Posted inଖେଳ

ବିଜୟ ହଜାରେ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ୱର, ୩।୧୦(କ୍ରୀଡ଼ା ପ୍ରତିନିଧି)- ଭଦୋଦରାର ସଂଗ୍ରାମସିଂ ଗାଏକ୍ୱାଡ ସ୍ପୋଟର୍‌ସ ଏକାଡେମୀ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ ମ୍ୟାଚରେ ଓଡ଼ିଶା ୩ ରନରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି। ବର୍ଷା ଜନିତ ଆଉଟ୍‌ ଫିଲ୍ଡ ଓଦା ଯୋଗୁ ମ୍ୟାଚକୁ ୨୧ ଓଭର ବିଶିଷ୍ଟ କରାଯାଇଥିଲା। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ୧୪୬ ରନ ବିଜୟ ଲକ୍ଷ୍ୟର ପିଛା କରି ହିମାଚଳ ପ୍ରଦେଶ ୨୧ ଓଭରରେ ୯ ଉଇକେଟ ହରାଇ ୧୪୨ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଟୁର୍ନାମେଣ୍ଟରେ ଓଡ଼ିଶାର ଏହା ହେଉଛି ପ୍ରଥମ ବିଜୟ। ଫଳରେ ଦଳକୁ ପୁରା ୪ ପଏଣ୍ଟ ମିଳିଛି। ପୂର୍ବରୁ ପଞ୍ଜାବ ଏବଂ ବରୋଦା ବିପକ୍ଷ ମ୍ୟାଚ ବାତିଲ ହୋଇଯାଇଥିବାରୁ ଓଡ଼ିଶା ୩ ମ୍ୟାଚରୁ ୮ ପଏଣ୍ଟ ପାଇ ଏବେ ୫ମ ସ୍ଥାନରେ ରହିଛି।
ଟସ୍‌ ଜିତି ହିମାଚଳ ପ୍ରଦେଶ ପ୍ରଥମେ ଓଡ଼ିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦୁଇ ଓପନର ସନ୍ଦୀପ ପଟ୍ଟନାୟକ(୬ ରନ) ଓ ଗୋବିନ୍ଦ ପୋଦ୍ଦାର(୬) ବିଫଳ ହୋଇଥିଲେ ହେଁ ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ୪ ନମ୍ବର ବ୍ୟାଟ୍ସମ୍ୟାନ ଅଭିଷେକ ଯାଦବ ଆତ୍ମବିଶ୍ୱାସପୂର୍ଣ୍ଣ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ଶୁଭ୍ରାଂଶୁ ବଡ଼ ସ୍କୋର କରିପାରି ନ ଥିଲେ ହେଁ ଅଧିନାୟକ ଇନିଂସ ଖେଳି ୩୪ ବଲ୍‌ରୁ ୬ ଚୌକା ଓ ୧ ଛକା ସହାୟତାରେ ଦଳ ପକ୍ଷରୁ ସର୍ବାଧିକ ୩୯ ରନ ସଂଗ୍ରହ କରିଥିଲେ। ଅଭିଷେକ ୩୪ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ସହାୟତାରେ ୩୪ ରନ କରିବାକୁ ସକ୍ଷମ ହୋଇଥିଲେ। ମିଡଲ ଅର୍ଡରରେ ଅଭିଷେକ ରାଉତ(୦) ଓ ଉଇକେଟ କିପର ସୁଜିତ ଲେଙ୍କା(୧) ଫେଲ୍‌ ମାରିଥିଲେ ହେଁ ଲୋୟର ଅର୍ଡରରେ ପ୍ରୟାସ ସିଂ ଦ୍ରୁତ ଇନିଂସ ଖେଳି ୨୦ ବଲ୍‌ରୁ ୨ ଚୌକା ଓ ୨ ଛକା ସହ ୩୧ ରନରେ ଅପରାଜିତ ରହିବାରୁ ଓଡ଼ିଶା ୨୧ ଓଭରରେ ୮ ଉଇକେଟ ହରାଇ ୧୪୫ ରନ କରି ପାରିଥିଲା। ଦୀପକ ବେହେରା ୧୨ ବଲ୍‌ରୁ ୧୭(୧ ଚୌକା, ୧ ଛକା) ରନ କରିଥିଲେ। ପ୍ରତିପକ୍ଷ ବୋଲରଙ୍କ ମଧ୍ୟରେ ଅଙ୍କିତ୍‌ ମାଇନି ୩, ପଙ୍କଜ ଜୟସ୍ବାଲ ୨ ଏବଂ କନଓ୍ବାର ଅଭିନୟ ସିଂ, ରିଷି ଧାଓ୍ବନ ଓ ମାୟଙ୍କ ଡାଗର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୪୬ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ହିମାଚଳ ପ୍ରଦେଶ ପ୍ରଶାନ୍ତ ଚୋପ୍ରାଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଭଲ ଆରମ୍ଭ କରିଥିଲା। ମାତ୍ର ବ୍ୟାଟିଂରେ ଫେଲ୍‌ ମାରିଥିବା ଓଡ଼ିଶା ଦଳର ବରିଷ୍ଠ ଖେଳାଳି ଗୋବିନ୍ଦ ପୋଦ୍ଦାର ଚମତ୍କାର ବୋଲିଂ କରି ପ୍ରତିପକ୍ଷ ଦଳପାଇଁ ସ୍ଥିତିକୁ କଷ୍ଟକର କରି ଦେଇଥିଲେ। ପୋଦ୍ଦାର ନିଜ ୫ ଓଭର ସ୍ପେଲ୍‌ରେ ୨୭ ରନ ଦେଇ ୪ଟି ଉଇକେଟ ନେବାରୁ ହିମାଚଳ ପ୍ରଦେଶ ଇନିଂସ ୨୧ ଓଭରରେ ୧୪୨/୯ରେ ସୀମିତ ରହି ଯାଇଥିଲା। ପ୍ରଶାନ୍ତ ୩୭ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ସର୍ବାଧିକ ୪୮ ରନ କରିଥିଲେ ହେଁ ଅନ୍ୟ କୌଣସି ଖେଳାଳି ତାଙ୍କୁ ଉପଯୁକ୍ତ ସହାୟତା କରିପାରି ନ ଥିଲେ। ଅଙ୍କିତ୍‌ କାଲସି ୨୨ ଓ ଅମିତ କୁମାର ୧୮ ରନ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟ ଓଡ଼ିଶା ବୋଲରଙ୍କ ମଧ୍ୟରେ ପପୁ ରୟ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏ ଏବଂ ଦୀପକ ବେହେରା ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ୨୧ ଓଭରରେ ୧୪୫/୮(ଶୁଭ୍ରାଂଶୁ-୩୯, ଅଭିଷେକ-୩୪, ପ୍ରୟାସ-୩୧*, ଅଙ୍କିତ-୩/୧୪, ପଙ୍କଜ-୨/୩୪, କନଓ୍ବର-୧/୨୮, ଧାଓ୍ବନ-୧/୩୮, ମାୟଙ୍କ-୧/୧୪)। ହିମାଚଳ ପ୍ରଦେଶ ୨୧ ଓଭରରେ ୧୪୨/୯(ପ୍ରଶାନ୍ତ-୪୮, ଅଙ୍କିତ-୨୨, ପୋଦ୍ଦାର-୪/୨୭, ପପୁ-୨/୨୭, ସୂର୍ଯ୍ୟକାନ୍ତ-୨/୨୪, ଦୀପକ-୧/୨୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri