ ଅର୍ଥୋଡକ୍ସ ମନନ ଶର୍ମାଙ୍କ ଶିକାର ପାଲଟିଥିଲେ। ପରେ କ୍ରିଜକୁ ଆସିଥିବା ଅଭିଷେକ ଯାଦବ ୧ରନରେ ପୱନ ନେଗୀଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ୮୬ରନରେ ଓଡ଼ିଶା ୩ଟି ଉଇକେଟ ହରାଇଥିଲା। ଶୁଭ୍ରାଂଶୁ ଓ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ସତର୍କତାର ସହ ବ୍ୟାଟିଂ ଜାରି ରଖି ଦଳୀୟସ୍କୋର ୧୦୦ ଅତିକ୍ରମ କରାଇଥିଲେ। ୪୫ବଲରୁ ଅର୍ଦ୍ଧଶତକ ପୂରଣ କରିଥିବା ଶୁଭ୍ରାଂଶୁ ୭୭ରନରେ ନୀତିଶ ରାଣାଙ୍କ ଦ୍ୱାରା ଆଉଟ ହେବା ପରେ ଓଡ଼ିଶା ବିଜୟ ଲକ୍ଷ୍ୟ ଠାରୁ ଦୂରେଇବା ଆରମ୍ଭ କରିଥିଲା। ଲିଷ୍ଟ-ଏ ଫର୍ମାଟରେ ଶୁଭ୍ରାଂଶୁଙ୍କର ଏହା ଦ୍ୱିତୀୟ ଅର୍ଦ୍ଧଶତକ ଥିଲା। ଗୋବିନ୍ଦ ପୋଦ୍ଦାର ୨୩, ସୁଜିତ ଲେଙ୍କା ୨, ଦୀପକ ବେହେରା ୧, ସୂର୍ଯ୍ୟକାନ୍ତ ପ୍ରଧାନ ୮ରନରେ ପ୍ୟାଭିଲିୟନ ଫେରିଥିଲେ । ଅଲରାଉଣ୍ଡର ଅଭିଷେକ ରାଉତ ୩୨ରନରେ ଓ ରାଜେଶ ମହାନ୍ତି ୩୯ରନରେ ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ମନନ ଶର୍ମା ସର୍ବାଧିକ ୩ଟି ଓ ନୀତିଶ ରାଣା ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri