Posted inଖେଳ

ବିଜୟ ହଜାରେ ଟ୍ରଫି: ତାମିଲନାଡ଼ୁର କ୍ରମାଗତ ୯ମ ବିଜୟ

ଜୟପୁର, ୧୬।୧୦ (ପି.ଟି.): ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ଚଳିତ ବିଜୟ ହଜାରେ ଟ୍ରଫିରେ ତାମିଲନାଡ଼ୁ ଦଳ କ୍ରମାଗତ ୯ମ ବିଜୟ ଲାଭ କରିଛି। ବୁଧବାର ଏଠାରେ ଖେଳାଯାଇଥିବା ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ତାମିଲନାଡ଼ୁ ୭୮ ରନରେ ଗୁଜରାଟକୁ ପରସ୍ତ କରିଛି। ଏଥିସହ ଏହି ଗ୍ରୁପ୍‌ରେ ତାମିଲନାଡ଼ୁ ରେକର୍ଡ ସମସ୍ତ ୯ ମ୍ୟାଚ୍‌ ଜିତି ୩୬ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହି ନକ୍‌ଆଉଟ୍‌କୁ ପ୍ରବେଶ କରିଛି। ପରାଜୟ ସତ୍ତ୍ୱେ ଗୁଜରାଟ ୩୨ ପଏଣ୍ଟ ସହ ୨ୟ ଦଳ ଭାବେ ଏହି ଗ୍ରୁପ୍‌ର ନକ୍‌ଆଉଟ୍‌ରେ ସ୍ଥାନ ପକ୍କା କରିଛି। ଆସନ୍ତା ୨୦ରୁ ବେଙ୍ଗାଲୁରୁରେ ନକ୍‌ଆଉଟ୍‌ ପର୍ଯ୍ୟାୟ ଆରମ୍ଭ ହେବ।
ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ତାମିଲନାଡ଼ୁ ଓପନର୍‌ ଅଭିନବ ମୁକୁନ୍ଦ (୭୯), ମୁରଲୀ ବିଜୟ (୯୪) ଓ ଓ୍ବାଶିଂଟନ ସୁନ୍ଦର (୪୨)ଙ୍କ ଉପଯୋଗୀ ଇନିଂସ ବଳରେ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୨୭୪ ରନ କରିଥିଲା। ଗୁଜରାଟ ପକ୍ଷରୁ ରସ୍‌ କଲାରିଆ ଓ ଅର୍ଜନା ନାଗଓ୍ବାସଓ୍ବାଲା ୩ଟି ଲେଖାଏ ଓ ପିୟୂଷ ଚାଓ୍ବାଲ ୨ଟି ଉଇକେଟ୍‌ ନେଇଥିଲେ। ଜବାବରେ ଗୁଜରାଟ ୪୨.୨ ଓଭରରେ ୧୯୬ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅକ୍ଷର ପଟେଲ ୫୫, ଭାର୍ଗବ ମେରାଇ ୪୪ ରନ କରିଥିବାବେଳେ ଅଧିନାୟକ ପାର୍ଥିବ ପଟେଲ (୬) ନିରାଶ କରିଥିଲେ। ଏମ୍‌. ମହମ୍ମଦ ୩ ଓ ମୁରୁଗାନ ଅଶ୍ୱିନ ୨ଟି ଉଇକେଟ୍‌ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଏମ୍‌ପି ପଚାରିଲେ ଏମିତି କଥା: ହସି ହସି ପ୍ରଧାନମନ୍ତ୍ରୀ ଖୋଲିଦେଲେ…

ନୂଆଦିଲ୍ଲୀ,୧୯।୧୨: ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିବା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ଥିବା ତାଙ୍କ...

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri