Posted inଖେଳ

ବିଜୟ ଶଙ୍କରଙ୍କ ସ୍ଥାନରେ ଭାରତୀୟ ଦଳରେ ମୟଙ୍କ

ବର୍ମିଂହାମ, ୧।୭(ପି.ଟି.)- ଆଘାତଜନିତ ସମସ୍ୟା ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ପିଛା ଛାଡ଼ୁନାହିଁ। ସଦ୍ୟତମ ଖେଳାଳିଭାବେ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ୱକପ୍‌ର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବିଜୟଙ୍କ ସ୍ଥାନରେ ବଦଳ ଖେଳାଳିଭାବେ କର୍ନାଟକ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳ ସହ ଯୋଗଦେବା ପାଇଁ ଡାକରା ମିଳିଛି। ଫଳରେ ମୟଙ୍କ ଦିନିକିଆ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ଆଘାତଜନିତ ସମସ୍ୟା ଲାଗି ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବାରେ ଶଙ୍କର ୨ୟ ଭାରତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଇନ୍‌ଫର୍ମ ଓପନର୍‌ ଶିଖର ଧାଓ୍ବନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଅବସରରେ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇ ବିଶ୍ୱକପ୍‌ରୁ ବିଦା ହୋଇଥିଲେ। ତାଙ୍କ ସ୍ଥାନରେ ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଦଳ ସହ ଯୋଗଦେଇଥିଲେ।
୧୯ରେ ସାଉଥାମ୍ପଟନରେ ନେଟ୍ସରେ ବ୍ୟାଟିଂ କରୁଥିବାବେଳେ ବିଜୟ ଶଙ୍କରଙ୍କ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ବଲ୍‌ ବାଜିଥିଲା। ଏହାସତ୍ତ୍ୱେ ପରେ ସେ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ଖେଳିଥିଲେ। କିନ୍ତୁ ଜୁନ୍‌ ୨୭ ମ୍ୟାଚ୍‌ ପରେ ତାଙ୍କର ଆଘାତଜନିତ ସମସ୍ୟା ଆହୁରି ଗୁରୁତର ହୋଇଥିଲା। ସିଟି ସ୍କାନ ପରେ ତାଙ୍କ ଆଙ୍ଗୁଠିରେ ଗୁରୁତର ସମସ୍ୟା ଥିବା ସ୍ପଷ୍ଟ ହୋଇଥିଲା। ଫଳରେ ତାଙ୍କୁ ଅତିକମ୍‌ରେ ୩ ସପ୍ତାହ ବିଶ୍ରାମ ଆବଶ୍ୟକ ହୋଇଛି ଏବଂ ବିଶ୍ୱକପ୍‌ରୁ ବାଦ୍‌ ଦିଆଯାଇଛି’ ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଶଙ୍କରଙ୍କ ସ୍ଥାନରେ ଅଗ୍ରଓ୍ବାଲଙ୍କୁ ବଦଳ ଖେଳାଳିଭାବେ ଦଳରେ ନେବା ପାଇଁ ବିସିସିଆଇ ପକ୍ଷରୁ ଯେଉଁ ଅନୁରୋଧ କରାଯାଇଥିଲା ତାହାକୁ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ (ଆଇସିସି) ଅନୁମୋଦନ କରିଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ‘ଆଇସିସି ପୁରୁଷ ବିଶ୍ୱକପ୍‌ ୨୦୧୯ ଟୁର୍ନାମେଣ୍ଟର ଇଭେଣ୍ଟ ଟେକ୍‌ନିକାଲ କମିଟି ମୟଙ୍କ ନାମକୁ ବିଶ୍ୱକପ୍‌ର ବଳକା ମ୍ୟାଚ୍‌ ଲାଗି ଅନୁମୋଦନ କରିଛି’ ବୋଲି ଆଇସିସି ସ୍ପଷ୍ଟ କରିଛି।
ଡାହାଣହାରତୀ ବ୍ୟାଟ୍ସମ୍ୟାନ ମୟଙ୍କ ଗତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ମଧ୍ୟ ଦିନିକିଆରେ ଖେଳିବାର ସୁଯୋଗ ପାଇ ନାହାନ୍ତି। ନିକଟରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ତ୍ରି-ରାଷ୍ଟ୍ରୀୟ ସିରିଜରେ ଭାରତ-ଏ’କୁ ଚାମ୍ପିୟନ କରାଇବାରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୋଗୁ ୨୮ ବର୍ଷୀୟ ମୟଙ୍କ ନାମକୁ ଚୟନକର୍ତ୍ତାମାନେ ମୋହର ମାରିଛନ୍ତି। ଏହି ସିରିଜରେ ଭାରତ-ଏ ବ୍ୟତୀତ ଇଂଲଣ୍ଡ ଲାୟନ୍ସ ଓ ଓ୍ବେଷ୍ଟଇଣ୍ଡିଜ-ଏ ଦଳ ଅଂଶଗ୍ରହଣ କରିଥିଲେ। ଫଳରେ ମୟଙ୍କ ଏବେ ରୋହିତ୍‌ଙ୍କ ସହ ଇନିଂସ ଓପନ୍‌ କରିବା ସମ୍ଭାବଦା ସୃଷ୍ଟି ହୋଇଛି। ଯଦି ରିଷଭ ପନ୍ତ ଆଗାମୀ ୨ ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି ତେବେ ବର୍ତ୍ତମାନ ଇନିଂସ ଓପନ୍‌ କରୁଥିବା ଲୋକେଶ ରାହୁଲଙ୍କୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ଏବଂ ମୟଙ୍କଙ୍କୁ ରୋହିତ୍‌ଙ୍କ ସହ ଇନିଂସ ଆରମ୍ଭ ପାଇଁ ସୁଯୋଗ ଦିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri